Advertisment

IAS ଦ୍ୱିତୀୟ ଟପ୍ପରଙ୍କ କାହାଣୀ ଥିଲା ସଂଘର୍ଷ ପୂର୍ଣ୍ଣ

୨୦୨୧ ମସିହାରେ ବିଟେକ କଂପ୍ୟୁଟର ସାଇନ୍ସ ପାସ୍ କରିଥିଲେ। ପରେ ସେ ଚାକିରିରେ ଯୋଗଦେଇଥିଲେ। ଚାକିରି କରୁଥିଲେ ମଧ୍ୟ ଆଇଏଏସ୍‌ଟିଏ ହେବାକୁ ସ୍ୱପ୍ନ ଦେଖୁଥିଲେ। ହେଲେ ଚାକିରି ସହିତ ୟୁପିଏସସି ପ୍ରସ୍ତୁତି ଏତେ ସହଜ ନଥିଲା।

ଅଦ୍ୟତନ ହୋଇଛି
IAS

IAS

Advertisment

କମାଲ୍‌ କଲେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ। ସେ ବନିଛନ୍ତି ଦ୍ୱିତୀୟ IAS ଟପ୍ପର। ବିନା କୋଚିଂରେ ପ୍ରଥମ ପ୍ରୟାସରେ ବଡ଼ ସଫଳତା ପାଇଛନ୍ତି ଅନିମେଶ ପ୍ରଧାନ। ଘର ତାଙ୍କର ତାଳଚେରରେ। ବୟସ ମାତ୍ର ୨୪ ବର୍ଷ। କୌଣସି କୋଚିଂ ନନେଇ ୟୁପିଏସ୍‌ସି ପ୍ରଥମ ଆଟେମ୍ପଟରେ ଅଲ୍‌ ଇଣ୍ଡିଆ ରାଙ୍କ-ଟୁ ହାସଲ କରିଛନ୍ତି ଏହି NIT ରାଉରକେଲା ଆଲୁମ୍ନି। ଏବେ ଦିଲ୍ଲୀ IOCLରେ ଚାକିରି କରୁଛନ୍ତି ଅନିମେଶ।

Advertisment

୨୦୨୧ ମସିହାରେ ବିଟେକ କଂପ୍ୟୁଟର ସାଇନ୍ସ ପାସ୍ କରିଥିଲେ। ପରେ ସେ ଚାକିରିରେ ଯୋଗଦେଇଥିଲେ। ଚାକିରି କରୁଥିଲେ ମଧ୍ୟ ଆଇଏଏସ୍‌ଟିଏ ହେବାକୁ ସ୍ୱପ୍ନ ଦେଖୁଥିଲେ। ହେଲେ ଚାକିରି ସହିତ ୟୁପିଏସସି ପ୍ରସ୍ତୁତି ଏତେ ସହଜ ନଥିଲା। ଏଥିପାଇଁ କରିବାକୁ ପଡ଼ିଥିଲା ବହୁ ସଂଘର୍ଷ। ଅନିମେଶଙ୍କ ସିଭିଲ୍‌ ସର୍ଭିସ୍ ପ୍ରସ୍ତୁତି ବେଳେ ଚାଲିଥିଲା ମାଆଙ୍କ କ୍ୟାନସର ଚିକିତ୍ସା। ଆଉ ଆଜି ଅନିମେଶ ଏତେ ବଡ଼ ସଫଳତା ପାଇଥିବା ବେଳେ, ଏହି ଖୁସି ଖବର ଶୁଣିବା ପାଖରେ ମାଆ ନାହାନ୍ତି। ଗତମାସରେ ଆଖି ବୁଜି ଦେଇଛନ୍ତି ତାଙ୍କ ମାଆ।

ଆଜି ନିଜ ମାଆଙ୍କୁ ମନେ ପକାଇ ଅନିମେଶ କହିଛନ୍ତି, ଆଜି ମାଆ ନାହାନ୍ତି ସତ, କିନ୍ତୁ ମୁଁ ଯାହା ବି ହୋଇଛି ତାଙ୍କ ଯୋଗୁ ହୋଇଛି।

Advertisment

ସୂଚନା ଯୋଗ୍ୟ, ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଡି.ଅନନ୍ୟା ରେଡ୍ଡୀ। ଚତୁର୍ଥରେ ସିଦ୍ଧାର୍ଥ ରାମକୁମାର ଥିବା ବେଳେ ପଞ୍ଚମରେ ରୁହାନୀ ରହିଛନ୍ତି। ସେହିପରି ୨୪ ରାଙ୍କରେ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ, ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି।

ସେହିପରି ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କ ଶୁଭ୍ରା ପଣ୍ଡା, ୨୮୦ ରାଙ୍କରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର ଓ ୩୧୯ ରାଙ୍କରେ ରଶ୍ମି ପ୍ରଧାନ ରହିଛନ୍ତି । ୩୪୩ ରାଙ୍କ ବିଶ୍ୱଜିତ ପଣ୍ଡା ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ରାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ ରାଙ୍କରେ ସୌରଭ ଦାସଙ୍କ ସହ ୫୭୫ ରାଙ୍କରେ ରାକେଶ କୁମାର ସାହୁ ଓ ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ସର୍ବ ଭାରତୀୟସ୍ତରରେ ଦ୍ୱିତୀୟ ରାଙ୍କରେ ଅନିମେଶ ପ୍ରଧାନ ରହିଛନ୍ତି ।

UPSC Result UPSC Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe