Advertisment

ମୃତ୍ୟୁ ପରେ ଅଙ୍ଗ ଦେଇ ଅମର ରହିଥିବା ଦାତାଙ୍କ କାହାଣୀ...

ଗତ ବର୍ଷ ମେ ୧୫ ତାରିଖରେ ୧୫ ବର୍ଷର ଝିଅ ସାଇସମୃଦ୍ଧିକୁ ହରାଇଥିଲେ ଡାକ୍ତର ସୁନୀତା ପ୍ରଧାନ। ହେଲେ ଆଶ୍ୱାସନା ଏତିକି ନିଜର ପ୍ରଥମ ସନ୍ତାନର ଜୀବନ୍ତ ସ୍ମୃତିକୁ ପାଇବାର ସୌଭାଗ୍ୟ ମିଳିଛି।

BBSR

BBSR

Advertisment

ଆଜି ମଧ୍ୟ ଆଖିରୁ ଲୁହ ଶୁଖୁନି। କେମିତିବା ଶୁଖିବ? ମାଆର ଆଖି ପରା। ମାତ୍ର ୧୫ ବର୍ଷ ବୟସରେ ବଡ଼ ଝିଅକୁ ହରାଇଥିଲେ। ସେ ସମୟ ଓ ସେ ମୁହୂର୍ତ୍ତକୁ କେମିତି ଭୁଲିବେ? ତଥାପି ଝିଅର ଶେଷ ମୁହୂର୍ତ୍ତର ମହତ କାମ ପାଇଁ ଆଜି ଭରା ସଭାରେ ମାଆ ଓ ବାପାଙ୍କୁ ଶହେ ସଲାମ କରୁଛି ସମାଜ। ଏମିତିକା ମାଆ ଓ ବାପା ହେଉଛନ୍ତି ବ୍ରହ୍ମପୁରର ମାଆ ଡାକ୍ତର ସୁନୀତା ପ୍ରଧାନ ଏବଂ ବାପା ସପନ କୁମାର ବିନ୍ଧାଣୀ।

Advertisment

ଗତ ବର୍ଷ ମେ ୧୫ ତାରିଖରେ ୧୫ ବର୍ଷର ଝିଅ ସାଇସମୃଦ୍ଧିକୁ ହରାଇଥିଲେ ଡାକ୍ତର ସୁନୀତା ପ୍ରଧାନ। ହେଲେ ଆଶ୍ୱାସନା ଏତିକି ନିଜର ପ୍ରଥମ ସନ୍ତାନର ଜୀବନ୍ତ ସ୍ମୃତିକୁ ପାଇବାର ସୌଭାଗ୍ୟ ମିଳିଛି। କାହିଁକି ନା ମୃତ୍ୟୁ ପରେ ନିଜର କିଡନୀ ଦେଇ ଆଉ ଜଣଙ୍କୁ ଜୀବନ ଦେଇ ଯାଇଛନ୍ତି ସାଇସମୃଦ୍ଧି। ଆଉ ଯେତେବେଳେ ଝିଅ କଥା ମନେପଡେ ସେତେବେଳେ କିଡନୀ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ସହ କଥା ହେଲେ ସାନ୍ତ୍ୱନା ମିଳେ ବୋଲି କହିଛନ୍ତି ଡାକ୍ତର ସୁନୀତା ପ୍ରଧାନ। ତେଣୁ ଅଙ୍ଗଦାନ ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ସାଇସମୃଦ୍ଧିଙ୍କ ବାପା ଓ ମାଆ। ଆଜି ଜାତୀୟ ଅଙ୍ଗଦାନ ଦିବସ ଅବସରରେ ସାଇସମୃଦ୍ଧିଙ୍କ ବାପା ଓ ମାଆଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛି ସମ୍‌ ହସ୍ପିଟାଲ୍‌।

ସେହିପରି ଭୁବନେଶ୍ୱର ୩୧ ବର୍ଷୀୟ ଯୁବକ ସୋମନାଥ ସ୍ୱାଇଁ। ଯୁବ ବୟସରେ ଅଙ୍ଗଦାନ ପାଇଁ ଆଗେଇ ଆସିଛନ୍ତି ସୋମନାଥ। ପ୍ରଥମେ ମାଆ ଟିକେ ଅମଙ୍ଗ ହେଉଥିଲେ। ହେଲେ ତାଙ୍କ ସ୍ତ୍ରୀ ତାଙ୍କୁ ସାହସ ଦେବା ପରେ ମୃତ୍ୟୁ ପରେ ନିଜ ସମସ୍ତ ଅଙ୍ଗଦାନ ପାଇଁ ଆଜି ରେଜିଷ୍ଟର କରିଛନ୍ତି। ସୋମନାଥଙ୍କ ଭଳି ଆଜି ୨୦ ଜଣ ବଦାନ୍ୟ ବ୍ୟକ୍ତି ଅଙ୍ଗଦାନ ପାଇଁ ଭୁବନେଶ୍ୱର ଏମ୍ସରେ ପଞ୍ଜୀକରଣ କରିଛନ୍ତି।

Advertisment

ଚିନ୍ତାର ବିଷୟ ହେଲା ଆଜିର ଦିନରେ ଅଙ୍ଗଦାନ ପ୍ରତି ଲୋକଙ୍କ ଭିତରେ ଉତ୍ସାହ କମ୍‌ ଦେଖିବାକୁ ମିଳୁଛି। ତଥ୍ୟ କହୁଛି ରାଜ୍ୟରେ ପ୍ରତି ମାସ ୫ରୁ ୬ ଜଣ ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକତା କରୁଥିବା ବେଳେ ଅଙ୍ଗଦାନ କରିବାକୁ ଲୋକଙ୍କ ସଂଖ୍ୟା କମ ରହିଛି। ଏବେ ମଧ୍ୟ ରାଜ୍ୟରେ ପ୍ରାୟ ୮୦ ରୋଗୀ ଅଙ୍ଗ ପ୍ରତିରୋପଣ ପାଇଁ ସୋଟୋ ବା ରାଜ୍ୟ ଅର୍ଗାନ ଏବଂ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ନିକଟରେ ଆବେଦନ କରି ଅପେକ୍ଷାରେ ଅଛନ୍ତି।

ଅନେକ ହୁଏତ ଜାଣିନଥିବେ, ଜଣେ ଅଙ୍ଗଦାନ କଲେ ବଞ୍ଚିଯିବ ୮ ଜୀବନ। ଆଉ ଜଣେ ବ୍ୟକ୍ତି ଖାଲି ଲିଭର କି କିଡନୀ ନୁହେଁ ନିଜର ୩୫ଟି ଅଙ୍ଗ ଦାନ କରିପାରିବ।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe