ଦାୟିତ୍ୱ ନେଲେନି ବଡ଼ଭାଇ! ପଢ଼ା ଛାଡ଼ି ପରିବାରର ବୋଝ ମୁଣ୍ଡାଇଲେ ଭଉଣୀ, ଗାଁକୁ ଗାଁ ବୁଲି ବିକୁଛନ୍ତି ପରିବା

ଯନ୍ତ୍ରଣାରେ ଘାଣ୍ଟି ହୋଇ ପିଲାଙ୍କୁ ମଣିଷ କରିଥିଲେ। ମୁଣ୍ଡକୁ ହାତ ପାଇଲା ପରେ ହାତ ଛାଡ଼ିଦେଲା ପୁଅ। ତିନି ଝିଅକୁ ନେଇ ଅସହାୟ ହୋଇପଡ଼ିଲେ ବୃଦ୍ଧ ବାପା-ମାଆ। ଘରର ଦାରୁଣ ଦୁଃଖ ଦେଖି ପାଠପଢ଼ାରେ ଡୋରି ବାନ୍ଧି ଚାରି କାନ୍ଥରୁ ଗୋଡ଼ କାଢ଼ିଥିଲେ ଅଞ୍ଜନା।

Anjana PhotoOR

ଗାଁକୁ ଗାଁ ବୁଲି ବିକୁଛନ୍ତି ପରିବା

Manoranjan Sial
  • Published: Monday, 03 April 2023
  • Updated: 03 April 2023, 07:45 PM IST

Sports

Latest News

ବଡ଼ଭାଇର କର୍ତ୍ତବ୍ୟ କଲେ ନାହିଁ ଭାଇ! ଦୁଃଖ ଓ ଯନ୍ତ୍ରଣାରେ ବଡ଼ କରିଥିବା ବାପା-ମାଆଙ୍କଠାରୁ ଦୂରେଇ ଗଲେ। ବାହା ହୋଇ ଘରଠାରୁ ବହୁ ଦୂରରେ ନୂଆ ସଂସାର ଗଢ଼ିଲେ। ଅସହାୟ ଅବସ୍ଥାରେ ପରିବାରକୁ ଛାଡ଼ି ଦେଲେ। ଏପରି ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଞ୍ଜନା ପାଠପଢ଼ାରେ ଡୋରି ବାନ୍ଧି ମୁଣ୍ଡାଇଥିଲେ ପରିବାରର ବୋଝ। ଏବେ ସେ ଗାଁ ଗାଁ ବୁଲି ବିକୁଛନ୍ତି ପରିବା। 

ମୋହନା ବ୍ଲକ୍‌ ଗୋବିନ୍ଦପୁର ଗାଁର ଅଞ୍ଜନା ଦୋରା। ବୟସ ପ୍ରାୟ ୨୨ ବର୍ଷ ହେବ। ପରିବାର କହିଲେ ବାପା, ମାଆ, ବଡ଼ଭାଇ ଓ ଦୁଇ ସାନ ଭଉଣୀ। ବାପା ହାଡ଼ି ଦୋରା ଶ୍ରବଣ ବାଧିତ। ସେ ଶୁଣିପାରୁ ନାହାନ୍ତି। କାମଦାମ କରି ସେ ପରିବାର ଭରଣ ପୋଷଣ କରୁଥିଲେ। ଅଞ୍ଜନାଙ୍କ ସମେତ ତାଙ୍କ ବଡ଼ ଭାଇ ଓ ଭଉଣୀମାନଙ୍କୁ ପାଠ ପଢ଼ାଉ ଥିଲେ। ହେଲେ ବଡ଼ ହେଲା ପରେ ଠକି ଦେଲେ ବଡ଼ଭାଇ। ବାହା ହୋଇ ବାପା, ମାଆ ଓ ଭଉଣୀମାନଙ୍କୁ ପର କରି ଦେଲେ। ପରିବାରଠାରୁ ଅଲଗା ହୋଇ ଦୂରରେ ରହିଲେ। 

Also Read

ପୁଅ ଦୂରେଇ ଯିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ ହାଡ଼ି ଦୋରା ଓ ତାଙ୍କ ପତ୍ନୀ। ବାପା-ମାଆଙ୍କ ଏହି ଦୁଃଖର ସମୟରେ କାନ୍ଧକୁ କାନ୍ଧ ମିଳାଇଥିଲେ ଅଞ୍ଜନା। ପାଠପଢ଼ା ବନ୍ଦ କରି କାମ କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ସାହି ପଡ଼ିଶା ଓ ଚିହ୍ନା ପରିଚିତ ଲୋକଙ୍କ ସହିତ ମିଶି ବାଲି ସିମେଣ୍ଟ ଗୋଳାଇବା କାମ କଲେ। ସେଥିରୁ ଯାହା ରୋଜଗାର କରୁଥିଲେ, ସେଥିରେ ଦୁଃଖେ କଷ୍ଟେ ଚଳୁଥିଲେ। ହେଲେ ପ୍ରତିଦିନ କାମ ମିଳୁନଥିଲା। ତେଣୁ ଜୀବନ ଜିଇଁବା କଷ୍ଟକର ହେଉଥିଲା। ତେଣୁ ଅଞ୍ଜନା ପରିବା ବେପାର କରିବାକୁ ଚାହିଁଥିଲେ। ପାଖରେ ଟଙ୍କାଟିଏ ନଥିବାରୁ ତାହା ବି କରିପାରିବେ କି ନାହିଁ ବୋଲି ଭାବିଥିଲେ। 

ଅଞ୍ଜନା ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କଲେ। ଋଣ କରି ଗୋଟିଏ ମୋପେଟ୍‌ କିଣିଲେ। ସେଥିରେ ଆରମ୍ଭ କଲେ ପରିବାର ବେପାର। ପ୍ରତିଦିନ ଭୋରରୁ ଉଠନ୍ତି ଅଞ୍ଜନା। ନିଜ ମୋପେଟ୍‌ରେ ୨୦ କିମି ଦୂର ଗଞ୍ଜାମର ବଡ଼ଗଡ଼କୁ ଯାଆନ୍ତି। ଚାଷୀଙ୍କଠାରୁ ପନିପରିବା କିଣନ୍ତି। ପରେ ପରିବା ବିକିବା ପାଇଁ  ବାହାରି ଯାଆନ୍ତି। ଏ ଗାଁରୁ ସେ ଗାଁ ଯାଇ ପରିବା ବିକନ୍ତି। ସକାଳେ ସେ ୩୦ରୁ ୪୦ କିମି ରାସ୍ତା ଅତିକ୍ରମ କରି ପରିବା ବିକନ୍ତି।

ମଧ୍ୟାହ୍ନରେ କ୍ଳାନ୍ତ ଶରୀର ଧରି ଘରକୁ ଫେରନ୍ତି ଅଞ୍ଜନା। ତା’ପରେ ଘର କାମରେ ଲାଗି ଯାଆନ୍ତି। ସନ୍ଧ୍ୟା ହେଲେ ବଳକା ପରିବାକୁ ଘର ପାଖରେ ବିକନ୍ତି। ଏହି ରୋଜଗାରରେ ଚଳେ ତାଙ୍କ ପରିବାର। ରୋଗିଣା ବାପାଙ୍କୁ ଔଷଧ ଦିଅନ୍ତି। ଦୁଇ ଭଉଣୀଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ଉଠାଉଛନ୍ତି। ତା’ସହିତ ମୋପେଟ୍‌ ପାଇଁ କରିଥିବା ଋଣ ମଧ୍ୟ ସୁଝୁଛନ୍ତି।

Anjanaଅଞ୍ଜନା ପରିବା ବିକୁଛନ୍ତି

ଅଞ୍ଜନାଙ୍କ ଏ ଯାତ୍ରା ସଂଘର୍ଷପୂର୍ଣ୍ଣ ଥିଲା। ପାଦେପାଦେ ପାଇଥିଲେ ଯନ୍ତ୍ରଣା। ହେଲେ ସେ ହାର ମାନିନଥିଲେ। ଅଞ୍ଜନା କହିଛନ୍ତି, ପରିବା କିଣିବା ପାଇଁ ୨୦ କିମି ଯାଉଛି। ୧୨ରୁ ୧୩ ଖଣ୍ଡ ଗାଁ ବୁଲି ପରିବା ବିକ୍ରି କରୁଛି। ଯାହା ରୋଜଗାର ହେଉଛି, ସେଥିରେ ପରିବାର ଚଳି ଯାଉଛି। ହେଲେ କିଛି ସଞ୍ଚୟ କରିପାରୁନାହିଁ। ସରକାର ତାଙ୍କ ପରିବାର ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ ବୋଲି ଅଞ୍ଜନା କହିଛନ୍ତି।

ଅଞ୍ଜନାଙ୍କ ସମସ୍ୟା ବିଷୟରେ ମୋହନା ଜୀବିକା ମିଶନର ପ୍ରୋଜେକ୍ଟ ମ୍ୟାନେଜର ମମତା ରାଉଳଙ୍କୁ କୁହାଯିବାରେ ସେ ସରକାରଙ୍କ ବିଭିନ୍ନ ସହାୟତାର ଲମ୍ୱା ତାଲିକା ଦେଇଥିଲେ। ସେ କହିଥିଲେ, ତୁରନ୍ତ ଅଞ୍ଜନାଙ୍କୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀରେ ସାମିଲ କରି ଜୀବିକା ମିଶନ ତରଫରୁ ରୋଜଗାର ପାଇଁ ଋଣ ସମେତ ଯାହା ଆବଶ୍ୟକ ସେହି ସବୁ ସୁବିଧା ଯୋଗାଇ ଦିଆଯିବ।

ଅଞ୍ଜନା ବାପା ହାଡିଙ୍କ ବୟସ ୬୦ରୁ ଅଧିକ। ସେ ଜଣେ ଦିବ୍ୟାଙ୍ଗ। କିନ୍ତୁ ତାଙ୍କୁ ଦିବ୍ୟାଙ୍ଗ କି ବାର୍ଦ୍ଧକ୍ୟ ଭତ୍ତା ମିଳୁ ନାହିଁ। ସେହିଭଳି ପରିବାର ସହ ସେ ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ। କେବଳ ରାସନ୍‌କାର୍ଡ଼କୁ ଛାଡ଼ିଦେଲେ ଅନ୍ୟ କୌଣସି ଯୋଜନାରେ ସାମିଲ ହୋଇନାହାନ୍ତି ଅଞ୍ଜନାଙ୍କ ପରିବାର।

ରିପୋର୍ଟ-ମୋହନାରୁ ମିହିର ଜତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story