Advertisment

ବିଦ୍ୟାଳୟରେ ନାହିଁ ଶ୍ରେଣୀଗୃହ; ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ବାରଣ୍ଡା ଓ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ପାଠ ପଢୁଛନ୍ତି। ବିଦ୍ୟାଳୟରେ ୧୦୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ମାତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି।

ଅଦ୍ୟତନ ହୋଇଛି
Balangir

Balangir

Advertisment

କୁନି କୁନି ପିଲା ହେଉଛନ୍ତି ଆମର ଆଗାମୀ ଭବିଷ୍ୟତ। ଯଦି ତାଙ୍କ ପାଠ ପଢ଼ାରେ ସମସ୍ୟା ହୁଏ ତେବେ ଆମ ଭବିଷ୍ୟତ କ’ଣ ହେବ ଯେ ତାହା ନକହିବା ଭଲ। ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ଏହି କୁନି କୁନି ପିଲାଙ୍କ ପାଇଁ ନାନା ଯୋଜନା ମାନ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ଏକ ଉତ୍ତମ ପରିବେଶରେ ଶିକ୍ଷା ଦେବା ପାଇଁ ସରକାର ସମସ୍ତ ଚେଷ୍ଟା କରୁଛନ୍ତି କିନ୍ତୁ ଏହି ଯୋଜନାଗୁଡ଼ିକ ସବୁ ସ୍ଥାନରେ ପହଞ୍ଚି ପାରୁନାହିଁ।

Advertisment

ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି ତାର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଟିଟିଲାଗଡ଼ ବ୍ଲକ କୁସକେଲା ପଞ୍ଚାୟତର ସରକାରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଏସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଗୋଟିଏ ଶ୍ରଣୀ ଗୃହ ରହିଛି। ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ବାରଣ୍ଡା ଓ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ପାଠ ପଢୁଛନ୍ତି। ବିଦ୍ୟାଳୟରେ ୧୦୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ମାତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି। ଜଣେ ଅଫିସ୍ କାମ ପାଇଁ ବହାରକୁ ଗଲେ ଆଉ ଜଣେ ଶିକ୍ଷକରେ ପାଠ ପଢା ପୂରା ଠପ୍। ବର୍ଷା ହେଉକି ଖରା ହେଉ ବର୍ଷ ତମାମ ସରକାରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି କ୍ଲାସ ଚାଲିଥାଏ।

୧୯୮୯ ମସିହାରେ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଠନ ହୋଇଥିଲା। ହେଲେ ଏବେ ସ୍କୁଲର ହାଲ ପୂରା ବେହାଲ। ଛାତ୍ରଛାତ୍ରୀମାନଙ୍କ ପାଇଁ ପାଇଖାନାର ବ୍ୟବସ୍ଥା ଅଛି। ହେଲେ ଏହି ପାଇଖାନା ପୂରା ଭାଙ୍ଗି ଯାଇଥିବା ବେଳେ ପାଇଖାନା ଘରକୁ ଢାଙ୍କିବା ପାଇଁ ଦିଆଯାଇଥିବା ଟିଣ ଛାଉଣୀ ପବନରେ ଉଡ଼ି ଯାଇଥିବା ବେଳେ ଆଉ ଗୋଟିଏ ଛାଉଣୀ ଅଳ୍ପ ଟିକିଏ ରହିଛି। ଯାହାକି ଛାତ୍ରଛାତ୍ରୀମାନଙ୍କ ପାଇଁ ବିପଦ ଅଟେ। ତେବେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ପରିସ୍ରା କରିବା ପାଇଁ ବାହାରକୁ ଯାଉଥାନ୍ତି।

Advertisment

ଏ ସଂପର୍କରେ ସ୍କୁଲର ଶିକ୍ଷକ ସୁବୋଧ ପାଣିଗ୍ରାହୀ କହନ୍ତି, ବର୍ଷାମାସ କଥା ତ କହିଲେ ନ ସରେ ପାଗ ଭଲ ଥିଲେ ବିଦ୍ୟାଳୟ ଚାଲେ ଓ ଅତ୍ୟାଧିକ ବର୍ଷା ହେଲେ ବିଦ୍ୟାଳୟରେ ଛିଡ଼ା ହେବାକୁ ଯାଗା ନଥାଏ। ବର୍ଷାହେଲେ ଶ୍ରେଣୀ ଗୃହରେ ପଣି ବାଧ୍ୟ ହୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଏ।

ବିପଦ ସଂଙ୍କୁଳ ଅବସ୍ତାରେ ଛାତ୍ରଛାତ୍ରୀ। ଏମଡ଼ିଏମ ଚାଉଳ ବସ୍ତା ତଳେ ବସି ପାଠ ଫଢୁଛନ୍ତି ଛାତ୍ରଛାତ୍ରୀ। ଦୁର୍ଭାଗ୍ୟ ବଶତଃ ଯଦି ଚାଉଳ ବସ୍ତାଟି ଖସି ପଡ଼େ ତେବେ ଦାୟୀ କିଏ? ଛାତ୍ରାଛାତ୍ରୀ ବସିଥିବା ସ୍ଥାନରେ ବଡ଼ ବଡ଼ ଗାତ ରହିଛି ଏବଂ ସେଇ ଗାତରୁ ଅନେକ ଥର ସାପ ବାହାରିଛି ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ। ଏଭଳି ପାଠ ପଢ଼ିବା ଫଳରେ ଠିକ ଭାବରେ ପାଠ ପଢି ପାରୁନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ବରମ୍ବାର ଜଣାଇଛୁ ଏବଂ 5-T ସଚିବ ଟିଟିଲାଗଡ଼ ଗସ୍ତରେ ଆସିଥିଲେ ସେତେବେଳେ ବିଦ୍ୟାଳୟର ସମସ୍ୟା ଜଣାଇଥିଲୁ। ହେଲେ ସ୍କୁଲର ସ୍ଥିତି ଯଥା ପୂର୍ବମ ତଥା ପରମ୍ ବୋଲି ଅଭିଯୋଗ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚତୁରଭୁଜା ଆଡ଼ଜୁଆ।

ସ୍କୁଲରେ କ୍ଲାସ ରୁମ ଗୋଟିଏ ଥିବାରୁ ଦୀର୍ଘ ୪ ବର୍ଷ ହେବ ଅଭିଭାବକ ସ୍କୁଲ କମିଟି ମଧ୍ୟ ଜଣାଇଛି ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କୁ ପଚାରିବାରୁ ସେ କହିଥିଲେ ପ୍ରଥମିକ ବିଦ୍ୟାଳୟର କୌଣସି ମରାମତିର ଆବଶ୍ୟକ ହୁଏ ତାହେଲେ ଗ୍ରାମ ପଞ୍ଚାୟତକୁ ସେ ଦାୟୀତ୍ୱ ନ୍ୟସ୍ତ କରାଯାଇଛି ଏବଂ ଯଦି ସ୍କୁଲର ମରାମତି ପ୍ରକୃତରେ ଆବଶ୍ୟକ ଥିବ ଆମେ ବିଡ଼ିଓଙ୍କ ସହ ଆଲୋଚନା କରି ମରାମତି କରିବୁ।

କୁନି କୁନି ପିଲାମାନଙ୍କର ପାଠ ପଢ଼ିବା ପାଇଁ ଇଚ୍ଛାଶକ୍ତି ଥିଲେ ମଧ୍ୟ ଏପରି ସମସ୍ୟା ପାଇଁ ସେମାନେ ସ୍କୁଲ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଯଦି ସେମାନଙ୍କ ପାଇଁ ସ୍କୁଲରେ କୋଠରୀ ନିର୍ମାଣ ହୋଇ ପାରନ୍ତା ତେବେ ସେମାନଙ୍କ ପାଠ ପଢ଼ା ଠିକ ଭାବେ ହୋଇ ପାରିବ ବୋଲି ଅଭିଭାବକମାନେ ଆଶା ରଖିଛନ୍ତି।

ରିପୋର୍ଟ- ଟିଟିଲାଗଡ଼ରୁ ଅଭିନାଶ ନନ୍ଦ

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe