Advertisment

ଗୋଟିଏ ବ୍ଲାକ୍‌ବୋର୍ଡରେ ପଢ଼ାଉଛନ୍ତି ଦୁଇ ଜଣ ଶିକ୍ଷକ

ହାଇସ୍କୁଲରେ ଆବଶ୍ୟକ ଶ୍ରେଣୀ ନାହିଁ। ଶିକ୍ଷକର ଅଭାବ ରହିଛି। ତଥାପି ମୁଣ୍ଡର ଝାଳ ତୁଣ୍ଡରେ ମାରି ନିଜ ପିଲାର ଭବିଷ୍ୟତ ଗଢ଼ିବା ପାଇଁ ସ୍କୁଲ ପଠାଉଛି। ହେଲେ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହୁଛନ୍ତି, ପ୍ରଶାସନ ଏ ବିଷୟରେ ଅବଗତ ଅଛି।

ଅଦ୍ୟତନ ହୋଇଛି
Teacher

Teacher

Advertisment

ଗୋଟିଏ ରୁମ୍‌ରେ ଚାଲିଛି ଦୁଇଟି କ୍ଲାସ୍‌। ଗୋଟିଏ ବ୍ଲାକ୍‌ବୋର୍ଡରେ ପଢ଼ାଉଛନ୍ତି ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। ସାର୍‌ ପିଲାମାନଙ୍କୁ ବିଜ୍ଞାନର ଜଟିଳ ଫର୍ମୁଲା ଶିଖାଉଥିବା ବେଳେ ଦିଦି ପଢ଼ାଉଛନ୍ତି ଇଂଲିଶ। ଏପରି ବିଚିତ୍ର ସ୍କୁଲ ଚାଲିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ।

Advertisment

ଶିକ୍ଷା ରୂପକ ଆଲୁଅ ଜଳାଇବା ପାଇଁ କସବସା ସରକାରୀ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୮୯ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ଦୁଭାର୍ଗ୍ୟର କଥା ହେଉଛି ୧୦ଟି ଶ୍ରେଣୀର ପିଲାଙ୍କ ପାଇଁ ରହିଛି ମାତ୍ର ୨ଟି ଶ୍ରେଣୀ ଗୃହ। ଦୁଇଟି ଶ୍ରେଣୀ ଗୃହରେ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପିଲାମାନେ ବସୁଥିବାବେଳେ ଅଫିସ ଗୃହ ଭିତରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାମାନେ ପାଠ ପଢ଼ୁଛନ୍ତି। ଆଉ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାମାନେ ସ୍କୁଲ ବାରଣ୍ଡାରେ ଅତି ଦୟନୀୟ ଅବସ୍ଥାରେ ଥଣ୍ଡା କାକରରେ ତଳେ ବସି ପାଠ ପଢିବା ଦେଖିବାକୁ ମିଳିଛି।

ଦାରିଙ୍ଗବାଡ଼ିକୁ ଓଡ଼ିଶାର କଶ୍ମିର ବୋଲି କୁହାଯାଇଥାଏ। ଶୀତ ଋତୁରେ ଏଠାରେ ପ୍ରବଳ ଶୀତ ହୋଇଛି। ତଥାପି ପିଲାମାନେ ତଳେ ବସି ପାଠ ପଢ଼ୁଛନ୍ତି। ସେପଟେ ସ୍କୁଲରେ ଆବଶ୍ୟକ ସଂଖ୍ୟକୁ ଶିକ୍ଷକ ନାହାନ୍ତି। ଯେଉଁଥିପାଇଁ ପାଠ ପଢାରେ ବ୍ୟାଘାତ ହେଉଛି।ସବୁଠାରୁ ଦୁଃଖର ବିଷୟ ଗୋଟିଏ ରୁମ୍‌ରେ ଗୋଟିଏ ବ୍ଲାକ୍‌ବୋର୍ଡରେ ଦୁଇ ଜଣ ଶିକ୍ଷକ ଦୁଇଟି ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି। ଶିକ୍ଷୟିତ୍ରୀ ଇଂଲିଶ ପଢ଼ାଉଥିବା ବେଳେ ସାର୍‌ ବିଜ୍ଞାନର ଜଟିଳ ଫର୍ମୁଲା ପିଲାଙ୍କୁ ବୁଝାଉଛନ୍ତି। ପଢ଼ାଇବାରେ ସମସ୍ୟା ହେଉଥିଲେ ମଧ୍ୟ ସାର୍‌ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। ପିଲାମାନେ କ’ଣ ବା କରିପାରିବେ? ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, କେବେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପିଲାମାନେ ଏପରି ସ୍କୁଲରେ ପାଠ ପଢ଼ିଛନ୍ତି କି? ବୋଧହୁଏ ଏହାର ଉତ୍ତର ସେମାନଙ୍କ ପାଖରେ ନଥିବ। କାରଣ ଗାଁ ଲୋକମାନଙ୍କୁ ସେମାନେ କେବେ ମଣିଷ ବୋଲି ଭାବନ୍ତି ନାହିଁ! ଯଦି ମଣିଷ ବୋଲି ଭାବିଥାଆନ୍ତେ, ତାହାହେଲେ କ’ଣ ଆଜି ସ୍କୁଲ ଚିତ୍ର ଏମିତି ହୋଇଥାଆନ୍ତା ବୋଲି ମତପ୍ରକାଶ ପାଉଛି।

Advertisment
Class ଶ୍ରେଣୀଗୃହ ନଥିବାରୁ ସ୍କୁଲ ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଇସ୍କୁଲରେ ଆବଶ୍ୟକ ଶ୍ରେଣୀ ନାହିଁ। ଶିକ୍ଷକର ଅଭାବ ରହିଛି। ତଥାପି ମୁଣ୍ଡର ଝାଳ ତୁଣ୍ଡରେ ମାରି ନିଜ ପିଲାର ଭବିଷ୍ୟତ ଗଢ଼ିବା ପାଇଁ ସ୍କୁଲ ପଠାଉଛି। ହେଲେ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହୁଛନ୍ତି, ପ୍ରଶାସନ ଏ ବିଷୟରେ ଅବଗତ ଅଛି। ହାଇସ୍କୁଲକୁ 5-Tରେ ରୂପାନ୍ତରିକରଣ କରାଯାଉଛି। ଆଶା କରୁଛୁ ଡିସେମ୍ୱର ସୁଦ୍ଧା ଶେଷ ହୋଇଯିବ। ଏହା ପରେ ପିଲାମାନେ ସେମାନଙ୍କ ମୌଳିକ ସୁବିଧା ପାଇବେ। ପାଠ ପଢ଼ା ଯେମିତି ଚାଲିଥିଲା, ଠିକ୍‌ ସେମିତି ଚାଲିବ। 5-Tରେ ରୂପାନ୍ତରିକରଣ ପାଇଁ ଆସିଛି ୬୫ ଲକ୍ଷ ଟଙ୍କା ଆସିଛି ବୋଲି ବିଡିଓ ମହାଶୟ କହିଛନ୍ତି।

Teacherଶିକ୍ଷକ ଓ ଶିକ୍ଷୟିତ୍ରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି

ତେବେ ଏଠି ପ୍ରଶ୍ନ ଉଠୁଛି, ସ୍କୁଲକୁ 5-Tରେ ରୂପାନ୍ତରିତ କରିବା ଭଲ କଥା। ହେଲେ ବର୍ତ୍ତମାନ ପିଲାମାନେ ବସିବେ କେଉଁଛି? କେମିତି ପାଠ ପଢ଼ିବେ? କିଏ ପାଠ ପଢ଼ାଇବେ? ଚଳିତ ମାଟ୍ରିକ୍‌ ପରୀକ୍ଷାରେ ପିଲାମାନେ କ’ଣ ଲେଖିବେ? ଏଥିପ୍ରତି ପ୍ରଶାସନ ଅବଗତ ଅଛନ୍ତି, ନା କେବଳ 5-Tରେ ରୂପାନ୍ତରିକରଣ ବାହାନାରେ ପିଲାମାନଙ୍କ ଭାଗ୍ୟକୁ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି। ସମୟ କହିବ ରାଜ୍ୟ ସରକାରଙ୍କ 5-T ସ୍କୁଲ କେବେ ପୂର୍ଣ୍ଣ ରୂପ ନେବ?

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

School 5T Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe