Advertisment

ଶିମିଳିପାଳରେ ‘ସୁଭଦ୍ରା’ ଯୋଜନା ଫେଲ୍‌, ପ୍ରତିବନ୍ଧକ ସାଜିଛି ମୋବାଇଲ୍‌ ନେଟୱର୍କ

ଏବେ ବି ଶିମିଳିପାଳରେ ଅପହଞ୍ଚ ହୋଇଛି ‘ସୁଭଦ୍ରା’ ଯୋଜନା। ଏବେବି ଶିମିଳିପାଳରେ ରହୁଥିବା ମହିଳା ଓ ଯୁବତୀମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ସାତ ସପନ ପାଲଟିଛି।

Discussion

Discussion

Advertisment

ମହିଳାଙ୍କୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାର ଲାଗୁ କରିଛନ୍ତି ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ୧ କୋଟିରୁ ଅଧିକ ମହିଳା ଯୋଡ଼ି ହୋଇ ସାରିଲେଣି। ମାତ୍ର ଏବେ ବି ଶିମିଳିପାଳରେ ଅପହଞ୍ଚ ହୋଇଛି ‘ସୁଭଦ୍ରା’ ଯୋଜନା। ଏବେବି ଶିମିଳିପାଳରେ ରହୁଥିବା ମହିଳା ଓ ଯୁବତୀମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ସାତ ସପନ ପାଲଟିଛି। କାରଣ ସେଠାରେ ଏହି ଯୋଜନାକୁ ଲାଗୁ କରିବାରେ ପ୍ରତିବନ୍ଧକ ସାଜିଛି ମୋବାଇଲ ନେଟୱର୍କ।

Advertisment

ଶିମିଳିପାଳରେ ସୁଭଦ୍ରା ଯୋଜନା ଫେଲ୍‌ ବୋଲି ମାନିଛନ୍ତି ଖୋଦ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ। ଖୁବଶୀଘ୍ର ଅଧିକରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଇବା ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି।

ଶିମିଳିପାଳର ଅପହଞ୍ଚ ଇଲାକାରେ ରହିଛି ୬୧ଟି ଗାଁ। ସେଠାରେ ଆଦିମ ଜନଜାତିର ଲୋକେ ବସବାସ କରିଥାନ୍ତି। କେବଳ ଯଶିପୁର ବ୍ଲକର ୧୩ଟି ଗାଁରେ ଦଶ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ଯାହାର ୫୦ ପ୍ରତିଶତ ମହିଳା ଓ ଯୁବତୀ ରହିଛନ୍ତି। ମାତ୍ର ସେମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇ ଟଙ୍କା ପାଇବା ସ୍ୱପ୍ନ ପାଲଟିଛି। ଏପରିକି ବହୁ ମହିଳା ଓ ଯୁବତୀ ‘ସୁଭଦ୍ରା’ ଯୋଜନା କ’ଣ ଜାଣି ନ ଥିବା କହିଛନ୍ତି।

Advertisment

କାରଣ ଶିମିଳିପାଳର ଘଞ୍ଚ ଜଙ୍ଗଲ ଓ ବଡ଼ ବଡ଼ ପାହାଡ଼ ଘେରା ଅଞ୍ଚଳରେ ଏବେବି ଇଣ୍ଟରନେଟ ସୁବିଧା ଉପଲବ୍ଧ ହୋଇ ପାରିନି। ଫଳରେ ଏଠାକାର ମହିଳାମାନେ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି।

ଶିମିଳିପାଳରେ ଇଣ୍ଟରନେଟ୍‌ ସୁବିଧା ନ ଥିବାରୁ ନାହିଁ ଅନଲାଇନ ଫର୍ମ ପକାଇବା ଏମାନଙ୍କ ପାଇଁ ସାତ ସପନ। କେହି କେହି ଫର୍ମ ପକାଇଲେ ସଠିକ ଡକ୍ୟୁମେଣ୍ଟ ନ ଥିବାରୁ KYC ଅପଡେଟ ହୋଇ ପାରୁନି। ଏହାପରେ ବି ଫର୍ମ ପକାଇବାକୁ ଇଚ୍ଛା ପ୍ରକାଶ କଲେ ମହିଳାମାନଙ୍କୁ ପାହାଡ଼, ଜଙ୍ଗଲ ଡେଇଁ ୫୦ କିମି ଦୂର ଯଶିପୁର ବଜାରକୁ ଯିବାକୁ ପଡ଼ିବ। ଯଦି ନ ହୋଇ ପାରିଲା ସେଦିନ ରାତି ସେମାନଙ୍କୁ ଯଶିପୁରରେ କାଟିବାକୁ ପଡିବ।

ଶିମିଳିପାଳ ଅଞ୍ଚଳର ମହିଳା ଏବେବି ସୁଭଦ୍ରା ଯୋଜନାର ଲାଭ ପାଇ ପାରି ନ ଥିବା ସ୍ୱୀକାର କରିଛନ୍ତି ଖୋଦ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ। ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି, ନେଟୱର୍କ ସମସ୍ୟା ଯୋଗୁ ସୁଭଦ୍ରା ଯୋଜନା ଶିମିଳିପାଳରେ ପହଞ୍ଚି ପାରିନାହିଁ। ଖୁବଶୀଘ୍ର ମହିଳା ଓ ଶିଶୁ ବିକାଶ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ରିପୋର୍ଟ- ବାଲେଶ୍ୱରରୁ ପ୍ରକାଶ ମହାନ୍ତି ଓ ବାରିପଦାରୁ ମାଣିକ ଲାଲ ପାଣି

Similipal National Park Mayurbhanj Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe