Advertisment

ବିଫଳତା ପରେ ପାଇଲେ ସଫଳତା; ଘୁଷୁରି ଚାଷ କରି ହେଲେ ମାଲେମାଲ୍

ବାରମ୍ୱାର ବିଫଳତାର ସ୍ୱାଦ ଚାଖିଥିବା ରଘୁନାଥଙ୍କୁ ଚାଷ ପ୍ରତି ଆଗ୍ରହ ବଢ଼ିଥିଲା। ତେଣୁ ଭୁବନେଶ୍ୱର ଓୟୁଏଟିରୁ ଘୁଷୁରି ପାଳନ ସମ୍ପର୍କରେ ତାଲିମ୍‌ ନେଇଥିଲେ। ହେଲେ ଘୁଷୁରି ଚାଷ ନକରି କୁକୁଡା ପାଳନ କରିଥିଲେ। ଦୁର୍ଭାଗ୍ୟକୁ କୁକୁଡା ଚାଷରେ ବହୁତ କ୍ଷତି ହେଲା।

ଅଦ୍ୟତନ ହୋଇଛି
PIG

PIG

Advertisment

ଚାକିରି ପଛରେ ନଗୋଡ଼ାଇ ବ୍ୟବସାୟ କରିବା ପାଇଁ ମନୋନିବେଶ। ଆଉ ବ୍ୟବସାୟ କରିଥିଲେ। ହେଲେ ସଫଳ ହେବା ପରିବର୍ତ୍ତେ ବାରମ୍ୱର ବିଫଳ ହେଉଥିଲେ। ହେଲେ ହାର ମାନିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ଶେଷରେ ଘୁଷୁରି ଚାଷ କଲେ, ଆଉ ସଫଳତା ପାଇଲେ। ଏବେ ମାଲେମାଲ୍ ହୋଇଛନ୍ତି। ନିଜେ ସ୍ୱାବଲମ୍ୱୀ ହେବା ସହିତ ଅନ୍ୟଙ୍କ ହାତକୁ ରୋଜଗାର ଯୋଗାଉଛନ୍ତି। ଏମିତି ଜଣେ ସଫଳ ଚାଷୀ ହେଉଛନ୍ତି ରଘୁନାଥ ମହାନ୍ତି।

Advertisment

ନୟାଗଡ଼ ଟାଉନ୍‌ଠାରୁ ୫ କିମି ଗଲେ ପଡ଼ିଥାଏ କଇଁଥଗାଡ଼ିଆ ଗାଁ। ଏହି ଗାଁର ଉଚ୍ଚ ଶିକ୍ଷିତ ଯୁବକ ହେଉଛନ୍ତି ରଘୁନାଥ ମହାନ୍ତି। ସେ ଚାକିରି ପଛରେ ନଗୋଡ଼ାଇ ପରିବାର ଭରଣ ପୋଷଣ ପାଇଁ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଆଉ ପରବର୍ତ୍ତୀ ସମୟରେ ବ୍ୟବସାୟ କରି ବାରମ୍ୱାର ବିଫଳ ହୋଇଥିଲେ। ହେଲେ ହାର ମାନି ନଥିଲେ। ମନୋବଳ ଭାଙ୍ଗିନଥିଲା। ସଫଳତା ମିଳିବ ବୋଲି ଆଶା ରଖିଥିଲେ।

ବାରମ୍ୱାର ବିଫଳତାର ସ୍ୱାଦ ଚାଖିଥିବା ରଘୁନାଥଙ୍କୁ ଚାଷ ପ୍ରତି ଆଗ୍ରହ ବଢ଼ିଥିଲା। ତେଣୁ ଭୁବନେଶ୍ୱର ଓୟୁଏଟିରୁ ଘୁଷୁରି ପାଳନ ସମ୍ପର୍କରେ ତାଲିମ୍‌ ନେଇଥିଲେ। ହେଲେ ଘୁଷୁରି ଚାଷ ନକରି କୁକୁଡା ପାଳନ କରିଥିଲେ। ଦୁର୍ଭାଗ୍ୟକୁ କୁକୁଡା ଚାଷରେ ବହୁତ କ୍ଷତି ହେଲା। ଶେଷରେ ଘୁଷୁରି ପାଳନକୁ ନିଜ ଉପାର୍ଜର ମାଧ୍ୟମ ବନାଇଲେ। ନିଜର ପୈତୃକ ଜମିରେ ଧଳା ଘୁଷୁରି ଫାର୍ମ ନିର୍ମାଣ କରିଥିଲେ। ତା’ପରେ ଆରମ୍ଭ ହେଲା ଘୁଷୁରି ଚାଷ। ପ୍ରଥମ ପର୍ଯ୍ୟାୟରେ ସେ ୧୭ଟି ଘୁଷୁରିରୁ ଚାଷ ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ୧୦୦ରୁ ଅଧିକ ଧଳା ଘୁଷୁରି ରହିଛନ୍ତି। ଆଉ ବନି ପାରିଛନ୍ତି ଜଣେ ସଫଳ ଘୁଷୁରି ଚାଷୀ।

Advertisment

ରଘୁନାଥ ମହାନ୍ତିଙ୍କ କହିବା ଅନୁସାରେ ଧଳା ଘୁଷୁରି ବିଦେଶୀ ପ୍ରଜାତିର। ସେମାନଙ୍କ ଯତ୍ନ ନିୟମିତ ନେବାକୁ ପଡ଼ିଥାଏ। ଖାଇବାଠାରୁ ଆରମ୍ଭ କରି ଟିକା କରଣ ପର୍ଯ୍ୟନ୍ତ ସବୁ କାମ ପର୍ଯ୍ୟାୟକ୍ରମେ କରିବାକୁ ପଡ଼ିଥାଏ। ତେଣୁ ଭଲ ଲାଭ ମିଳିଥାଏ। ପ୍ରତି ୬ ମାସରେ ଘୁଷୁରୀ ଥରେ ପ୍ରସବ କରନ୍ତି। ଗୋଟିଏ ଘୁଷୁରି ଥରକେ ପ୍ରାୟ ୮ରୁ ୧୦ଟି ଛୁଆ ଜନ୍ମ କରନ୍ତି। ପ୍ରତି ଧଳା ଘୁଷୁରି ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି ହେଉଛନ୍ତି। ଏବେ ତାଙ୍କର ମାସକୁ ଉନ୍‌କମ୍‌ ହେଉଛି ଲକ୍ଷେରୁ ଅଧିକ ଟଙ୍କା। ଗୋଟିଏ ଘୁଷୁରିର ଓଜନ ଦୁଇରୁ ପାଞ୍ଚ କ୍ୱିଣ୍ଟାଲ ହୋଇଥାଆନ୍ତି। ଓଡ଼ିଶା ସମେତ ନାଗାଲାଣ୍ଡ, ମଣିପୁର ଆଦି ରାଜ୍ୟରେ ଏହି ଘୁଷୁରିର ଅଧିକ ଚାହିଦା ରହୁଛି। ମାଂସ ଖାଇବା ଉଦ୍ଦେଶ୍ୟରେ ବ୍ୟବସାୟୀ ଏହାକୁ ସବୁ ସମୟରେ କିଣିଥାନ୍ତି ବୋଲି ରଘୁନାଥ କହିଛନ୍ତି।

ରଘୁନାଥ ଏବେ ଜଣେ ସଫଳ ଘୁଷୁରି ଚାଷୀ। ବର୍ତ୍ତମାନ ସେ ଘୁଷୁରି ପ୍ରଜନନ ମଧ୍ୟ କରୁଛନ୍ତି। ତାଙ୍କଠାରୁ ଧଳା ଘୁଷୁରି କିଣିବାକୁ ଓ ଚାଷ ସମ୍ପର୍କରେ ବୁଝିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଚାଷୀ ଆସୁଛନ୍ତି। ସଫଳ ଚାଷୀ ହିସାବରେ ତାଙ୍କୁ ଅନେକ ପୁରସ୍କାର ମିଳିଛି।

ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe