Advertisment

ଟନେଲ୍‌ରେ ସ୍ୱାମୀ! ମହାଦେବଙ୍କ ଶରଣରେ ପତ୍ନୀ

ମୟୂରଭଞ୍ଜ ଜିଲ୍ଲାର ବିଶ୍ୱେଶ୍ୱର ନାଏକ। ପରିବାର ମୁହଁରେ ମେଞ୍ଚାଏ ଖୁସି ଦେବା ପାଇଁ ରୋଜଗାର ଆଶାରେ ରାଜ୍ୟ ବାହାରକୁ ଯାଇଥିଲେ। ଆଉ ଚାରଧାମ ରୋଡ୍‌ ପ୍ରୋଜେକ୍ଟ କାମରେ ନିଜକୁ ନିୟୋଜିତ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Baripada

Baripada

ମାଟି ଧସିବାରୁ ଅର୍ଦ୍ଧ ନିର୍ମିତ ଟନେଲ୍‌ରେ ସାଥୀଙ୍କ ସହ ଫସି ରହିଛନ୍ତି ସ୍ୱାମୀ ବିଶ୍ୱେଶ୍ୱର ନାଏକ। ୪ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଉଦ୍ଧାର ହୋଇପାରୁନାହାନ୍ତି। ତେଣୁ ମହାଦେବଙ୍କ ଶରଣ ପଶିଛନ୍ତି ପତ୍ନୀ ସୁକାନ୍ତି। ସ୍ୱାମୀଙ୍କର ସୁରକ୍ଷିତ ଉଦ୍ଧାର ପାଇଁ କାନ୍ଦିକାନ୍ଦି ବାବା ଝାଡେଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି। ଆଉ ଜଳାଭିଷେକ କରୁଛନ୍ତି। ସୁକାନ୍ତିଙ୍କ ସହିତ ପୂରା ପରିବାର ମହାପ୍ରଭୁଙ୍କୁ ଆରାଧନା କରୁଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲାର ବିଶ୍ୱେଶ୍ୱର ନାଏକ। ପରିବାର ମୁହଁରେ ମେଞ୍ଚାଏ ଖୁସି ଦେବା ପାଇଁ ରୋଜଗାର ଆଶାରେ ରାଜ୍ୟ ବାହାରକୁ ଯାଇଥିଲେ। ଆଉ ଚାରଧାମ ରୋଡ୍‌ ପ୍ରୋଜେକ୍ଟ କାମରେ ନିଜକୁ ନିୟୋଜିତ କରିଥିଲେ। ସୁଖର ସଉଦା କରୁକରୁ ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଯମୁନୋତ୍ରୀ ଧାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ଟନେଲ୍‌ରେ ଫସି ଗଲେ। ସେହି ନିର୍ମାଣାଧୀନ ଟନେଲରେ କେବଳ ବିଶ୍ୱେଶ୍ୱର ଫସି ନାହାନ୍ତି, ଆହୁରି ୪୦ରୁ ଅଧିକ ଶ୍ରମିକ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।

ଟନେଲ୍‌ ଭିତରେ ବିଶ୍ୱେଶ୍ୱର ଫସି ରହିଥିବା ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ୪ ପରେ ମଧ୍ୟ ଉଦ୍ଧାର ହୋଇ ପାରୁନଥିବାରୁ ପରିବାର ଲୋକଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗିବାକୁ ଲାଗିଲାଣି। ଆଉ ଉଦ୍ଧାରକାରୀ ଦଳ ଓ ପ୍ରଶାସନ ଉପରେ ଭରସା ପାଉନି। ସେପଟେ ଅପ୍‌ଡେଟ୍‌ ଖବର ମିଳୁନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏବେ ବାବା ଝାଡେଶ୍ୱରଙ୍କ ଶରଣ ପଶିଛନ୍ତି ବିଶ୍ୱେଶ୍ୱରଙ୍କ ପତ୍ନୀ ସୁକାନ୍ତି ଓ ପରିବାର ଲୋକେ। ସମସ୍ତେ ଆଜି ମହାଦେବ ମନ୍ଦିରରେ ଜଳାଭିଷେକ କରିଛନ୍ତି। ସୁରକ୍ଷିତ ସ୍ୱାମୀଙ୍କ ଉଦ୍ଧାର ପାଇଁ ମହାଦେବଙ୍କୁ ପ୍ରାର୍ଥନା କରିଛନ୍ତି ପତ୍ନୀ ସୁକାନ୍ତି।

Advertisment

ଟୋନାଲ ନିର୍ମାଣ କାର୍ଯ୍ୟରେ ୪୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ସେଥିରେ ଓଡ଼ିଶାରୁ ୫ ଜଣ ଶ୍ରମିକ ଥିଲେ। ସେହି ୫ ଜଣଙ୍କ ଭିତରେ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଅଛନ୍ତି। ସେମାନେ ହେଲେ ବିଶ୍ୱଶ୍ୱର ନାଏକ, ଧୀରେନ ନାଏକ ଓ ରାଜୁ ନାଏକ। ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତଙ୍କ ପରିବାର ଲୋକେ ଭଗବାନଙ୍କ ଭରସାରେ ଅଛନ୍ତି।

ସେପଟେ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନରୱେ ଓ ଥାଇଲାଣ୍ଡରୁ ଆସିଛନ୍ତି ବିଶେଷଜ୍ଞ ଟିମ୍। ଥାଇଲାଣ୍ଡରୁ ଆସିଥିବା ବିଶେଷଜ୍ଞ ଟିମ୍ ପୂର୍ବରୁ ଗୁମ୍ଫା ଭିତରେ ଫସିଥିବା କିଛି ପିଲାଙ୍କୁ ଉଦ୍ଧାର କରିଥିଲା। ତେଣୁ ଏପରି ଅପରେସନରେ ସେହି ବିଶେଷଜ୍ଞ ଟିମର ସାହାଯ୍ୟ କାମରେ ଆସିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଟନେଲ୍‌ ଭିତରକୁ ଯିବା ପାଇଁ ସ୍ୱତନ୍ତ୍ର ପ୍ରକାର ଡ୍ରିଲିଂ ମେସିନ ମଧ୍ୟ ଆସିଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Uttarakhand Baripada