Advertisment

ଶୀତୁଆ ସକାଳରେ ହାତ ଠାରି ଡାକୁଛି ଲାଜକୁଳୀ ଝରଣା, କିନ୍ତୁ ରାସ୍ତା କାହିଁ?

ତଳମିଟିଂ ଜଳ ପ୍ରପାତର ବିକାଶ କରିବା ପାଇଁ ସାଧାରଣରେ ଦାବି ହେଉଛି। କଷ୍ଟସାଧ୍ୟ ହେଲେ ମଧ୍ୟ ତଳମିଟିଂ ଜଳ ପ୍ରପାତ ପର୍ଯ୍ୟନ୍ତ ରାସ୍ତା କରିବା ପାଇଁ ପ୍ରକୃତି ପ୍ରେମୀ ମତ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Talamiting Waterfall

Talamiting Waterfall

Advertisment

ଲାଜେଇ ଲାଜେଇ ବହିଯାଉଛି ସୁନ୍ଦରୀ ଝରଣା। ଆଉ ଯେମତି ପର୍ଯ୍ୟଟକଙ୍କୁ ହସି ହସି ହାତଠାରି ଡାକୁଛି ଏ ସବୁଜ ଘେରା ସୁନ୍ଦର ପାହାଡ଼। କୁଳୁକୁଳୁ ନାଦ କରି ପର୍ବତମାଳାର ଶିଖରରୁ ବୋହି ଯାଉଛି। ଆଉ ବିଛେଇ ହୋଇ ପଡୁଛି ପଥରର ଶକ୍ତ ଚଟାଣରେ। ପହାଡ଼ର ଏହି ନୀରବ ନୃତ୍ୟ ଆକୃଷ୍ଟ କରୁଛି ପର୍ଯ୍ୟଟକ ମାନଙ୍କୁ। ହେଲେ ଏ ସୁନ୍ଦର ଭିତରେ ସବୁ କିଛି ବାଧା ଦେଉଛି ଏହି ଅଙ୍କାବଙ୍କା ଆବଡ଼ା ଖାବଡ଼ା ରାସ୍ତା।

Advertisment

ଆସିଲା ପର୍ଯ୍ୟଟନ ଋତୁ। ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗୁଡିକରେ ଆରମ୍ଭ ହେଲାଣି ପର୍ଯ୍ୟଟକମାନଙ୍କ ଗହଳି। କୋରାପୁଟ ଜିଲ୍ଲାରେ ଥିବା ତଳମିଟିଂ ଜଳ ପ୍ରପାତରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ଗହଳି ଦେଖିବାକୁ ମିଳିଲାଣି। ଗ୍ରୀଷ୍ମ ହେଉ ଅବା ବର୍ଷା କିମ୍ବା ଶୀତ ବର୍ଷସାରା ଏଠାରେ ଲାଗିଥାଏ ପର୍ଯ୍ୟଟକଙ୍କ ଗହଳି। ହେଲେ ପ୍ରକୃତିର ଏହି ଅପୂର୍ବ ରୂପ ଦେଖିବା ପାଇଁ ପର୍ଯ୍ୟଟକଙ୍କର ମଧ୍ୟରେ ଉତ୍ସୁକତା ବଢ଼ୁଛି। ହେଲେ ଦୁର୍ଭାଗ୍ୟ ବିଷୟ, ତଳମିଟିଂ ଜଳପ୍ରପାତର ସେହି ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସେଠାକୁ ଯିବାକୁ କୌଣସି ବ୍ୟବସ୍ଥା ନାହିଁ।

ପ୍ରକୃତିର କୋଳରେ ଥିବା ତଳମିଟିଂ ଜଳ ପ୍ରପାତର ସୁନ୍ଦର ମନୋରମ ଦୃଶ୍ୟ ଆକୃଷ୍ଟ କରେ ପର୍ଯ୍ୟଟକଙ୍କୁ। ତେଣ୍ଡାଝଡ଼ା ପାହାଡ଼ର ଶୋଭା ବର୍ଦ୍ଧନ କରୁଥିବା ଏହି ଜଳ ପ୍ରପାତ ପାଖକୁ ଯିବା ଏତେ ସହଜ ନୁହେଁ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମାଠାରୁ ମାତ୍ର ୧୪ କିମି ଦୂରରେ ରହିଛି ଏହି ଜଳପ୍ରପାତ। କାକିରିଗୁମ୍ମାରୁ ତଳମିଟିଂ ଗାଁ ପହଞ୍ଚିବା ପରେ ସେଠାରୁ ପାଦଚଲା ରାସ୍ତାରେ ଯିବାକୁ ପଡେ ଏହି ତଳମିଟିଂ ଜଳ ପ୍ରପାତକୁ। ଗାଁର ନାଁ ଅନୁସାରେ ଜଳପ୍ରପାତର ନାମକରଣ ତଳମିଟିଂ ରଖାଯାଇଛି।

Advertisment
Talamiting WaterFall

ଏହି ଜଳ ପ୍ରପାତର ସୁନ୍ଦରତା ଓ କୋମନିୟତା ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ଅର୍ଥାତ୍ ଜିଲ୍ଲା ତଥା ଜିଲ୍ଲା ବାହାର ଛୁଟି ଆସନ୍ତି ବହୁ ପର୍ଯ୍ୟଟକ। ବିଶେଷ କରି ଶୀତ ଋତୁରେ ଅଧିକ ମନୋରମ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରୁଥିବା ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳେ। ହେଲେ ବିଡ଼ମ୍ବନାର ବିଷୟ ଏଠାରେ ପହଞ୍ଚିବାକୁ ହେଲେ ପାର ହେବାକୁ ପଡ଼େ ଅଙ୍କାବଙ୍କା ଆବଡ଼ା ଖାବଡ଼ା ବିପଦପୂର୍ଣ୍ଣ ରାସ୍ତ। କାହିଁକି ନା ଏହି ଜଳ ପ୍ରପାତକୁ ଯିବାକୁ ନାହିଁ ରାସ୍ତାର ବ୍ୟବସ୍ଥା।

ଏହାର ବିକାଶ କରିବା ପାଇଁ ସାଧାରଣରେ ଦାବି ହେଉଛି। କଷ୍ଟସାଧ୍ୟ ହେଲେ ମଧ୍ୟ ତଳମିଟିଂ ଜଳ ପ୍ରପାତ ପର୍ଯ୍ୟନ୍ତ ରାସ୍ତା କରିବା ପାଇଁ ପ୍ରକୃତି ପ୍ରେମୀ ମତ କାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe