Advertisment

ଦୁର୍ଗମ ଇଲାକାର ବିକଳ ଚିତ୍ର; ଖଟିଆରେ ମେଡ଼ିକାଲ ଯାଉଛି ମା’

ଆବୁଡ଼ା ଖାବୁଡ଼ା ରାସ୍ତା। ପାଦେ ପାଦେ ଭୟ। ତାରି ଭିତରେ ଗର୍ଭବତୀଙ୍କୁ ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ।

Koraput

Koraput

Advertisment

ଗାଁକୁ ଆସିପାରିଲାନାହିଁ ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। କଚା ରାସ୍ତାର ଅବସ୍ଥା ଏମିତି ବିଗିଡ଼ି ଯାଇଛି ଯେ ରୋଗୀମାନଙ୍କ ପାଇଁ ଏକ ମାତ୍ର ବିକଳ୍ପ ସାଜିଛି ଖଟିଆ। ଏମିତି ଏକ ଅପହଁଚ ଗାଁ ରହିଛି ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ।

Advertisment

ଆଜି ସକାଳୁ ଲୋପେଟା ଗାଁର ସୁନୀତା ପିଡ଼ିକା ପ୍ରସବ ଯନ୍ତ୍ରଣା ପାଉଥିଲେ। ତାଙ୍କୁ ମେଡ଼ିକାଲ ନେବା ପାଇଁ ପରିବାର ଳୋକେ ୧୦୮ ଆମ୍ବୁଲାନ୍ସକୁ ଫୋନକରିଥିଲେ। ନିର୍ନ୍ଧାରିତ ସମୟରେ ଗାଁ ଅଭିମୁଖେ ଆସିଥିଲା ଆମ୍ବୁଲାନ୍ସ। ହେଲେ ଲୋପେଟା ଗାଁକୁ ଯାଇ ପାରି ନଥିଲା। ରାସ୍ତା ଖରାପ ଯୋଗୁ ୩ କମି ଦୂରରେ ଅଟକି ଥିଲା।

ଏ ସମ୍ପର୍କରେ ଜାଣିପାରି ସାହି ଭାଇଙ୍କ ସହାୟତାରେ ଖଟିଆରେ ବୋହି ନେଇଥିଲେ। ଆବୁଡ଼ା ଖାବୁଡ଼ା ରାସ୍ତା। ପାଦେ ପାଦେ ଭୟ। ତାରି ଭିତରେ ଗର୍ଭବତୀଙ୍କୁ ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ନେଇ ବନ୍ଧୁଗାଁ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସୁନୀତା ପୁତ୍ର ସନ୍ତାନ ଜନ୍ମ କରିଥିଲେ। ଏବେ ମା ଓ ଛୁଆ ସୁସ୍ଥ ଅଛନ୍ତି। ମେଡ଼ିକାଲରେ ସେମାନଙ୍କର ଚିକିତ୍ସା ଚାଲିଛି।

Advertisment

ସୂଚନାରୁ ପ୍ରକାଶ, ଦେଶ ସ୍ୱାଧୀନ ହେବାକୁ ଏହାଭିତରେ ଅନେକ ବର୍ଷ ବିତି ଗଲାଣି। ହେଲେ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ରାଜ୍ୟସରକାର ରାସ୍ତା ଖଣ୍ଡିଏ କରି ପାରିଲେ ନାହିଁ। ଯେଉଁଥି ପାଇଁ ଦୀର୍ଘବର୍ଷ ଧରି ଗାଁ ଲୋକେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଗାଁରେ କେହି ଅସୁସ୍ଥ ହେଲେ ମେଡ଼ିକାଲ ନେବା ପାଇଁ ନାନା ସମସ୍ୟାରେ ପଡ଼ୁଛନ୍ତି। ଗାଁକୁ ରାସ୍ତା ଖଣ୍ଡିଏ ତିଆରି କରିବା ପାଇଁ ବହୁ ବାର ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି। ହେଲେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ଆଜି ପର୍ଯ୍ୟନ୍ତ ରାସ୍ତା ତିଆରି କରିପାରିଲା ନାହିଁ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Carried Pregnant Woman 108 Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe