Advertisment

ବାପା ମା’ଙ୍କ ବାହାଘର କରାଇଲେ ନିଜ ପୁଅ ଝିଅ

ପୁଅ ଝିଅଙ୍କ ଉପସ୍ଥିତିରେ ହୋମ ନିଆଁକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବୃଦ୍ଧ ଦମ୍ପତି

ଅଦ୍ୟତନ ହୋଇଛି
Marriage

Marriage

Advertisment

ବାହା ହୋଇ ଘରସଂସାର କଲେ। ପୁଅ ଝିଅର ବାପା ମା’ ହେଲେ। ଏବେ ପରିଣତ ବୟସରେ ପୁଣିଥରେ ବରଣ ମାଳା ପକାଉଛନ୍ତି। ପୁଅ ଝିଅଙ୍କ ଉପସ୍ଥିତିରେ ହୋମ ନିଆଁକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବୃଦ୍ଧ ଦମ୍ପତି। ଆଜି ଝାରସୁଗୁଡ଼ା ରେଳବାଇ କଲୋନୀରେ ଦେଖିବାକୁ ମିଳିଛି ଏଭଳି ନିଆରା ବିହାଘର ଉତ୍ସବ। ୫୦ ଦମ୍ପତି କରିଛନ୍ତି ବିବାହ। ଏହି ବିବାହ ଅୟୋଜନ କରିଛି ଝାରଖଣ୍ଡ ଶ୍ରୀବାରୀ ସେବାଦଳ।

Advertisment

ଆଜି ଝାରସୁଗୁଡ଼ା ରେଳବାଇ କଲୋନୀ ବଧୂ ବେଶରେ ସଜେଇ ହୋଇଛି। ବାଜୁଛି ଢୋଲା, ବାଜୁଛି ମହୁରି। ଜଳୁଛି ହୋମ ନିଆଁ। ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ତାହାରି ଭିତରେ ବର ବେଶରେ ସଯେଇ ହୋଇ ହୋମ ନିଆଁ ପାଖରେ ବସିଛନ୍ତି ୫୦ ବୟସ୍କ ଦମ୍ପତି। ସମସ୍ତେ ପରିଧାନ କରିଛନ୍ତି ନୂଆ ବସ୍ତ୍ର। ରୀତି ନୀତି ଅନୁସାରେ ପୂଜା ସରିବା ପରେ ସମସ୍ତେ ନିଜ ନିଜ ଅର୍ଦ୍ଧାଙ୍ଗିନୀଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ। ତାପରେ ପରସ୍ପର ଭିତରେ ବରଣ ମାଳା ପକାଇ ଥିଲେ।

ଆଜି ରାମମନ୍ଦିର ପରିସରରେ ଅନୁଷ୍ଠିତ ବାହାଘର କରାଇଥିଲେ ଝାଡଖଣ୍ଡ ଶ୍ରୀବାରୀ ସେବାଦଳ। ଏଭଳି ବାହାଘର କେବଳ ତିରୁପତି ମନ୍ଦିର ରେ କରାଯାଇ ଥାଏ। ଏହି ବିବାହ ପଛରେ ରହିଛି ବହୁ ରହସ୍ୟ। ନିଜର ସନ୍ତାନ ସନ୍ତତି ବାପା ମାଙ୍କ ବାହାଘର କରାଇ ସେମାନଙ୍କ ଆୟୁ ବୃଦ୍ଧିର ପୂଜା କରାଇ ଥାଆନ୍ତି। 

Advertisment

ନିଜ ଯୌବନର ବିବାହ ପୁଣିଥରେ ବାସ୍ତବ ରୂପ ନେଇଥିବାରୁ ବେଶ୍‌ ଖୁସି ହୋଇଥିଲେ। ଏଥି ପାଇଁ ନିଜ ପରିବାର ଓ ବିବାହ ଆୟୋଜନ କରିଥିବା ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe