Advertisment

ସରକାର ଶୁଣିଲେନି, ଗାଁ ଲୋକଙ୍କ ପାଇଁ ପୋଲ କରିଦେଲେ ଆଦିବାସୀ ଯୁବକ

ପୂର୍ବରୁ ଗାଁକୁ କୌଣସି ଅଟୋ କିମ୍ଭା ବାଇକ୍ ଆସି ପାରୁନଥିଲା। ଆଉ ଏବେ ଲୋକେ ବାଇକ୍ ଓ ଅଟୋରେ ଏହି ପୋଲ ଉପର ଦେଇ ଯିବା ଆସିବା କରି ପାରୁଛନ୍ତି।

ଅଦ୍ୟତନ ହୋଇଛି
the tribal youth built a bridge

the tribal youth built a bridge

Advertisment

ଗାଁ ଲୋକଙ୍କ ସୁବିଧାରେ ଯାତାୟତ ପାଇଁ ନଦୀ ଉପରେ ପୋଲ ତିଆରି କରିଦେଲେ ଆଦିବାସୀ ଯୁବକ। ବିଡିଓଙ୍କ ଠାରୁ ଜିଲ୍ଲାପାଳ, ବିଧାୟକଙ୍କ ଠାରୁ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯାତାୟତ ଅସୁବିଧା ନେଇ ପ୍ରତିଦିନ ସମ୍ମୁଖୀନ ହେବାକୁ ପଡ଼ୁଥିବା ସମସ୍ୟ ନେଇ ଅଭିଯୋଗ ଜଣାଇବେ ସତ୍ତ୍ୱେ କେହିବି ସମାଧାନ କଲେନି। ସରକାର ମଧ୍ୟ ନିରାଶ କଲେ। ତେଣୁ ନିଜ ଗାଁର ସୁବିଧା ପାଇଁ ସଞ୍ଚିତ କରିଥିବା ଟଙ୍କାକୁ ବିନିଯୋଗ କରି ଏକ କାଠ ପୋଲ କରିବାରେ ସଫଳ ହୋଇଛି ଆଦିବାସୀ ମୁଲକର ପାଠପଢ଼ି ନଥିବା ଡଗିଶା ମଳିକ। କନ୍ଧମାଳ ଜିଲ୍ଲା ବିନ୍ଦୁପଦର ଗାଁର ଡଗିଶାଙ୍କ ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଏହି ଗାଁରେ ପଚାଶରୁ ଅଧିକ ପରିବାର ବାସ କରନ୍ତି। ଜଙ୍ଗଲ, ପାହାଡ଼ ଘେରା ଏହି ଅଞ୍ଚଳରେ ବର୍ଷକ ଅଧିକାଂଶ ସମୟ ଲୋକଙ୍କୁ ଝଡ଼ବର୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ଷା ଯୋଗୁ ନଦୀରେ ପାଣି ଆସିଥାଏ। ତେଣୁ ଲୋକଙ୍କୁ ନଦୀ ପାର ହୋଇ କାମକାର୍ଯ୍ୟରେ ଯିବା ନିମନ୍ତେ ହିନସ୍ତା ହେବାକୁ ପଡ଼େ। ପିଲାମାନଙ୍କ ପାଠପଢ଼ିବାକୁ ଯିବାରେ ଅସୁବିଧା ହୁଏ, ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିବା ନିମନ୍ତେ ହଇରାଣ ହୁଅନ୍ତି। ଏହି ସମସ୍ୟା ନେଇ ଲୋକେ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଜଣାଇ ସରକାରୀ ପାଣ୍ଠି ବିନିଯୋଗରେ ଏକ ସବୁଦିନିଆ କଂକ୍ରିଟ ପୋଲ ନିର୍ମାଣ କରିବାକୁ ବାରମ୍ୱାର ନିବେଦନ କରିଆସୁଛନ୍ତି। ହେଲେ ସେମାନଙ୍କ ଏହି ଦାବି ପ୍ରତି ସରକାର, ସରକାରୀ ଅଧିକାରୀ ଓ ଜନପ୍ରତିନିଧି ଦାୟିତ୍ୱହୀନତା ଦେଖାଇ ଚାଲିଥିଲେ।

ତେଣୁ ଅଞ୍ଚଳବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ଡଗିଶା ଅଣ୍ଟା ଭିଡ଼ିଥିଲେ। ସେ ସଞ୍ଚିତ ରଖିଥିବା ୧୦ ହଜାର ଟଙ୍କା ଖର୍ଚ୍ଚ କରି କାଠ ପଟା ପ୍ରସ୍ତୁତ କରିଥିଲେ। ପରେ ପୋଲ ତିଆରିରେ ଗାଁ ଲୋକ ଶ୍ରମ ବିନିଯୋଗ କରିବାକୁ ସହାୟତା ମାଗିଥିଲେ। ଗ୍ରାମର କିଛି ଲୋକେ ଏହି କାଠପୋଲ ତିଆରି କରିବାରେ ସହାୟତା କରିଥିଲେ। ଫଳରେ ଏହି ଅସ୍ଥାୟୀ କାଠ ପୋଲ ମାତ୍ର ୩ ମାସ ଭିତରେ ଠିଆ ହୋଇପାରିଛି। ଏହି କାଠ ପୋଲର ଲମ୍ୱ(ଦୈଘ୍ୟ) ଶହେ ପୁଟ ରହିଥିବା ବେଳେ ଚଉଡା(ପ୍ରସ୍ଥ) ୭ ଫୁଟ ରହିଛି।

Advertisment

କାଠପୋଲ ପ୍ରସ୍ତୁତ ହୋଇସାରିଥିବାରୁ ଏହା ଉପର ଦେଇ ଲୋକେ ଯାତାୟତ କରୁଛନ୍ତି। ଯାତାୟତ ସୁବିଧାଜନକ ହୋଇଥିବାରୁ ଗାଁର ପିଲାଠାରୁ ବୟସ୍କ ପର୍ଯ୍ୟନ୍ତେ ସମସ୍ତ ଖୁସୀ ପ୍ରକାଶ କରିଛନ୍ତି। ପୂର୍ବରୁ ଗାଁକୁ କୌଣସି ଅଟୋ କିମ୍ଭା ବାଇକ୍ ଆସି ପାରୁନଥିଲା। ଆଉ ଏବେ ଲୋକେ ବାଇକ୍ ଓ ଅଟୋରେ ଏହି ପୋଲ ଉପର ଦେଇ ଯିବା ଆସିବା କରି ପାରୁଛନ୍ତି।

ଡଗିଶା ମଳିକ କହିଛନ୍ତି, ପୋଲ ନିର୍ମାଣ କରିବା ନିମନ୍ତେ ରଖିଥିବା ଲକ୍ଷ୍ୟ ପୂରଣ ହୋଇଥିବାରୁ ଖୁବ୍‌ ଖୁସୀ ଲାଗୁଛି। ଗ୍ରାମବାସୀଙ୍କ ସହଯୋଗ ଯୋଗୁ ଶୀଘ୍ର ଏହି କାଠପୋଲ ପ୍ରସ୍ତୁତ କରିବା ସଫଳ ହୋଇଛି। ମାତ୍ର ସରକାର, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ନିରାଶ କରିବା ଦୁଃଖ ଦେଇଛି। ଏଠାରେ ସବୁଦିନିଆ କଂକ୍ରିଟ ପୋଲଟିଏ ସରକାର ନିର୍ମାଣ କରିଦେଲେ ସମସ୍ତେ ଖୁସୀ ହେବେ।

Tribal Issues Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe