ମନ୍ତ୍ରୀ,ଜିଲ୍ଲାପାଳ ଓ ଏସ୍ ପି ଶୁଣିଲେ ଖାଲି ହସିଲେ । ଜୁହାର ବାବୁ ଜୁହାର। ପଦୁଗୁଡାର ଦୁଃଖ ଟିକେ ବୁଝ...। କୁନି ଝିଅର ମୁହଁରୁ ଶୁଣାଯାଉଥିବା ଇଏ ଏକ ସଂଳାପ ହୋଇଥାଇପାରେ । ହେଲେ ଏହାରି ଭିତରେ ରହିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍ ଜିଲ୍ଲା ଦଶମନ୍ତପୁର ଦୁଃଖ । ଯାହାର ଭଡିଓ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଲୋକେ ପଚାରିଛନ୍ତି ନାନା ପ୍ରଶ୍ନ ।