Advertisment

ବଢ଼ୁଛି ଦାଗୀ ବିଧାୟକଙ୍କ ସଂଖ୍ୟା!

ସବୁଠାରୁ କମ ବୟସରେ ଅର୍ଥାତ୍ ମାତ୍ର 26 ବର୍ଷ ବୟସରେ ଉପାସନା ମହାପାତ୍ର ପୁରୀ ବ୍ରହ୍ମଗିରିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ସବୁଠାରୁ ଅଧିକ 80 ବର୍ଷରେ କେନ୍ଦୁଝର ଘଷିପୁରାରୁ ବଦ୍ରି ପାତ୍ର ପୁଣି ଥରେ ନିର୍ବାଚିତ ହୋଇଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
Leader

Leader

2024 ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ବିଜୟୀ ହୋଇ ଆସିଥିବା ପ୍ରାର୍ଥୀଙ୍କ ଭିତରେ କ୍ରମଶଃ ଗୁରୁତର ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। 2009 ପରଠାରୁ 2024 ପର୍ଯ୍ୟନ୍ତ ହୋଇଥିବା 4ଟି ସାଧାରଣ ନିର୍ବାଚନକୁ ଦେଖିଲେ, ଗୁରୁତର ମାମଲା ଥିବା ବିଧାୟକଙ୍କ ପ୍ରତିଶତ 21ରୁ 46 ପ୍ରତିଶତକୁ ବଢ଼ିଯାଇଛି। 5 ବର୍ଷରୁ ଅଧିକ ଦଣ୍ଡ ପାଇବାର ଆଶଙ୍କା ଥିବା ମାମଲାଗୁଡ଼ିକୁ ଗୁରୁତର ଅପରାଧିକ ମାମଲାରେ ରଖିଛି ଏଡିଆର ବା ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ।

Advertisment

ସେହିଭଳି ଦିନକୁ ଦିନ କୋଟିପତି ବିଧାୟକଙ୍କ ସଂଖ୍ୟା ବଢ଼ୁଛି। 2009ରୁ 2024 ମଧ୍ୟରେ ହୋଇଥିବା 4ଟି ସାଧାରଣ ନିର୍ବାଚନକୁ ଦେଖିଲେ କୋଟିପତି ବିଧାୟକଙ୍କ ପ୍ରତିଶତ 22ରୁ 73ରେ ପହଁଚିଛି। ଅର୍ଥାତ୍ ଏବେ 100 ଜଣରୁ 73ଜଣ ବିଧାୟକ ହେଲେ କୋଟିପତି। ଏହାସତ୍ବେ ଏଥର ନିର୍ବାଚନରେ ସବୁଠାରୁ କମ୍ ସମ୍ପତ୍ତି ଥିବା ସଂଜଳି ମୁର୍ମୁ ବି ବିଧାୟିକା ଭାବେ ଜିତିଛନ୍ତି। ସଂଜଳି ମୁର୍ମୁ ହେଉଛନ୍ତି ମୟୁରଭଞ୍ଜ ବାଙ୍ଗିରିପୋଷିର ବିଜେପି ପ୍ରାର୍ଥୀ। ତାଙ୍କ ପାଖରେ ମାତ୍ର 35 ହଜାର ଟଙ୍କାର ସମ୍ପତ୍ତି ଥିବା ସେ ଦର୍ଶାଇଛନ୍ତି। ସେହିଭଳି ମାଲକାନଗିରି ଚିତ୍ରକୋଣ୍ଡାରୁ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲଙ୍କ ପାଖରେ ମାତ୍ର 1 ଲକ୍ଷ ଟଙ୍କା ସମ୍ପତ୍ତି ଥିବାବେଳେ କୋରାପୁଟ ଲକ୍ଷ୍ମୀପୁରର କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉନ୍ତଙ୍କ ପାଖରେ ମାତ୍ର 2 ଲକ୍ଷ ଟଙ୍କା ସମ୍ପତ୍ତି ରହିଛି।

ସବୁଠାରୁ ଅଧିକ ସମ୍ପତ୍ତି ଥିବା ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି- କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ବିଜେଡିର ସନାତନ ମହାକୁଡ। ତାଙ୍କ ପାଖରେ 227 କୋଟି ଟଙ୍କାର ସମ୍ପତ୍ତି ରହିଛି। ଦ୍ବିତୀୟ ସର୍ବାଧିକ ଧନୀ ପ୍ରାର୍ଥୀ ହେଲେ ବାଲେଶ୍ବର ବସ୍ତାର ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା। ତାଙ୍କ ପାଖରେ 135 କୋଟି ଟଙ୍କାର ସମ୍ପତ୍ତି ରହିଛି। ତୃତୀୟ ସ୍ଥାନରେ ଅଛନ୍ତି ବଲାଙ୍ଗୀରର ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓ। ତାଙ୍କ ପାଖରେ 73 କୋଟିର ସମ୍ପତ୍ତି ରହିଛି।

Advertisment

ଏଥର ବିଧାନସଭାକୁ ମହିଳା ବିଧାୟକଙ୍କ ଆସିବା ସଂଖ୍ୟା କମିଯାଇଛି। 2019 ନିର୍ବାଚନରେ ଓଡ଼ିଶା ବିଧାନସଭାକୁ 13ଜଣ ମହିଳା ବିଧାୟକ ଆସିଥିବାବେଳେ ଏଥିର 11 ଜଣ ମହିଳା ବିଧାୟକ ଆସିଛନ୍ତି। ସବୁଠାରୁ କମ ବୟସରେ ଅର୍ଥାତ୍ ମାତ୍ର 26 ବର୍ଷ ବୟସରେ ଉପାସନା ମହାପାତ୍ର ପୁରୀ ବ୍ରହ୍ମଗିରିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ସବୁଠାରୁ ଅଧିକ 80 ବର୍ଷରେ କେନ୍ଦୁଝର ଘଷିପୁରାରୁ ବଦ୍ରି ପାତ୍ର ପୁଣି ଥରେ ନିର୍ବାଚିତ ହୋଇଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

Criminals In Politics