Advertisment

ରାଜଧାନୀ ନଥିବା ଭାରତର ଏକମାତ୍ର ରାଜ୍ୟ

ଆନ୍ଧ୍ର ପ୍ରଦେଶର ସାଧାରଣ ରାଜଧାନୀ ଭାବରେ ହାଇଦ୍ରାବାଦର ସମୟସୀମା ୨୦୨୪ ଜୁନ୍ ୨ତାରିଖରେ ଶେଷ ହୋଇଥିଲା ଏବଂ ସେହି ଦିନଠାରୁ ଆନ୍ଧ୍ର ପ୍ରଦେଶ ରାଜଧାନୀ ବିନା କାର୍ଯ୍ୟ କରୁଛି ।

ଅଦ୍ୟତନ ହୋଇଛି
Andhra Pradesh

Andhra Pradesh

Advertisment

ଭାରତରେ ଗୋଟିଏ ରାଜ୍ୟ ଅଛି ଯାହା ରାଜଧାନୀ ବିନା କାର୍ଯ୍ୟ କରୁଛି ତାହା ହେଉଛି ଆନ୍ଧ୍ର ପ୍ରଦେଶ। ୨୦୧୪ ଜୁନ ୨ ତାରିଖରେ ଆନ୍ଧ୍ର ପ୍ରଦେଶର ବିଭାଜନ ହେବା ପରେ ତେଲଙ୍ଗାନା ଭାରତର ନୂତନ ରାଜ୍ୟର ମାନ୍ୟତା ପାଇଥିଲା। ସେତେବେଳେ ୧୦ ବର୍ଷ ପାଇଁ ହାଇଦ୍ରାବାଦକୁ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ମିଳିତ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା।

Advertisment

ତେବେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଭାବରେ ହାଇଦ୍ରାବାଦର ସମୟସୀମା ୨୦୨୪ ଜୁନ୍ ୨ତାରିଖରେ ଶେଷ ହୋଇଥିଲା ଏବଂ ସେହି ଦିନଠାରୁ ଆନ୍ଧ୍ର ପ୍ରଦେଶ ରାଜଧାନୀ ବିନା କାର୍ଯ୍ୟ କରୁଛି ।

ଗୋଟିଏ ରାଜ୍ୟର ରାଜଧାନୀ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ହବ୍ ଭାବେ କାର୍ଯ୍ୟ କରେ। ପ୍ରାଥମିକ ସରକାରୀ ଅନୁଷ୍ଠାନ ଯେପରିକି ବିଧାନସଭା, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ସେଠାରେ ରହିଥାଏ । ଏହା ଶାସନର କେନ୍ଦ୍ରୀକରଣ, ଦକ୍ଷ ପ୍ରଶାସନ, ନୀତି ନିର୍ଣ୍ଣୟ ଏବଂ ଜନସେବାକୁ ସହଜ କରିଥାଏ। ଏହା ରାଜନୀତିକ, ସାଂସ୍କୃତିକ ଏବଂ ଅର୍ଥନୀତିକ କାର୍ଯ୍ୟକଳାପ ପାଇଁ ଏକ କେନ୍ଦ୍ର ବିନ୍ଦୁ ଭାବରେ କାର୍ଯ୍ୟ କରିଥାଏ। ରାଜଧାନୀ ପ୍ରାୟତଃ ରାଜ୍ୟର ପରିଚୟ ଏବଂ ଐତ୍ୟିହର ପ୍ରତୀକ ଅଟେ। ଏହା ଐତିହାସିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Advertisment

ଅମରାବତୀ ହେବ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ

ଅମରାବତୀ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଅବସ୍ଥିତ । କୃଷ୍ଣ ନଦୀ କୂଳରେ ଥିବା ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ ପୂର୍ବରୁ ଘୋଷଣା କରାଯାଇଥିଲା। ଚନ୍ଦ୍ରବାବୁ ନାଇଡୁ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆକଳନ କରିଥିଲେ ଯେ ଆନ୍ଧ୍ରପ୍ରଦେଶ ପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଶ୍ବ ସ୍ତରୀୟ ସ୍ମାର୍ଟ କ୍ୟାପିଟାଲ୍‌ ନିର୍ମାଣ କରାଯିବ। ଏଥିପାଇଁ ୫୧,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିପାଇଁ ଶ୍ରୀ ନାଇଡୁଙ୍କ ସରକାର କୃଷକମାନଙ୍କଠାରୁ ୩୩,୦୦୦ ଏକର ଜମି ଅଧିଗ୍ରହଣ କରିଥିଲେ।

କିନ୍ତୁ ୨୦୧୯ରେ ଶ୍ରୀ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନିର୍ବାଚନରେ ପରାସ୍ତ ହେଲା ଏବଂ YS ଜଗନ୍ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ସରକାରକୁ ଆସିଲା। ଶ୍ରୀ ରେଡ୍ଡୀ ସମସ୍ତ ପ୍ରକଳ୍ପକୁ ଅଟକାଇ ନୂତନ ରାଜଧାନୀର ବଜେଟକୁ ହ୍ରାସ କଲେ।

ଜଗନ୍ ମୋହନଙ୍କ ସରକାର ୩ଟି ରାଜଧାନୀର ପ୍ରସ୍ତାବ ଆଣି ବିଶାଖାପାଟଣାକୁ କାର୍ଯ୍ୟପାଳିକା, ଅମରାବତୀକୁ ବ୍ୟବସ୍ଥାପିକା ଏବଂ କୁର୍ନୁଲକୁ ନ୍ୟାୟପାଳିକା ରାଜଧାନୀ କରାଯିବ ବୋଲି ଏକ ପ୍ରସ୍ତାବ ଦେଇଥିଲେ। ତେବେ ଅମରାବତୀକୁ ରାଜ୍ୟ ରାଜଧାନୀ କରିବାପାଇଁ ୨୦୨୨ ମା‌ର୍ଚ୍ଚରେ ଆନ୍ଧ୍ରପ୍ର‌ଦେଶ ହାଇକୋର୍ଟ ଜଗନ୍ ମୋହନ ରେଡ୍ଡୀଙ୍କ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ ଏବଂ ଏହି ମାମଲା ଏବେ ବିଚାରାଧୀନ ରହିଛି।

ତେବେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରେ ସରକାର ବଦଳିବା ପରେ ଚନ୍ଦ୍ରବାବୁ ନାଇଡୁ ପୁଣି ସରକାରକୁ ଆସିଲେ। ୨୦୨୪ ମସିହା ଜୁନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଶ୍ରୀ ନାଇଡୁ ଅମରାବତୀ ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ବୋଲି ନିଶ୍ଚିତ କରିବା ସହ ବିଶାଖାପାଟନମ୍ ରାଜ୍ୟର ବ୍ୟବସାୟିକ ରାଜଧାନୀ ଭାବେ ବିକଶିତ ହେବ ବୋଲି କହିଥିଲେ।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe