ସଂସାର ଝଡ଼ରେ ଉଡ଼ିଯାଇଥିଲେ; ୭ ବର୍ଷ ପରେ ବାପାଙ୍କୁ ପାଇଲେ ପୁଅ

ଦୀର୍ଘ ୭ ବର୍ଷ ପରେ ମିଳିଲା ଲକ୍ଷପତିଙ୍କ ଠିକଣା। ଆଉ ହଜିଲା ବାପାଙ୍କୁ ଫେରି ପାଇଲା ବଢିଲା ପୁଅ।

Jajpur PhotoOR

ବାପାଙ୍କ ସହ ପୁଅ

Biswajit Samal
  • Published: Thursday, 08 February 2024
  • Updated: 08 February 2024, 10:46 PM IST

Sports

Latest News

ସରକାରୀ ଚାକିରି, ପତ୍ନୀ ଓ ପିଲା। ଏହି ଖୁସିର ସଂସାରରେ ଉଠିଥିଲା ଅଶାନ୍ତର ଝଡ଼। ଆଉ ସେଇ ସାଂସାରିକ ଝଡ଼ରେ ଉଡ଼ିଯାଇଥିଲେ ରେଳ କର୍ମଚାରୀ ଲକ୍ଷପତି ଭରା ସାଗର। ଦୀର୍ଘ ୭ ବର୍ଷ ପରେ ମିଳିଲା ଲକ୍ଷପତିଙ୍କ ଠିକଣା। ଆଉ ହଜିଲା ବାପାଙ୍କୁ ଫେରି ପାଇଲା ବଢିଲା ପୁଅ। ବାପା ଓ ପୁଅର ମିଳନରେ ସମ୍ପର୍କର ସେତୁ ସାଜିଲେ ଯାଜପୁରର ରାଜକିଶୋର ମହାପାତ୍ର।

ସୋନପୁର ଜିଲ୍ଲା ଉଲୁଙ୍ଗା ଗୋପାଳପୁର ଗାଁର ଲକ୍ଷପତି ଭରା ସାଗର। ରେଳବାଇରେ ଚାକିରି କରିଥିଲେ। ପାରିବାର କହିଲେ ପତ୍ନୀ ଓ ପୁଅ, ଝିଅ। ବେଶ ହସ ଖୁସିରେ ଚାଲିଥିଲା ପରିବାର। ହଠାତ ପରିବାରରେ ଉଠିଲା ଝଡ଼। ଆଉ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଆରମ୍ଭ ହେଲା କଳହ। ଶେଷରେ ପିଲାଙ୍କୁ ଧରି ପତ୍ନୀ ଚାଲିଗଲେ ବାପଘର। ସ୍ୱାମୀ ଲକ୍ଷପତିଙ୍କର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଲକ୍ଷପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲରେ ବନ୍ଦୀ ଜୀବନ କାଟିଥିଲେ ଲକ୍ଷପତି। ଦୀର୍ଘଦିନ ପରେ ସେ ଜେଲରୁ ବାହାରିଥିଲେ। ସେତେବେଳେକୁ ନା ତାଙ୍କର ଥିଲା ଚାକିରି ନା ପତ୍ନୀ ଓ ପିଲା ଛୁଆ। ପୂରା ଅସହାଇ ହୋଇ ପଡ଼ିଥିଲେ। ଯେଉଁଥି ପାଇଁ ମାନସିକ ଭାରସାମ୍ୟ ହରାଇ ଗାଁ ଛାଡ଼ି ଦେଇଥିଲେ।

ସେପଟେ ସ୍ୱାମୀ ଜେଲ ଯିବାପରେ ପିଲା ଛୁଆଙ୍କ ଲାଳନ ପାଳନରେ ଲାଗି ପଡ଼ିଥିଲେ ପତ୍ନୀ। ଭାବିଥିଲେ ସ୍ୱାମୀ ଜେଲରୁ ବାହରିବେ ଓ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରି ନିଜର ଚାଳଛପର ଘରକୁ ନେଇଯିବେ। ହେଲେ ବିଧିର ବିଧାନରେ ଲେଖାଯାଇଥିଲା ଆଉ କିଛି। ସ୍ୱାମୀଙ୍କ ପତ୍ତା ପାଇଲେ ନାହିଁ। ସେପଟେ ପୁଅ ଝିଅ ବାପାଙ୍କୁ ଖୋଜିଲେ। ମାଆଙ୍କ ପାଖରେ ସାନ୍ତ୍ୱନା ଛଡ଼ା ଆଉ କିଛି ନଥିଲା। ବଢିଲା ପୁଅ ଶିବ ଭରା ସାଗର ନବୁଝିଥିଲେ ମଧ୍ୟ ଚୁପ ରହିଯାଉଥିଲେ।

Also Read

ଏବେ ଲକ୍ଷପତିଙ୍କ ଝିଅ ବାହା ହୋଗଲାଣି। ମା ବି ହେଲାଣି। ଆଉ ପୁଅ ଶିବ ଭରା ସାଗର ମଧ୍ୟ ବାହା ହୋଇଗଲାଣି। ହେଲେ ବାପାଙ୍କୁ ସୟନ ସପନେ ଖୋଜୁଥିଲେ। ନିଜର ଶକ୍ତି ମୁତାବକ ବାପାଙ୍କ ପୁରୁଣା ଫଟୋକୁ ଧରି ବହୁତ ଖୋଜାଖୋଜି କରିଥିଲେ। ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀଙ୍କ ସହଯୋଗ ମଧ୍ୟ ଲୋଡ଼ିଥିଲେ। ହେଲେ ହଜିଲା ବାପାଙ୍କ ଠିକଣା ପାଇନଥିଲେ। ମାଆଙ୍କୁ ମଧ୍ୟ ପଚାରିବାକୁ ସାହାସ କରି ପାରୁନଥିଲେ।

ସେପଟେ ଜୀବନର ସବୁଠାରୁ ମୂଲ୍ୟବାନ ସମୟକୁ ଜେଲରେ ଅତିବାହିତ କରିବା ପରେ ମାନସିକ ଭାରସାମ୍ୟ ହରାଇ ପଡ଼ିଥିଲେ ଲକ୍ଷପତି। ଆଉ ଜୀବନର ଲକ୍ଷ୍ୟବିହୀନ ରାସ୍ତାରେ ଚାଲି ପଡ଼ିଥିଲେ। ଘୂରି ଘୂରି ପାଦ ତାଙ୍କୁ ଟାଣିନେଇଥିଲା ସୁଦୂର ଯାଜପୁରକୁ। ଏହି ଜିଲ୍ଲାର ଯମୁନା ଗାଁରେ ଘୂରି ବୁଲୁଥିଲେ। ବଦଳି ଯାଇଥିଲା ତାଙ୍କର ପରିଚୟ, ଆଚାର ଓ ରୂପ। ଲକ୍ଷପତିରୁ ବନିଯାଇଥିଲେ ଦାଣ୍ଡର ଭିକାରୀ, ବାୟା ପାଗଳ। ଯିଏ ତାଙ୍କୁ ଦେଖୁଥିଲା ପାଗଳ ବୋଲି କହୁଥିଲା ଓ ଥଟା ପରିହାସ କରୁଥିଲା। କିନ୍ତୁ ସେ କାହାକୁ କିଛି ଉତ୍ତର ଦେଲା ଭଳିଆ ସ୍ଥିତିରେ ନଥିଲେ। ସମସ୍ତଙ୍କ ଥଟା ପରିହାସର ଶିକାର ହେଉଥିଲେ ମଧ୍ୟ ଚୁପ ଚାପ ଚାଲି ଯାଉଥିଲେ। ଆଉ ଭୋକିଲା ପେଟକୁ ଦେଖାଇ ଖାଇବା ପାଇଁ ମୁଠାଏ ଦାନା ମାଗୁଥିଲେ। ଯିଏ ଯାହା ଦେଉଥିଲା, ତାକୁ ଖାଇଦେଉଥିଲେ। ରହିବାର ଠିକଣା ପଲଟିଥିଲା ଗାଁ ମୁଣ୍ଡ ଗଛମୂଳ।

ସେଦିନ ବୁଧବାର ସକାଳୁ ଲକ୍ଷପତି ଭୋକିଲା ପେଟକୁ ଧରି ଧାଇଁ ଯାଇଥିଲେ ରାଜକିଶୋର ମହାପାତ୍ରଙ୍କ ଘରକୁ। ଆଉ ଖାଇବା ପାଇଁ ମାଗିଥିଲେ। ଭୋକିଲା ପେଟର ଭୋକ ବୁଝିପାରିଥିଲେ ରାଜକିଶୋର ବାବୁ। ଆଉ ଅତି ସ୍ନେହରେ ତାଙ୍କୁ ମୁଢି ଖାଇବାକୁ ଦେଇଥିଲେ। ତାପରେ ତାଙ୍କର ପରିଚୟ ପଚାରି ଥିଲେ। ହେଲେ ମାନସିକ ଅବସ୍ଥା ଭଲନଥିବାରୁ ନିଜର ପରିଚୟ ଦେଇ ପାରି ନଥିଲେ। କିନ୍ତୁ ନଛୋଡ଼ ବନ୍ଧା ଥିଲେ ରାଜକିଶୋର ବାବୁ। ବୁଲେଇ ବଙ୍କେଇ ତାଙ୍କ ପରିଚୟ ପଚାରି ଥିଲେ। ତାପରେ ସେ ବାଧ୍ୟ ହୋଇ ନିଜର ପରିଚୟ ଦେଇଥିଲେ।

ଲକ୍ଷପତିଙ୍କ ପୂରା ପରିଚୟ ପାଇବା ପରେ ରାଜକିଶୋର ବାବୁ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ସୌଭାଗ୍ୟକୁ ଲକ୍ଷପତିଙ୍କ ପୁଅ ସହିତ ଫୋନରେ ଯୋଗାଯୋଗ ହୋଇଥିଲା। ଆଉ ରାଜକିଶୋର ବାବୁ ତାଙ୍କୁ ହ୍ୱାଟ୍ସଆପରେ ଲକ୍ଷପତିଙ୍କ ଫଟୋ ପଠାଇ ଥିଲେ। ଦୀର୍ଘଦିନ ପରେ ବାପାଙ୍କ ଫଟୋ ଦେଖି ଚିହ୍ନି ଥିଲେ ପୁଅ ଶିବ। ଆଉ ତାପରେ ବାପାଙ୍କୁ ନେବା ପାଇଁ ପରିବାର ଲୋକଙ୍କ ସହ ଯାଜପୁରର ଯମୁନା ଗାଁକୁ ଆସିଥିଲେ। ରାଜକିଶୋରଙ୍କୁ ଦେଖାକରିବା ସହ ତାଙ୍କ ଠାରୁ ବାପାଙ୍କ ସମ୍ପର୍କରେ ସବୁକଥା ଶୁଣିଥିଲେ। ତାହାପରେ ବାପାଙ୍କୁ ଧରି ସୋନପୁରର ଉଲୁଙ୍ଗା ଗୋପାଳପୁର ଗାଁକୁ ଫେରିଥିଲେ।

ରିପୋର୍ଟ - ଯାଜପୁରରୁ ସଂଜୀବ୍ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story