ଯୁଦ୍ଧକୁ ପୁରିଲାଣି ୬୧ ବର୍ଷ, ଏଯାଏଁ ନିଖୋଜ ଯବାନଙ୍କ ଅପେକ୍ଷାରେ ସ୍ତ୍ରୀ

  • Published: Wednesday, 16 August 2023
  • , Updated: 16 August 2023, 11:31 AM IST

ବାହାଘର ସରିଯାଇଥାଏ, ଚତୁର୍ଥୀ ଦିନ ଅପରାହ୍ନ, ଆର୍ମି ଅଫିସରୁ ଆସି ପହଞ୍ଚିଥିଲା ଟେଲିଗ୍ରାମ । ଭାରତ-ଚୀନ ଯୁଦ୍ଧ ସ୍ଥିତି ଯୋଗୁଁ ତୁରନ୍ତ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ଆସିଥିଲା ଜରୁରୀ ସନ୍ଦେଶ । ଏ କଥା ଜାଣିବା ପରେ ପରିବାର ବନ୍ଧୁବାନ୍ଧବ ସମସ୍ତଙ୍କ ବାରଣ ସତ୍ତ୍ୱେ କାହାରିକଥା ନଶୁଣି ଚାଲିଯାଇଥିଲେ ଯୁଦ୍ଧ କ୍ଷେତ୍ରକୁ । ଗଲାବେଳେ ନବ ବିବାହିତା ପତ୍ନୀକୁ ଥରେ ମନପୁରଇ ଦେଖିବା ପାଇଁ ଦୌଡ଼ି ଯାଇଥିଲେ ।  ଆଉ କଥାଦେଇ ଯାଇଥିଲେ ମୋ କଥା ଆଦୌ ଚିନ୍ତା କରିବ ନାହିଁ ।

Related story