Advertisment

ଆବାସ ତାଲିକାରେ ନାଁ ଅଛି, କିନ୍ତୁ ଘର ମିଳୁନି!

ଘର ଖଣ୍ଡିଏ ପାଇଁ ଏହି ୪ ପରିବାର ସରପଞ୍ଚଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କେତେ ହାରି ଗୁହାରି କରିଛନ୍ତି। ହେଲେ ବାରମ୍ବାର ନିରାଶ ହେବାକୁ ପଡ଼ୁଛି

broken house

broken house

Advertisment

ଆଵାସ ଯୋଜନା ସାଧାରଣ ଗରିବଙ୍କ ପାଇଁ ସାତ ସପନ। ଘର ତାଲିକାରେ ନାଁ ଥାଇ ବି ମିଳୁନାହିଁ ପକ୍କା ଘର। ଥିଲା ବାଲାଙ୍କୁ ମିଳୁଛି ଆଵାସ ଯୋଜନାରେ ଘର କିନ୍ତୁ ଗରିବଙ୍କୁ ମିଳୁନି। ତେଣୁ ଭଙ୍ଗା ମାଟି କାନ୍ଥ ଘର ଓ ଚାଳ ଛପର ତଳେ ବିତୁଛି ଜୀବନ। ଏପରି ଦୟନୀୟ ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଵଜରାପୁର ପଞ୍ଚାୟତ ନାୟକ ସାହିରୁ।

Advertisment

ଚାନ୍ଦବାଲି ବ୍ଲକ ଵଜରାପୁର ପଞ୍ଚାୟତ ନାୟକ ସାହିରେ ବାସ କରନ୍ତି ବୁଦ୍ଧିରାମ ନାୟକ, ପବିତ୍ରା ନାୟକ, ପଦ୍ମାବତୀ ନାୟକ ଏବଂ ଶଶୀରେଖା ନାୟକଙ୍କ ପରିବାର। କାମ ଦାମ କରି ପରିବାର ପ୍ରତିପୋଷଣ କରନ୍ତି। ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖେ କଷ୍ଟେ ତେଲ ଲୁଣର ସଂସାର ଚଳିଯାଉଛି। ହେଲେ ଘର କରିବା ପାଇଁ କାହୁଁ ଆସିବ ସମ୍ବଳ? ଯେଉଁଥି ପାଇଁ ନିଜର ଭଙ୍ଗା ଦଦରା ଝାଟି ମାଟି ଘରେ ଜୀବନ ଅତିବାହିତ କରୁଛନ୍ତି ୪ ପରିବାର। ଯେଉଁ ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖା ଯାଉଛନ୍ତି। ବର୍ଷା ଦିନ କଥା ନକହିବା ଭଲ। ଚାଳ ଉପରୁ ପଲିଥିନ୍ ଉଡିଗଲେ ପୂରା ପରିବାର ବର୍ଷା ପାଣିରେ ଭିଜୁଛି। ବେଳେ ବେଳେ ସ୍ଥିତି ଏମିତି ହୁଏଯେ ପିଲା ଛୁଆଙ୍କୁ ଧରି ସ୍କୁଲ ଘରେ ଆଶ୍ରୟ ନେବାକୁ ପଡୁଛି। ହେଲେ ଏହି ୪ ପରିବାର ପ୍ରତି କାହାର ନଜର ପଡ଼ୁ ନାହିଁ।

ଘର ଖଣ୍ଡିଏ ପାଇଁ ଏହି ୪ ପରିବାର ସରପଞ୍ଚଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କେତେ ହାରି ଗୁହାରି କରିଛନ୍ତି। ହେଲେ ବାରମ୍ବାର ନିରାଶ ହେବାକୁ ପଡ଼ୁଛି। ଏଥର ବହୁ କଷ୍ଟରେ ବୁଦ୍ଧିରାମ ନାୟକ, ପବିତ୍ରା ନାୟକ, ପଦ୍ମାବତୀ ନାୟକ ଏବଂ ଶଶୀରେଖା ନାୟକଙ୍କ ପରିବାର ନାଁ ଆବାସ ତାଲିକାରେ ଆସିଥିଲା ହେଲେ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିପାରିଲା ନାହିଁ। ଯାହାକୁ ନେଇ ୪ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ହିତାଧିକାରୀ ପବିତ୍ରା ନାୟକ କହିଛନ୍ତି ତାଙ୍କ ସ୍ୱମୀ ଘର ଖଣ୍ଡିଏ ପାଇଁ କହି କହି ଚାଲିଗଲେ ହେଲେ ଘର ମଳିଲା ନାହିଁ। ଏବେବି ସେଇ ଭଙ୍ଗା ଘରେ କଟୁଛି ଜୀବନ। 

ହିତାଧିକାରୀ ବୁଦ୍ଧିରାମ ନାୟକ ଅଭିଯୋଗ କରିଛନ୍ତି ୧୧୩ ନମ୍ବର ତାଲିକାରେ ମୋର ନାଁ ଅଛି ମୁଁ ଦେଖିଥିଲି। ହେଲେ ଏବେ ନୂଆ ତାଲିକାରେ ଥିବା ଲୋକଙ୍କୁ ଘର ଦିଆ ଯାଉଛି। ହେଲେ ମୋତେ ମିଳିଲା ନାହିଁ। ମୁଁ ବାରମ୍ବାର ଗୁହାରି କରିଲା ପରେ ବି କେହି ସୁଣୁ ନାହାନ୍ତି।

ରାହୁଲ ସାହୁ, ସରପଞ୍ଚ ପ୍ରତିନିଧି କହିଛନ୍ତି ସେ ଲୋକଙ୍କର ଯାହା ଅସୁବିଧା ଅଛି ମୁଁ ଯାଣି ନାହିଁ। ଆଉ ଯେଉଁ ମାନଙ୍କର ଆବାସ ଯୋଜନାରେ ନାଁ ଅଛି ସେମାନେ ଘର ପାଇବାକୁ ହକ୍ ଦାର। ଆଉ ଯଦି ତାଙ୍କର ଆବାସ ଯୋଜନାରେ ନାଁ ନାହିଁ ମୁଁ ଚାହିଲେ ନାଁ ପୁରେଇ ପାରିବି ନାହିଁ। ଆଉ ଯାହା ହେଉଛି ମୁଁ ବିଡ଼ିଓଙ୍କୁ ଯଣେଇବି।

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Broken House
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe