ଏ ଫଟୋ କହୁଛି ଅନେକ କଥା: ଜଙ୍ଗଲ ଭିତରେ ଚାଲିଛି କ’ଣ?

ନେଟ୍‌ୱର୍କ ନଥିବାରୁ ରାସନ୍‌କାର୍ଡ ଅପ୍‌ଡେଟ୍‌ ହୋଇପାରୁ ନାହିଁ। ତେଣୁ ରାସନ୍‌କାର୍ଡ ଅପ୍‌ଡେଟ୍‌ ପାଇଁ ଆସୁଥିବା କର୍ମଚାରୀ ନାକେଦମ୍‌ ହେଉଛନ୍ତି। ଲାପ୍‌ଟପ୍‌ ଧରି ପଞ୍ଚାୟତର ଏ ଗାଁରୁ ସେ ଗାଁ ଘୁରି ବୁଲୁଛନ୍ତି। ହେଲେ ନେଟ୍‌ୱର୍କ ପାଉନାହାନ୍ତି।

Baliguda PhotoOR

ରାସନ୍‌କାର୍ଡ ଅପ୍‌ଡେଟ୍‌ ପାଇଁ ଗାଁ ଲୋକେ ଜଙ୍ଗଲ ଭିତରେ

Manoranjan Sial
  • Published: Sunday, 06 October 2024
  • Updated: 06 October 2024, 06:22 PM IST

Sports

Latest News

ଏ ଫଟୋ କହୁଛି ଅନେକ କଥା। ତାଜା କରିଦେଉଛି ନକ୍ସଲ ପ୍ରବଣ ଅଞ୍ଚଳର ବ୍ୟଥା ଓ ଗାଥା! ସତେ ଯେମିତି ଲାଗୁଛି ବସିଛି ପ୍ରଜା କୋର୍ଟ!! ଜଙ୍ଗଲ ଭିତରେ ନକ୍ସଲ ନେତା ପଥର ଚଟାଣ ଉପରେ ବସିଛନ୍ତି ଓ ଆଉ ତାଙ୍କ ଆଗରେ ଚିନ୍ତାଗ୍ରସ୍ତ ପ୍ରଜାମାନେ ସଜାକୁ ଅପେକ୍ଷା କରିଛନ୍ତି!!! ନାଇଁ ଆଜ୍ଞା ସେମିତି କିଛି ନୁହେଁ, ପ୍ରକୃତରେ ସେ ଯନ୍ତ୍ରଣାଠାରୁ ଗାଁ ଲୋକଙ୍କ ଏ ଯନ୍ତ୍ରଣା ବଳି ଯାଇଛି। କାରଣ ଗାଁରେ ମୋବାଇଲ୍‌ ନେଟ୍‌ୱର୍କ ନଥିବାରୁ ରାସନ୍‌କାର୍ଡ ଅପ୍‌ଡେଟ୍‌ ପାଇଁ ଗାଁ ଲୋକେ ଜଙ୍ଗଲ ଭିତରେ ନାକେଦମ୍‌ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରୁ ଆସିଛି ଏପରି ଯନ୍ତ୍ରଣାଦାୟକ ଚିତ୍ର।

ବାଲିଗୁଡା ବ୍ଲକ୍‌ କୁଟିକିଆ ପଞ୍ଚାୟତ। ଏହି ପଞ୍ଚାୟତରେ ରହିଛି ୧୧ଟି ୱାର୍ଡ। ହେଲେ ଦୁଃଖର ବିଷୟ ଏହି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ ଆସିଲାନି ମୋବାଇଲ୍‌ ନେଟ୍‌ୱର୍କ। କେତେ ଗୁହାରୀ ପରେ ଗାଁରେ ଗୋଟିଏ ମୋବାଇଲ କମ୍ପାନୀ ଦୀର୍ଘ ବର୍ଷ ଧରି ଟାୱାର ନିର୍ମାଣ କରୁଛି। ହେଲେ ଆଜି ଯାଏଁ ଟାୱାର ନିର୍ମାଣ କାମ ସରୁନାହିଁ। ଯେଉଁଥିପାଇଁ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

Also Read

ନେଟ୍‌ୱର୍କ ନଥିବାରୁ ରାସନ୍‌କାର୍ଡ ଅପ୍‌ଡେଟ୍‌ ହୋଇପାରୁ ନାହିଁ। ତେଣୁ ରାସନ୍‌କାର୍ଡ ଅପ୍‌ଡେଟ୍‌ ପାଇଁ ଆସୁଥିବା କର୍ମଚାରୀ ନାକେଦମ୍‌ ହେଉଛନ୍ତି। ଲାପ୍‌ଟପ୍‌ ଓ ବାୟୋମେଟ୍ରିକ୍‌ ମେଶିନ୍‌ ଧରି ଏ ଗାଁରୁ ସେ ଗାଁ ଘୁରି ବୁଲୁଛନ୍ତି। ହେଲେ ନେଟ୍‌ୱର୍କ ପାଉନାହାନ୍ତି। ଶେଷରେ ପଞ୍ଚାୟତ ସଦର ମହକୁମାଠାରୁ ୩ କିମ ଦୂର ଏକ(ମୁଣ୍ଡିଆ) ଜଙ୍ଗଲ ଭିତରେ ମିଳୁଛି ନେଟ୍‌ୱର୍କ। ବାସ୍‌ ସେଇଟି ପସରା ମେଲାଇ ଦେଉଛନ୍ତି ରାସନ୍‌କାର୍ଡ ଅପ୍‌ଡେଟ୍‌ ପାଇଁ ଆସିଥିବା କର୍ମଚାରୀ ଜଣକ।

ରାତି ପାହିଲେ ସେହି ଗ୍ରାମ୍ୟ ଜଙ୍ଗଲରେ ଲାଗୁଛି ଲୋକଙ୍କ ଭିଡ। ଘରର ସମସ୍ତେ କାମଦାମ ଛାଡ଼ି ତାଲା ପକାଇ ରାସନ୍‌କାର୍ଡ ଅପଡେଟ୍‌ ପାଇଁ ଜଙ୍ଗଲ ଭିତରକୁ ଆସୁଛନ୍ତି। ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି। କିଏ ଘଞ୍ଚ ଜଙ୍ଗଲ ଭିତରେ ଭୂଇଁରେ ଜଙ୍ଗଲୀ ଡାଳିପତ୍ରକୁ ଆସନ କରି ବସୁଛି ତ ଆଉ କିଏ ପଥର ଚଟାଣ ଉପରେ ପିଚା ମାଡ଼ି ବସିଛି। ଆଉ ଏକ ଲୟରେ ଅପ୍‌ଡେଟ୍‌ କରୁଥିବା ବାବୁଙ୍କୁ ଅନାଇ ବସୁଛନ୍ତି। ବାବୁ କେତେବେଳେ ଆସିବେ? ସକାଳ ୯ଟାରୁ ପ୍ରାୟ ସାଢ଼େ ୯ଟାରେ ବାବୁ ଆମର ଲାପ୍‌ଟପ୍‌ ଓ ରାସନ୍‌କାର୍ଡ ଅପ୍‌ଡେଟ୍‌ ମେଶିନ୍‌ ଧରି ମୁଣ୍ଡିଆ ଉପରେ ପହଞ୍ଚୁଛନ୍ତି। ମୁଣ୍ଡିଆରେ ସବୁଠାରୁ ଉଚ୍ଚା ଓ ବଡ଼ ପଥର ଉପରେ ଲାପ୍‌ଟପ୍‌ ଧରି ବସୁଛନ୍ତି। ଆଉ ତା’ପରେ ଜଣେ ପରେ ଜଣେ ଯାଇ ରାସନ୍‌କାର୍ଡ ପାଇଁ ଫିଙ୍ଗରପ୍ରିଣ୍ଟ ଦେଉଛନ୍ତି। ଯଦି ଭାଗ୍ୟ ଭଲ ଥିବ ତାହାହେଲେ ଥରକେ ହୋଇଯିବ, ନହେଲେ ନାକେଦମ୍‌ ହେବାକୁ ପଡୁଛି।

ସବୁଠାରୁ ଦୁଃଖର କଥା ହେଉଛି ସେଠାକାର ପରିବେଶ। ଘଞ୍ଚ ଜଙ୍ଗଲ ଭିତରେ ଫିଙ୍ଗରପ୍ରିଣ୍ଟ ଅପ୍‌ଡେଟ୍‌ ପାଇଁ ଆସିବା ବାବୁ ଓ ଲୋକଙ୍କ ବସିବା ଶୈଳୀର ଫଟୋ କିନ୍ତୁ ଅନେକ କଥା କହୁଛି। ସେହି ଚିତ୍ର ନକ୍ସଲ ପ୍ରବଣ ଅଞ୍ଚଳ କଥାକୁ ତାଜା କରିଦେଉଛି!! ସତେ ଯେମିତି ପ୍ରଜା କୋର୍ଟ ଚାଲିଛି। ନକ୍ସଲ ନେତା ପଥର ଚଟାଣ ଉପରେ ବସିଛନ୍ତି ଓ ତାଙ୍କ ଆଗରେ ଚିନ୍ତାଗ୍ରସ୍ତ ପ୍ରଜାମାନେ ସଜାକୁ ଅପେକ୍ଷା କରିଛନ୍ତି!!! ପ୍ରକୃତରେ ସେ ଯନ୍ତ୍ରଣାଠାରୁ ଗାଁ ଲୋକଙ୍କ ଏ ଯନ୍ତ୍ରଣା ବଳି ଯାଇଛି।

ଚାଉଳ ଗଣ୍ଡାକ ପାଇଁ ଗାଁ ଲୋକଙ୍କ ଏ ଯନ୍ତ୍ରଣା ଭାରି କଷ୍ଟଦାୟକ। ଘରେ ତାଲା ପକାଇ ବୟସ୍କ ଓ ଛୋଟଛୋଟ ପିଲାଙ୍କୁ ଧରି ଜଙ୍ଗଲ ଭିତରକୁ ଆସିବା କେତେ ଯେ ଯନ୍ତ୍ରଣାଦାୟକ ଯିଏ ଅନୁଭବ କରିଛି, ସିଏ ଜାଣିଛି। ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକମାନେ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ଏ ଯନ୍ତ୍ରଣା ସରକାରୀ ବାବୁମାନେ କାହୁଁ ଜାଣିବେ।

ତେବେ ଏନେଇ କୁଟିକିଆ ସେଲ୍‌ମ୍ୟାନ୍‌ ବିଭୁତି ମାଝୀ କହିଛନ୍ତି, ଆଜ୍ଞା ଯେଉଁ ସ୍ଥାନରେ ରାସନ୍‌କାର୍ଡ ଅପ୍‌ଡେଟ୍‌ କରୁଛୁ, ସେଠାରେ ବିଦ୍ୟୁତ ସଂଯୋଗ ନାହିଁ। ତେଣୁ ଯେତେ ପର୍ଯ୍ୟନ୍ତ ଲାପ୍‌ଟପ୍‌ ଚାର୍ଜ ରହୁଛି, ସେତେ ଯାଏଁ କାମ କରୁଛି। ତା’ପରେ ପଳାଇ ଯାଉଛି। ଏହି ପଞ୍ଚାୟତରେ ୯୨୫ଟି ରାସନ୍‌କାର୍ଡ ରହିଛି। ଲୋକ ସଂଖ୍ୟା ୫୦୦୦ରୁ ଅଧିକ ହେବ। ଗତ ୩ ଦିନ ହେଲା ଏମିତିକା କାମ କରୁଛି। ଆହୁରି ମାସେ ଲାଗିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ସେପଟେ ଗାଁର ଚମ୍ପାବତୀ ମଳିକ କହିଛନ୍ତି, ଗାଁରେ ନେଟ୍‌ୱର୍କ ନଥିବାରୁ କାମଦାମ ଛାଡ଼ି ପିଲାଛୁଆଙ୍କୁ ଧରି ଗାଁଠାରୁ ୩ କିମି ଦୂରକୁ ଆସୁଛି। ଏଠି ଆସି ଆମେ ନାନା ହଇରାଣ ହରକତ ହେଉଛୁ ବୋଲି ଚମ୍ପାବତୀ କହିଛନ୍ତି।

ଗାଁର ସୁରେଶ କୁମାର ସାହୁ କହିଛନ୍ତି, ଆମ ଗାଁରେ ଟାୱାର ନଥିବାରୁ ନେଟ୍‌ୱର୍କ ଆସୁନି। ତେଣୁ ଫିଙ୍ଗରପ୍ରିଣ୍ଟ ଦେବା ପାଇଁ ଗାଁଠାରୁ ୩ କିମି ଦୂରକୁ ଆସୁଛୁ। ବହୁ ଅସୁବିଧାରେ ପଡ଼ୁଛୁ ବୋଲି ଶ୍ରୀ ସାହୁ କହିଛନ୍ତି।

ରିପୋର୍ଟ- ବାଲିଗୁଡାରୁ ଅଜିତ କୁମାର ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story