Advertisment

ପରିବାର ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ଦରବୃଦ୍ଧିର ମାଡ଼ରେ ଥରହର ନିମ୍ନ ମଧ୍ୟବିତ୍ତ ପରିବାର।

author-image
Biswajit Samal
ଅଦ୍ୟତନ ହୋଇଛି
undefined

Vegetable,

ପରିବାର ଦର ଏବେ ଆକାଶ ଛୁଆଁ। ପୋଟଳ କୁହନ୍ତୁ କି ପିଆଜ, ଟମାଟୋ ହେଉ କି ବାଇଗଣ। ଏମିତି କୌଣସି ପରିବା ନାହିଁ ଯାହାର ଦାମ୍ କିଲୋ ପିଛା ୫୦ ତଳେ। ଯେଉଁ ପରିବାକୁ ହାତ ମାରିବେ ସବୁ ଅମୂଲ ମୂଲ। ଦାମ୍ ଶୁଣି ଗ୍ରାହକ ଛାନିଆଁ ହୋଇପଡୁଛନ୍ତି। କ୍ଷେତରେ ହାଡ଼ଭଙ୍ଗା ପରିଶ୍ରମ କରି ପରିବା ଫଳାଉଥିବା ଚାଷୀ ଭାଗ୍ୟରେ କିନ୍ତୁ ଜୁଟୁନି ଫୁଟା କଉଡ଼ିଟିଏ।

Advertisment

ଆଉ ନା କିଣି ହେଉଛି ପରିବା, ନା ଭଲରେ ଚଳାଇ ହେଉଛି ତେଲ ଲୁଣର ସଂସାର। ଦରବୃଦ୍ଧିର ମାଡ଼ରେ ଥରହର ନିମ୍ନ ମଧ୍ୟବିତ୍ତ ପରିବାର। ଟମାଟୋ କଥା ନହିବା ଭଲ। ତାକୁ ଛୁଇଁଲେ ସତେଯେମିତି କରେଣ୍ଟ ମାରୁଛି। କାରଣ ଏହାର ଦାମ୍ ଆଉ ୨୦ କି ୩୦ ନୁହଁ। କେଉଁଠି ଏବେ ଟମାଟୋଟ କିଲୋ ପିଛା ୮୦ ତ ଆଉ କେଉଁଠି କରିଛି ସେଞ୍ଚୁରୀ ପାର୍। ଖାଲି କ’ଣ ଟମାଟୋ, ତା ନୁହେଁ। କଲରାଠୁ କାଙ୍କଡ଼, ବିନ୍ସଠୁ ବାଇଗଣ ଯାଏଁ। ଶହେରୁ ଶହେ କୋଡ଼ିଏ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ।

ରାଜ୍ୟର ବୃହତ ମଣ୍ଡି କୁହାଯାଉଥିବା କଟକର ଛତ୍ରବଜାର ଓ ରାଜଧାନୀ ଭୁବନେଶ୍ବରର ଏକ ନମ୍ବର ହାଟ। ଯେଉଁଠି ସମସ୍ଥେ ଯାଣନ୍ତି ସସ୍ଥାରେ ପରିବା ମିଲେ। ହେଲେ ଉଭୟ ସ୍ଥାନରେ ଆକାଶଛୁଆଁ ପରିବା ଦାମ୍। ଆଉ ଦରବୃଦ୍ଧିର ଏହି ଲମ୍ବଡ଼ିଆଁର ପ୍ରଭାବ ସାଧାରଣ ଖାଉଟୀଙ୍କୁ ବେଶ୍ ବାଧୁଛି।

Advertisment

କଟକ-ଭୁବନେଶ୍ବରକି ଅନ୍ୟ କୌଣସି ସହର କଥା ଛାଡ଼ନ୍ତୁ। ଗାଁ ଗହଳିର ହାଟ ବଜାରରେ ବି ହଲାପଟା କରୁଛି ଏହି ମହଙ୍ଗା ପରିବା। ଆଶ୍ଚର୍ଯ୍ୟର କଥା ହେଉଛି, ଗାଁରୁ ସହର ଯାଏଁ ଉଚ୍ଚାଦରରେ ବ୍ୟବସାୟୀ ବିକ୍ରିବଟା କରୁଥିଲେ ବି ନାନା ପ୍ରତିକୂଳ ପରିସ୍ଥିତିରେ ମେହନତ କରି ପରିବା ଫଳାଉଥିବା ଚାଷୀ ଭାଗ୍ୟକୁ ଫୁଟା କଉଡ଼ିଟିଏ ଜୁଟୁନି।

କୋରାପୁଟ ଡୋଲିଆମ୍ବର ଜଣେ ଚାଷୀ କହିଛନ୍ତି, ମୁଁ କୋବିଠୁ ଆରମ୍ଭ କରି ବିନ୍ସ ଯାଏ, ସବୁ ପ୍ରକାର ଚାଷ କରିଛି। କିନ୍ତୁ ଦୁର୍ଭାଗ୍ୟ ହାଟ ବଜାରରେ ପରିବା ଆକାଶଛୁଆଁ ଦାମରେ ବିକ୍ରି ହେଉଥିଲେ ବି ମୋର କିଛି ଲାଭ ହେଉନାହିଁ। ସେହିପରି ଜୟପୁର ର ଜଣେ ଚାଷୀ କହିଛନ୍ତି, ବିଲରେ ଫଳିଛି ବାଇଗଣ, ଭେଣ୍ଡି, ଜହ୍ନି, କଲରା, କାଙ୍କଡ଼, ପୋଟଳ। କିନ୍ତୁ ଉଠା ଜଳସେଚନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେବାରୁ ଏଥର ସାଂଘାତିକ ପ୍ରଭାବିତ ହୋଇଛନ୍ତି ପରିବା ଚାଷୀ।

କେଉଁଠି ଦାଉ ସାଧୁଛି ପ୍ରତିକୂଳ ପାଗ ତ ଆଉ କେଉଁଠି ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ପରିବା ଚାଷୀ। ଯାହାର ମଉକା ଦେଖି ଚଢ଼ା ଦାମରେ ପରିବା ବିକି ବ୍ୟବସାୟୀ ମାଲାମାଲ ହେଉଥିବାବେଳେ ଚିନ୍ତାରେ ପଡ଼ିଛନ୍ତି ଚାଷୀଙ୍କଠୁ ଆରମ୍ଭ କରି ସାଧାରଣ ଖାଉଟୀ।

Vegetable Prices Hike Vegetables Rates