ଦୁଇ ମାଆ; ଜଣେ ବଞ୍ଚାଇବା ପାଇଁ କାନ୍ଦୁଛି, ଆଉ ଜଣେ ବଞ୍ଚିବା ପାଇଁ କାନ୍ଦୁଛି

ଆଜି ମାଆ ଦାଣ୍ଡରେ କାନ୍ଦୁଛି। ଜଣେ ମାଆ ପୁଅର ଜୀବନ ବଞ୍ଚାଇବା ଘରକୁ ଘର ବୁଲି ଭିକ ମାଗୁଛି ତ ଆଉ ଜଣେ ବଞ୍ଚିବା ପାଇଁ କାନ୍ଦୁଛି। ପୁଅର ଅକଥନୀୟ ନିର୍ଯାତନାରେ ଶିକାର ହୋଇ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି।

Mother PhotoOR

ବାମରୁ ରଶ୍ମୀ ଛତ୍ରିଆ ଓ ଦେବକୀ ରାଉତ

Manoranjan Sial
  • Published: Monday, 15 January 2024
  • Updated: 15 January 2024, 03:44 PM IST

Sports

Latest News

ମାଆ ଗୋଟିଏ ଶବ୍ଦ ନୁହେଁ। ତ୍ୟାଗ ଓ ତପସ୍ୟାର ପ୍ରତୀକ ହେଉଛନ୍ତି ମାଆ। ସେ ନୂଆ ଏକ ଦୁନିଆ। ନୂଆ ଏକ ସମ୍ଭାବନା। ଯାହାଙ୍କ ସମ୍ପର୍କରେ ବର୍ଣ୍ଣନା କରିବା ପାଇଁ ଶବ୍ଦ ବୋଧହୁଏ କମ୍‌ ହେବ। ବ୍ରହ୍ମାଣ୍ଡର ସବୁଠାରୁ ସୁରକ୍ଷିତ ସ୍ଥାନ। ହେଲେ ଆଜି ସେ ମାଆ ଦାଣ୍ଡରେ କାନ୍ଦୁଛି। ଜଣେ ମାଆ ପୁଅର ଜୀବନ ବଞ୍ଚାଇବା ଘରକୁ ଘର ବୁଲି ଭିକ ମାଗୁଛି ତ ଆଉ ଜଣେ ବଞ୍ଚିବା ପାଇଁ କାନ୍ଦୁଛି। ପୁଅର ଅକଥନୀୟ ନିର୍ଯାତନାରେ ଶିକାର ହୋଇ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି।

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ଝାକ୍ରିପାଳି ଗାଁର ରଶ୍ମୀ ଛତ୍ରିଆଙ୍କ ପୁଅ ପଦ୍ମନ। ୩ ମାସ ତଳେ ବାଇକ୍‌ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ପଦ୍ମନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପାଟଣାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ପାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା।

ଡାକ୍ତରଙ୍କ ପରାମର୍ଶରେ ପଦ୍ମନଙ୍କୁ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିନଥିଲା। ଶେଷରେ ପରିବାର ଲୋକେ ତାଙ୍କୁ ଛତିଶଗଡ଼ର ରାଇପୁର ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏହା ଭିତରେ ପାଖରେ ଯାହା ଅର୍ଥ ଥିଲା, ସବୁ ଖର୍ଚ୍ଚ କରିସାରିଥିଲେ ରଶ୍ମୀ ଛତ୍ରିଆ। ଘରୋଇ ମେଡ଼ିକାଲ୍‌ରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା କରାଇଥିଲେ। ସେ ଅର୍ଥ ମଧ୍ୟ ସରିବାକୁ ବସିଲାଣି। ଏପରି ସ୍ଥିତିରେ କେମିତି ଚିକିତ୍ସା ହେବେ ପଦ୍ମନ? ସେହି ଚିନ୍ତାରେ ପଡ଼ିଗଲେଣି ମାଆ ରଶ୍ମୀ ଛତ୍ରିଆ।

Also Read

ପଦ୍ମନଙ୍କ ଚିକିତ୍ସା ପାଇଁ ଆଉ ଲକ୍ଷେ ୫୦ ହଜାର ଟଙ୍କା ଦରକାର ବୋଲି ଡାକ୍ତର କହିଛନ୍ତି। ପାଖରେ ଚାରଣୀଟି ମଧ୍ୟ ନାହିଁ। ଯାହାଥିଲା ସବୁ ବିକି ଭାଙ୍ଗି ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ଶେଷରେ ମାଗି ଜାଚି ପୁଅର ଚିକିତ୍ସା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରଶ୍ମୀ ଛତ୍ରିଆ। ଆଉ ସକାଳ ହେଲେ ହାତରେ ଥାଳି ଘରୁ ବାହାରୁଛନ୍ତି। ଏ ଗଳିରୁ ସେ ଗଳି ଘୂରି ବୁଲୁଛନ୍ତି। ଏ ଘରୁ ସେ ଘରକୁ ଯାଇ ପୁଅର ଚିକିତ୍ସା ପାଇଁ ମାଗୁଛନ୍ତି। ସିଏ ଯାହା ପାରିଲା, ତାକୁ ଧରି ଘରକୁ ଫେରୁଛନ୍ତି। ଲକ୍ଷେ ୫୦ ହଜାର ଟଙ୍କା ପାଇଁ ଏମିତି କେତେ ଦିନ ଓ କେଉଁ କେଉଁ ଗାଁ ବୁଲିବେ, ସେକଥା ଜାଣିନାହାନ୍ତି ରଶ୍ମୀ ଛତ୍ରିଆ। ତଥାପି ଭିକ ମାଗି ଚାଲିଛନ୍ତି। ଖାସ୍‌ ପୁଅର ଜୀବନ ପାଇଁ।

ସେହିପରି ଆଉ ଜଣେ ମାଆ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଜୟପୁର ପଞ୍ଚାୟତ ପଢାଳଗାଁର ଦେବକୀ ରାଉତ। ବୟସ ୭୦ ଅତିକ୍ରମ କଲାଣି। ଚାଲିବାକୁ ପାଦରେ ବଳ ନାହିଁ। ସ୍ୱାମୀ କାଳୁଚରଣ ଶଜ୍ୟାସାୟୀ। ଚାଲିବୁଲି ପାରୁନାହାନ୍ତି। ୫ ଝିଅ ଓ ଦୁଇ ପୁଅ(ରଞ୍ଜନ ଓ ପ୍ରମୋଦ) ବାହା ହୋଇଗଲେଣି। ସ୍ୱାମୀ ଓ ସ୍ତ୍ରୀ ବାର୍ଦ୍ଧକ୍ୟରେ ପଦାର୍ପଣ କରିଥିବାରୁ ପାଳି କରି ରଞ୍ଜନ ଓ ପ୍ରମୋଦଙ୍କ ପାଖରେ ରହୁଥିଲେ। ଏ ପୁଅ ପାଖରେ ମାସେ ରହିଲେ ସେ ପୁଅ ପାଖରେ ମାସେ ରହୁଥିଲେ।

ଜାନୁଆରୀ ମାସରେ କାଳୁଚରଣ ଓ ଦେବକୀ ସାନପୁର ପ୍ରମୋଦ ପାଖରେ ରହୁଥିଲେ। ଶନିବାର ଦେବକୀଙ୍କୁ ମାଡ଼ ମାରିଥିଲେ ପ୍ରମୋଦ। ଏମିତି ମାଡ଼ ମାରିଥିଲେ ଯେ ତାଙ୍କ ହାତ ଭାଙ୍ଗି ଯାଇଛି। ଅଣ୍ଟାରେ ଆଘାତ ଲାଗିଛି। ଚିତ୍କାର ଶୁଣି ସାହି ଭାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଭତ୍ତା ଟଙ୍କା ପାଇଁ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌/ ଆସିକାରୁ ମନୋଜ ମୁନୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story