ଉତ୍ତରାଖଣ୍ଡର ଉତ୍ତରକାଶୀର ନିର୍ମାଣାଧୀନ ଟନେଲ୍ରେ ମାଟି ଧସିବାରୁ ଅର୍ଦ୍ଧ ନିର୍ମିତ ଟନେଲ୍ରେ ସାଥୀଙ୍କ ସହ ଫସି ରହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବିଶ୍ୱେଶ୍ୱର ନାଏକ। ୫ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଉଦ୍ଧାର ହୋଇପାରୁନାହାନ୍ତି। ତେଣୁ ମହାଦେବଙ୍କ ଶରଣ ପଶିଛନ୍ତି ପତ୍ନୀ ସୁକାନ୍ତି। ସ୍ୱାମୀଙ୍କର ସୁରକ୍ଷିତ ଉଦ୍ଧାର ପାଇଁ କାନ୍ଦିକାନ୍ଦି ବାବା ଝାଡେଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି। ସେହି ନିର୍ମାଣାଧୀନ ଟନେଲରେ କେବଳ ବିଶ୍ୱେଶ୍ୱର ଫସି ନାହାନ୍ତି, ଆହୁରି ୪୦ରୁ ଅଧିକ ଶ୍ରମିକ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।