Advertisment

ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି

ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍‌ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।

ଅଦ୍ୟତନ ହୋଇଛି
Varsa

Varsa

Advertisment

ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡିଶାକୁ ଟାଣିଆଣିଛି। ଇଟାଲୀରେ ରହି ମଧ୍ୟ ସେ ଓଡ଼ିଶା ଓ କଟକକୁ ଭୁଲି ନାହାଁନ୍ତି। ନିଜ ସାଙ୍ଗସାଥୀ ତଥା ଯେଉଁଠାରେ ବଢିଥିଲେ ସେହି ପରିବେଶର ମୋହ ସୁଦୂର ଇଟାଲୀରୁ ତାଙ୍କୁ ଟାଣିଆଣିଛି। ୨୦୧୨ ମସିହାରେ ଇଟାଲୀର ଦମ୍ପତି ଏନରିକୋ ଭୋଲପ ଏବଂ ପାଟ୍ରିଜିଆ ଜରଜୋଟି ତାଙ୍କୁ ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

Advertisment

କନ୍ଧମାଳ ବନବାସୀ ସେବା ସଦନରେ ଜନ୍ମ ହୋଇଥିଲେ ବର୍ଷା। କୁମାରୀ ମାତୃତ୍ୱ ହେତୁ ବର୍ଷାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ ତାଙ୍କ ମାଆ। ତେଣୁ ବନବାସୀ ସେବା ସଦନରେ ରହୁଥିଲେ। ୮ ବର୍ଷ ହେଲା ପରେ ସେ କଟକ ବସୁନ୍ଧରାକୁ ଆସିଥିଲେ। ଏଠାରେ ରହି ପାଠ ପଢ଼ୁଥିଲେ। ନୂଆକରି ସାଙ୍ଗ ଓ ସାଥୀଙ୍କ ସହିତ ସମ୍ପର୍କ ଯୋଡୁଥିଲେ। ପ୍ରାୟ ୩ ବର୍ଷ ପରେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ସିଏ ଇଟାଲୀ ଦମ୍ପତିଙ୍କ ଝିଅ ବନିଥିଲେ।

ଇଟାଲୀ ଦମ୍ପତି ଏନ୍‌ରିକୋ ଭୋଲୋପ ଓ ଡକ୍ଟର ପଟ୍ରଜିଆ ଜରଜୋଟି। ଏନ୍‌ରିକୋ ଭୋଲୋପ ପେଶାରେ ଜଣେ ସିଭିଲ୍‌ ଇଞ୍ଜିନିୟର ହୋଇଥିବା ବେଳେ ମାଆ ଡକ୍ଟର ପଟ୍ରଜିଆ ଜରଜୋଟି ଜଣେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର। ହେଲେ ସେମାନଙ୍କର କୌଣସି ସନ୍ତାନ ନଥିଲା। ତେଣୁ ସେମାନେ ପିଲାଟିଏ ଚାହୁଁଥିଲେ। ପିଲାଟିଏ ପାଇଁ ଆବେଦନ କରି ସେମାନେ କଟକ ବସୁନ୍ଧରାରେ ପହଞ୍ଚିଥିଲେ। ଆଉ ସବୁ ସରକାରୀ ଫର୍ମାଲିଟି ପୂରଣ କରି ବର୍ଷାଙ୍କୁ ଝିଅ ଭାବେ ଗ୍ରହଣ କରିଥିଲେ।

Advertisment

ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍‌ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ବର୍ଷାକୁ ବହୁ ଭଲ ପାଆଁନ୍ତି। ମନଦେଇ ପାଠ ପଢ଼ିବା ସହିତ ମାତୃ ଭାଷାକୁ ନଭୁଲିବା ପାଇଁ ବର୍ଷାଙ୍କୁ ପରାମର୍ଶ ଦେଇଥିଲେ। ତା’ପରେ ମନଦେଇ ପାଠ ପଢ଼ିଲେ ବର୍ଷା। ଇଟାଲୀରେ ସେ ସୋସିଆଲ୍‌ କାଉନ୍‌ସିଲ୍‌ରେ ପିଜି ପାସ କରି ଚାକିରି କରୁଛନ୍ତି। କହିବାକୁ ଗଲେ ସେ ଏବେ ସ୍ୱାବଲମ୍ୱୀ ହୋଇଛନ୍ତି।

Cuttack୧୨ ବର୍ଷ ତଳେ ନୂଆ ବାପା-ମାଆଙ୍କ ସହିତ ବର୍ଷା

୧୨ ବର୍ଷ ପରେ ବର୍ଷା ଓଡ଼ିଶା ବୁଲିବା ପାଇଁ ଆସିଛନ୍ତି। ସେ ଏବେ ବସୁନ୍ଧରାରେ ରହୁଛନ୍ତି। କିନ୍ତୁ ସାଥୀରେ ଆସିନାହାନ୍ତି ବାପା-ମାଆ। ଏବେ ସେ ସେମାନଙ୍କୁ ବହୁତ ମିସ୍‌ କରୁଛନ୍ତି ବୋଲି କହିଛନ୍ତି। ଆଜି ସେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ବେଳେ ସେ ନିଜ ପାଠପଢା, ବୃତ୍ତି ଓ ଜନ୍ମଭୂମି ପ୍ରତି ଆକର୍ଷଣ ବିଷୟରେ କହିବା ବେଳେ ଭାବ ପ୍ରବଣ ହୋଇପଡ଼ିଥିଲେ।

ବର୍ଷା କହିଛନ୍ତି, ସଂସାରରେ ପୁଅ ଝିଅ ମଧ୍ୟରେ କେବେବି ତୁଳନା କରିବା ଠିକ ନୁହେଁ। ସମାଜରେ ଉଭୟଙ୍କର ଗୁରୁତ୍ଵ ସମାନ ରହିଛି। କୌଣସି କାରଣ ହେଉନା କାହିଁକି ନବଜାତକଙ୍କୁ ବେସାହାରା ଫିଙ୍ଗି ଦିଅନ୍ତୁ ନାହିଁ। ସେମାନଙ୍କୁ ଲାଳନ ପାଳନ କରନ୍ତୁ ବୋଲି କହିଛନ୍ତି।

ନିଜ ଜନ୍ମକଲା ମାଆଙ୍କୁ ନେଇ ବଡ଼ କଥା କହିଛନ୍ତି ବର୍ଷା। ସେ କହିଛନ୍ତି, ଆଜି କାଲିର ମାଆଙ୍କ ପରି ରାସ୍ତାଘାଟରେ ଛାଡ଼ି ନାହାନ୍ତି ମୋ ମାଆ। ଜନ୍ମ ପରେ ସେ ମୋତେ ହସ୍ପିଟାଲ୍‌ରେ ଛାଡ଼ି ଯାଇଛନ୍ତି। ସେଥିପାଇଁ ମୁଁ ତାଙ୍କୁ(ମାଆ)ଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବର୍ଷା କହିଛନ୍ତି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe