Advertisment

ଶୁଣିଲାନି ପ୍ରଶାସନ! ପାନୀୟ ଜଳ ପାଇଁ ଗାଁ ଲୋକେ ପାଇପ୍‌ ବିଛାଇଲେ

ଗାଁର ପାନୀୟ ଜଳ ସମସ୍ୟା ନେଇ ଲୋକେ ବହୁବାର ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପାଖରେ ଗୁହାରୀ କରିଛନ୍ତି। ହେଲେ କେହି ସେମାନଙ୍କ ଅଭିଯୋଗକୁ ଶୁଣିଲେ ନାହିଁ। ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ବିଛାଇଲେ ପାଇପ୍‌।

Water

Water

Advertisment

ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଥିଲେ ଗାଁ ଲୋକେ। ଏନେଇ ବହୁବାର ଗାଁ ଲୋକ ପ୍ରଶାସନ ପାଖରେ ଗୁହାରୀ କଲେ। ହେଲେ କେହି ଶୁଣିଲେ ନାହିଁ। ଶେଷରେ ପାନୀୟ ଜଳ ପାଇଁ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ପାଇପ୍‌ ବିଛାଇଲେ। ପାଣିକୁ ନେଇ ଏପରି ଖବର କେନ୍ଦୁଝର ଜିଲ୍ଲାରୁ।

Advertisment

ବାଂଶପାଳ ବ୍ଳକ ବାୟାକୁମୁଟିଆ ପଞ୍ଚାୟତ ମୁଣ୍ଡୁଳା ଗାଁରେ ୧୫ରୁ ୨୦ ପରିବାର କାହିଁ କେଉଁ କାଳରୁ ବସବାସ କରୁଛନ୍ତି। ଏମାନେ ସମସ୍ତେ ଆଦିବାସୀ ଶ୍ରେଣୀର। ଚାଷ ବାସ ଓ ଜଙ୍ଗଲ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। ଜଙ୍ଗଲର ପାଦ ଦେଶରେ ଅବସ୍ଥିତ ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଦେଶ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଗାଁ ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ପାଣି ପାଇଁ ଜଙ୍ଗଲ ପାର୍ଶ୍ୱ ଛୁଆକୁ ଯାଉଛନ୍ତି। ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ପରିବାର ପାଇଁ ଘରର ମହିଳାମାନେ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ଆଉ କ’ଣ ବା ଉପାୟ ଅଛି?

ଗାଁର ପାନୀୟ ଜଳ ସମସ୍ୟା ନେଇ ଲୋକେ ବହୁବାର ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପାଖରେ ଗୁହାରୀ କରିଛନ୍ତି। ହେଲେ କେହି ସେମାନଙ୍କ ଅଭିଯୋଗକୁ ଶୁଣିଲେ ନାହିଁ। ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ବିଛାଇଲେ ପାଇପ୍‌। ପାହାଡ଼ ପାଦଦେଶରେ ପ୍ଲାଣ୍ଟେସନ୍‌ ପାଇଁ ଖୋଳା ଯାଇଥିବା ବୋଲୱେଲ୍‌ରୁ ପାଣି ଆଣିବା ପାଇଁ ଗାଁ ଲୋକେ ଚାନ୍ଦା ଆଦାୟ କରି ପାଇପ୍‌ କିଣିଲେ। ତା’ପରେ ଶ୍ରମ ଦେଇ ଗାତ ଖୋଳି ପାଇପ୍‌ ବିଛାଉଛନ୍ତି। ପାଇପ୍‌ ବିଛା ସରିଲେ ଗାଁରେ ପାଣି ପହଞ୍ଚିବ। ଆଉ ଦୂର ହେବ ଗାଁ ଲୋକଙ୍କ ଦୀର୍ଘ ଦିନର ଦୁଃଖ।

Advertisment

ଗାଁର ଶୈଳ ବାରିକ କହିଛନ୍ତି, ଆମ ଗାଁରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଆମକଥା କେହି ଶୁଣିଲେନାହିଁ। ତେଣୁ ଘର ପିଛା ଚାନ୍ଦା ଆଦାୟ କରି ୫୦୦୦ ଟଙ୍କା ସଂଗ୍ରହ କରି ପାଇପ୍ ବିଛାଇ ପାଣି ଆସୁଛୁ ବୋଲି ଶ୍ରୀ ବାରିକ କହିଛନ୍ତି।

ଗାଁର ସଞ୍ଜୁ ବାରିକ କହିଛନ୍ତି, ଗାଁକୁ ପାନୀୟ ଜଳ ଯୋଗାଇଦେବା ପାଇଁ ବହୁବାର ଗୁହାରୀ କରିଛୁ। ହେଲେ ଆମ କଥା କେହି ଶୁଣିଲେ ନାହିଁ। ପାନୀୟ ଜଳର ବ୍ୟବସ୍ଥା କଲେନାହିଁ। ତେଣୁ ନାଳକୁ ପାଣି ନେବା ପାଇଁ ଆସୁଛୁ। ୨୦ରୁ ୨୨ ବର୍ଷ ହେଲା ଏମିତି ଦୟନୀୟ ଅବସ୍ଥାରେ ଚଳୁଛୁ ବୋଲି ସଞ୍ଜୁ କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe