Advertisment

ନା ହୋଇଛି ବିଜୁଳି ସଂଯୋଗ ନା ଲାଗିଛି ମୋଟର; ତଥାପି ବୋରୱେଲରୁ ବାହାରୁଛି ପାଣି

ତେବେ ବୋରୱେଲଟିରେ କୌଣସି ମୋଟର ଲାଗିନଥିବା ବେଳେ ଏଥିରୁ ଅନବରତ ପାଣି ବାହାରୁଥିବା ଦେଖି ସ୍ଥାନୀୟଲୋକେ ଆଚମ୍ବିତ ହୋଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Balasore

Balasore

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହିରେ ଥିବା ଏକ ବୋରୱେଲରୁ ଆପେ ଆପେ ବାହାରୁଛି ପାଣିl ଏହି ଅଞ୍ଚଳଟି ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ଅନେକ ଟ୍ୟୁବୱେଲରୁ ପାଣି ବାହାରୁନାହିଁl କିନ୍ତୁ ଏହି ସ୍ଥାନରୁ ଆପେ ଆପେ ପାଣି ବାହାରୁଛିl ଏହା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିଲେବି ସତ।

Advertisment

ଗତ ଜୁନ ମାସରେ ଖରା ସମୟ ଥିବାରୁ ସବୁଆଡ଼େ ଜଳଅଭାବ ଦେଖାଦେଉଥିଲା। ତେବେ ଗାଁର ଲୋକମାନେ ସରକାରଙ୍କ ନିକଟରେ ଆବେଦନ କରିବା ପରେ ଗାଁ ସ୍କୁଲ ନିକଟରେ ଗୋଟିଏ ବୋରୱେଲ ଖୋଳାଯାଇଥିଲା। ତେବେ ୧୫୦ ଫୁଟ ଖୋଲିବା ପରେ ପାଣି ବାହାରିନଥିଲା ପାଖରେ ଥିବା ସ୍କୁଲର ଶିକ୍ଷକ ଆଉ ୧୦ ଫୁଟ ଖୋଳିବାକୁ ନିବେଦନ କରିଥିଲେ। ତେବେ ଖୋଲୁଥିବା ସମୟରେ ଅକସ୍ମାତ ପାଣି ଉପରକୁ ବାହାରିଥିଲା। ତେବେ ସେଥିରେ ବହୁକଷ୍ଟରେ ପାଇପ ପୁରାଇବା ପରେ ସେଥିରୁ ଅନବରତ ପାଣି ବାହାରୁଛି।

ସେହି ଦିନ ଠାରୁ ବୋରୱେଲକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ବୋରୱେଲଟିରେ କୌଣସି ମୋଟର ଲାଗିନଥିବା ବେଳେ ଏଥିରୁ ଅନବରତ ପାଣି ବାହାରୁଥିବା ଦେଖି ସ୍ଥାନୀୟଲୋକେ ଆଚମ୍ବିତ ହୋଇଥିଲେ। ପରେ ପାଣି ନଷ୍ଟ ହୋଇଯାଉଥିବାରୁ ସ୍କୁଲ ଶିକ୍ଷକ ଏଥିରେ ଟ୍ୟାପ ସଂଯୋଗ କରିଦେଇଛନ୍ତି।

Advertisment

ତେବେ ଗାଁ ଲୋକେ ଓ ସ୍କୁଲର ଛାତ୍ର ଛାତ୍ରୀ ଏବେ ବିନା ପରିଶ୍ରମରେ ସ୍ୱଚ୍ଛ ପାଣି ପାଇପାରୁଛନ୍ତି। ମାଟି ତଳୁ ପାଣି ବାହାର କରିବାକୁ ହେଲେ ମୋଟର ବ୍ୟବହାର କରିବାକୁ ପଡୁଥିବା ବେଳେ ଏଠାରେ ଥିବା ବୋରୱେଲରୁ ଅନବରତ ପାଣି ବାହାରୁଛି। ତେଣୁ ଏହାରି ଉପରେ ଏବେ ଗାଁ ଲୋକେ ସମସ୍ତେ ନିର୍ଭରକରି ଚଳୁଛନ୍ତି।

Balasore Water