Advertisment

ଗୁହାରୀ କରିବାକୁ ଯନ୍ତ୍ରୀଙ୍କୁ ଡାକିଲେ, ଆସିଲା ପରେ ଅଟକାଇ ଦେଲେ

ଯନ୍ତ୍ରୀଙ୍କୁ ଡାକି ଅଟକାଇ ଦେଲେ ଗାଁ ଲୋକେ। ପାନୀୟ ଜଳ ସମସ୍ୟା ଦୂର ନହେଲେ ଛାଡ଼ିବୁ ନାହିଁ ବୋଲି କହିଥିଲେ

ଅଦ୍ୟତନ ହୋଇଛି
JAJPUR

JAJPUR

Advertisment

ଖରା ଆସିନି। ହେଲେ ଦେଖା ଦେଲାଣି ପାନୀୟ ଜଳର ଘୋର ସମସ୍ୟା। ଏ ସମ୍ପର୍କରେ ଗୁହାରୀ କରିବା ପାଇଁ ଯନ୍ତ୍ରୀଙ୍କୁ ଡାକି ଅଟକାଇ ଦେଲେ ଗାଁ ଲୋକେ। ପାନୀୟ ଜଳ ସମସ୍ୟା ଦୂର ନହେଲେ ଛାଡ଼ିବୁ ନାହିଁ ବୋଲି କହିଥିଲେ। ଦୀର୍ଘ ୪ ଘଣ୍ଟା ପରେ ପ୍ରତିଶୃତି ମିଳିବାରୁ ଗାଁ ଲୋକେ ଛାଡ଼ିଥିଲେ। ଏପରି ଚିତ୍ର ଆସିଛି ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳରୁ।

Advertisment

ବ୍ୟାସନଗର ପୌରାଞ୍ଚଳର ୧୦ ନମ୍ବର ଓ ୮ ନମ୍ବର ୱାର୍ଡର ଲୋକ ସଂଖ୍ୟା ୨ ହଜାରରୁ ଅଧିକା ହେବେ। ଏମାନେ ସାଧାଣତ ଚାଷ ବାସ ଓ ଦିନମଜୁରୀ କାମ କରି ପରିବାର ଭରଣ ପୋଷଣ କରନ୍ତି। ଟାଉନ୍‌ ମଝିରେ ଏହି ଦୁଇ ୱାର୍ଡ଼ ଥିଲେ ମଧ୍ୟ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି। ବର୍ଷକ ବାର ମାସ ପାଣି ସମସ୍ୟାରେ ଦହଗଞ୍ଜ ହୋଇଥାନ୍ତି ସାହି ଲୋକେ। ପାଣି ମୁନ୍ଦାଏ ପାଇଁ ପ୍ରଶାସନଠୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ କେତେ କ’ଣ ଗୁହାରି କରିଛନ୍ତି। ଗାଁ ଲୋକଙ୍କ ଶୁଣିବା ପରେ ପାଣି ଯୋଗାଇବା ପାଇଁ ପ୍ରଶାସନ ପମ୍ପ ହାଉସ୍ ନିର୍ମାଣ କାରିଥିଲା। ଘରକୁ ଘର ପାଇପ ବିଛାଇବା ସହିତ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରିଥିଲେ। ଏପରିକି ଘରେ ଘରେ ପାଣି ମିଟର ଲାଗିଥିଲା।

ଲୋମାନେ ଭାବିଥିଲେ ପାଣି ଦୁଃଖ ଗଲା। ହେଲେ ପରିତାପର ବିଷୟ ପାଣି ଦୁଃଖ ଯିବ କ’ଣ ଯନ୍ତ୍ରଣା ବଢି ଗଲା। ଘରେ ଘରେ ଟ୍ୟାପ୍ ଲାଗିଥିଲେ ସୁଦ୍ଧା ନିୟମିତ ଆସିଲାନି ପାଣି। ଆଉ ଯେତେବେଳେ ପାଣି ଆସିଲା ତାହା ସମୁଦ୍ରକୁ ଶଙ୍ଖେ। ସେଥିରେ ନା ଗାଧୋଇ ପାରିଲେ ନା ଶୋଷ ମେଣ୍ଟିଲା। କିନ୍ତୁ ପ୍ରତି ମାସ ଘରକୁ ଆସୁଥିଲା ପାଣି ବିଲ୍। ପାଣି ନପାଇ ଲୋକମାନେ ବିଲ୍ ପୈଠ କରୁଥିଲେ। ବିଲ୍‌ ଜମା ନକଲେ ଧମକ୍‌ ମିଳୁଥିବା ଅଭିଯୋଗ ହୋଇଛି। ପାଣି ସମସ୍ୟା ଦୂର ପାଇଁ ସାହି ଲୋକେ ପୌରପାଳିକା ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ କିଛି ଫଳ ମିଳୁନଥିଲା।

Advertisment

ପ୍ରଶାସନଠାରୁ ନିରାଶ ହୋଇ ସାହି ଲୋକେ ଆଜି ପମ୍ପ୍ ହାଉସ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ଯେଉଁଥି ପାଇଁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଯନ୍ତ୍ରୀ ନଆସିଲେ ତାଲା ଖୋଲିବୁ ନାହିଁ ବୋଲି ରୋକ୍‌ ଠୋକ୍‌ ଶୁଣାଇ ଦେଇଥିଲେ। ଏସମ୍ପର୍କରେ ଖବର ପାଇ ଯନ୍ତ୍ରୀ ବିଚିତ୍ରାନନ୍ଦ ପୁହାଣ ଗାଁରେ ପହଞ୍ଚି ଥିଲେ। ଯନ୍ତ୍ରୀଙ୍କୁ ଦେଖି ଗାଁ ଲୋକେ ତାତି ଯାଇଥିଲେ। ତାଙ୍କୁ ଗାଁ ଦାଣ୍ଡରେ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ। ପ୍ରାୟ ୪ ଘଣ୍ଟା ପରେ ଲିଖିତ ପ୍ରତିଶୃତି ଦେଇ ମୁକୁଳିଥିଲେ ଯନ୍ତ୍ରୀ। ଦୁଇ ଦିନ ଭିତରେ ଗାଁ ଲୋକଙ୍କ ପାଣିର ସମସ୍ୟା ଦୂର ହେବ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ଯନ୍ତ୍ରୀ। ତେବେ ସମୟ କହିବ ଗାଁ ଲୋକଙ୍କ ସମସ୍ୟା ସମାଧାନ ହେବ ନାଁ ପୂର୍ବ ପରି ସମସ୍ୟାର ଅନ୍ଧାରୀ ଫାଇଲ ଭିତରେ ରହିଯିବ।

ରିପୋର୍ଟ – ଯାଜପୁରରୁ ଜନ୍ମେଜୟ ଦାଶ୍

Watter Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe