ଓଡ଼ିଆ ସ୍ୱାଭିମାନ କ’ଣ ଓ କାହିଁକି?

ଚଳିତ ନିର୍ବାଚନରେ ଓଡ଼ିଶାର ପ୍ରସଙ୍ଗ ହେଉଛି ଓଡ଼ିଆ ସ୍ୱାଭିମାନ। ତେବେ ଏ ସ୍ୱାଭିମାନ କ’ଣ ଓ କାହିଁକି ଏଇ ପ୍ରସଙ୍ଗ ଉପରେ ଓଡ଼ିଆ ଭୋଟରମାନେ ମତ ଦେବା ଉଚିତ?

Odisha Culture

Representational Image

Debendra Prusty
  • Published: Tuesday, 21 May 2024
  • Updated: 21 May 2024, 07:24 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

୧. ଓଡ଼ିଆ ସ୍ୱାଭିମାନ କହିଲେ ପ୍ରଥମେ ନିଶ୍ଚୟ କଥା ଉଠିବ ଭାଷାର। କାରଣ ଏଇ ଭାଷା ହେଉଛି ଓଡ଼ିଆ ଜାତିର ପରିଚୟ। ଏଇ ଭାଷାକୁ ଭିତ୍ତି କରି ହିଁ ସ୍ୱାଧୀନତା ପୂର୍ବରୁ ଉଠିଥିଲା ସ୍ୱାଭିମାନର ସ୍ୱର, ଓଡ଼ିଆ ନିଜର ପରିଚୟ ଖୋଜିଥିଲା ଏବଂ ଦାବି କରି ହାସଲ କରିଥିଲା ଏକ ସ୍ୱତନ୍ତ୍ର ପ୍ରଦେଶ। ତେଣୁ ଓଡ଼ିଆ ହିଁ ହେଉଛି ଏଇ ଜାତିର ସ୍ୱାଭିମାନ।

୨. ଓଡ଼ିଆ ଓଡ଼ିଶାର ଭାଷା ହୋଇଥିବାରୁ ଓଡ଼ିଶାର ଶାସନ ମଧ୍ୟ ଏଇ ଭାଷାରେ ଚାଲିବା କଥା। ସେଥିପାଇଁ ସମ୍ବିଧାନର ୩୪୭ ଓ ୩୪୮ ଧାରାରେ ବ୍ୟବସ୍ଥା ଅଛି। ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ଚଳେଇବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମରେ ଓଡ଼ିଶା ବିଧାନସଭାରେ ଏକ ଆଇନ ମଧ୍ୟ ପ୍ରଣୀତ ହୋଇଥିଲା। ମାତ୍ର, ଏଇ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ କଂଗ୍ରେସର କେତେକେ ପ୍ରଭାବଶାଳୀ ନେତାଙ୍କ ଚକ୍ରାନ୍ତ ଯୋଗୁଁ ଅତିଷ୍ଠ ନବବାବୁ ଇସ୍ତଫା ଦେଲେ। ପରେ ବିଜୁ ପଟ୍ଟନାୟକ ୧୯୬୦ ଦଶକରେ ମୁଖ୍ୟମନ୍ତ୍ରୀ ଥିଲାବେଳେ ୧୯୬୩ ମସିହାରେ ସେହି ଆଇନରେ ସଂଶୋଧନ କରି ଓଡ଼ିଆ କିମ୍ବା ଇଂରାଜୀ ଭାଷାର ଓଡ଼ିଶା ବିଧାନସଭାର କାର୍ଯ୍ୟ ଚାଲିବ ବୋଲି ବ୍ୟବସ୍ଥା କଲେ। ଯଦିଓ ନବବାବୁଙ୍କ ଆଇନ ପ୍ରଣୀତ ହେବା ପରଠାରୁ ଆଇନଗତ ଭାବେ ଓଡ଼ିଶା ଶାସନରୁ ଇଂରାଜୀ ଭାଷା ଲୋପ ପାଇସାରିଥିଲା। ତେବେ ବିଜୁବାବୁଙ୍କ ସମୟର ସେଇ ସଂଶୋଧନ ଯୋଗୁଁ ଓଡ଼ିଶା ଶାସନ ଓ ବିଧାନସଭାରେ ଇଂରାଜୀ ଭାଷାର ବ୍ୟବହାର ଜାରି ରହିଲା ଓ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଚାଲିଲା ନାହିଁ। ଏହା ଓଡ଼ିଆ ସ୍ୱାଭିମାନ ପ୍ରତି କୁଠାରଘାତ ପ୍ରାୟ।

୩. ବହୁ ଆନ୍ଦୋଳନ ପରେ ନବବାବୁଙ୍କ ସମୟର ଭାଷା ଆଇନର ନିୟମ ପ୍ରଣୟନ ନେଇ ଆଇନରେ ସଂଶୋଧନ ଓ ନିୟମ ପ୍ରଣୟନ ହେଲା ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ଏଯାଏଁ ଓଡ଼ିଶା ଶାସନରେ ଓଡ଼ିଆ ଭାଷାର ବ୍ୟବହାର କରୁ ନାହାନ୍ତି, ପୂର୍ବ ପରି ଇଂରାଜୀରେ ଓଡ଼ିଆ ଭାଷୀ ଜନତାଙ୍କ ପାଇଁ ଶାସନର ନୀତି, ନିୟମ, ନିର୍ଦ୍ଦେଶ ଆଦି ଜାରି ହେଉଛି। ଏହା ଓଡ଼ିଆ ସ୍ୱାଭିମାନ ପ୍ରତି ଦାରୁଣ ଆଘାତ ଓ ଓଡ଼ିଶାର ଅସ୍ମିତା ପ୍ରତି ଓଡ଼ିଶା ଶାସନର ନେତୃତ୍ୱ ନେଊଥିବା ଲୋକମାନଙ୍କର ଚରମ ବିଶ୍ୱାସଘାତ।

୪. ଭାରତବର୍ଷର ସମସ୍ତ ରାଜ୍ୟରେ ସେହି ରାଜ୍ୟର ସଂଖ୍ୟାଧିକ ଲୋକଙ୍କ ଭାଷାରେ ସରକାର ପରିଚାଳିତ ହେଉଥିବାବେଳେ କେବଳ ଓଡ଼ିଶା ଏକ ବ୍ୟତିକ୍ରମ। ପୃଥିବୀର ଅନ୍ୟ କୌଣସି ଦେଶ ବା ରାଜ୍ୟରେ ମଧ୍ୟ ସ୍ଥାନୀୟ ଲୋକଙ୍କ ଭାଷା ଭିନ୍ନ ଅନ୍ୟ ଭାଷାରେ ଶାସନ ଚାଲିନାହିଁ। ଓଡ଼ିଆ ଭାଷା ଭିତ୍ତିରେ ଗଠିତ ହୋଇଥିବା ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ନଚାଲିବା ଯୋଗୁଁ ଓଡ଼ିଶା ଇଂରାଜୀ ପଢ଼ୁଆମାନଙ୍କର ଉପନିବେଶ ହୋଇଯାଇଛି ଓ ଓଡ଼ିଶା ସରକାର ଇଂରାଜୀରେ ପ୍ରଣୟନ କରୁଥିବା ନୀତି, ନିୟମ, ଆଇନ, ଆଦେଶ, ଯୋଜନା ଓ କାର୍ଯ୍ୟକ୍ରମ ଆଦି ଓଡ଼ିଆ ଲୋକଙ୍କ ପାଇଁ ଅବୁଝା ରହିଯାଉଛି, ଯାହା ଫଳରେ ଶାସନରେ ସ୍ୱଚ୍ଛତା ଆସୁନାହିଁ, ଦୁର୍ନୀତି ଓ ଦଲାଲି ବଢ଼ିଚାଲିଛି, ବଢ଼ି ଚାଲିଛି ସରକାର ଓ ଲୋକଙ୍କ ମଧ୍ୟରେ ବ୍ୟବଧାନ।

୫. ଶାସନ କଳରେ ଓଡ଼ିଆ ଭାଷା ବ୍ୟବହୃତ ନହେଲେ ଏହା ମରିଯିବ। ଠିକ ଏହିପରି ଭାରତର ଅନେକ ଭାଷା ବ୍ୟବହୃତ ନହୋଇ ଏବେ ଲୁପ୍ତପ୍ରାୟ। ଏଇ ଯେମିତି ସଂସ୍କୃତ ଭାଷାରେ ବହୁ ଶାସ୍ତ୍ର, ପୁରାଣ ଓ ସାହିତ୍ୟ ଥାଇ ମଧ୍ୟ ଏହା ଶାସନ କଳର ଭାଷା ନହେବାରୁ ତାହା ଜନ ସମାଜରେ ଆଉ ପ୍ରାୟ ଚଳୁ ନାହିଁ। ସଂସ୍କୃତରୁ ସୃଷ୍ଟ ପାଲି ଭାଷା ମଧ୍ୟ ଏକଦା ଓଡ଼ିଶାର ଭାଷା ଥିଲା। ପାଲି ଭାଷାରେ ପ୍ରାୟ ସମସ୍ତ ବୌଦ୍ଧ ସାହିତ୍ୟ ରଚିତ। ବୁଦ୍ଧ ମଧ୍ୟ ପାଲି ଭାଷାରେ କଥା ହେଉଥିଲେ। ପାଲିରୁ ସୃଷ୍ଟି ହୋଇଛି ଓଡ଼ିଆ। ପାଲି ଏକଦା ଓଡ଼ିଶାର ଭାଷା ଥିଲା। ମାତ୍ର ରାଜ ଦରବାରରେ ପାଲି ଭାଷା ବ୍ୟବହୃତ ନହେବାରୁ ତାହା ମଧ୍ୟ ମରିଗଲା। ଯଦି ଓଡ଼ିଶା ଶାସନରେ ଓଡ଼ିଆ ଭାଷା ବ୍ୟବହୃତ ନହୁଏ ତେବେ ଆଉ କିଛି ବର୍ଷ ପରେ ଓଡ଼ିଆ ଭାଷା ମଧ୍ୟ ସମଦଶା ଭୋଗ କରିବ। କାରଣ ଓଡ଼ିଆ ଭାଷା ଶାସନର ଭାଷା ନହେଲେ ତାହା ଶିକ୍ଷା କରିବା ପାଇଁ ଓଡ଼ିଆ ପିଲାମାନେ ଆଗ୍ରହୀ ହେବେ ନାହିଁ। ଏହି କାରଣ ପାଇଁ ହିଁ ଓଡ଼ିଶାର ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ବହୁ କଷ୍ଟରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିଜ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ଉଛନ୍ତି, ଏକପ୍ରକାର ବାଧ୍ୟ ଓ ଅନନ୍ୟୋପାୟ ହୋଇ।

୬. ଭାଷା ପରି ଓଡ଼ିଶାର ସଂସ୍କୃତି ମଧ୍ୟ ଓଡ଼ିଆର ସ୍ୱାଭିମାନ, ଓଡ଼ିଆ ହେବାର ପରିଚୟ। ଓଡ଼ିଶାର ମୁକ୍ତାକାଶ ଧନୁଯାତ୍ରା, ଶୀତଳ ଷଷ୍ଠୀ, ଛତରଯାତ୍ରା, ନୂଆଁଖାଇ, ଭାଇ ଜଉନ୍ତିଆ, ରଜ, ମକର, ରଥଯାତ୍ରା, ଗହ୍ମା, ଅଗିରା, ପୁଷପୁନି, ପଢ଼ୁଆଷ୍ଟମୀ ଆଦି ବାର ମାସରେ ତେର ପର୍ବକୁ ଛାଡ଼ିଦେଲେ ଓଡ଼ିଆର ସ୍ୱତନ୍ତ୍ର ପରିଚୟ ହଜିଯିବ। ଓଡ଼ିଶାର ପ୍ରତି ଜିଲ୍ଲାରେ, ପ୍ରତି ବ୍ଲକରେ, ପ୍ରତି ଗୋଷ୍ଠୀରେ, ପ୍ରତି ଜାତିରେ ସ୍ୱତନ୍ତ୍ର ଓଷାବାରବ୍ରତ ଆଦି ହୁଏ, ବିବିଧ ପର୍ବ ପାଳିତ ହୁଏ। ସେସବୁ ଓଡ଼ିଆର ସଂସ୍କୃତି। ପ୍ରତି ଅଞ୍ଚଳ ଓ ଜାତିରେ ଜନ୍ମ, ବ୍ରତୋପନୟନ, ବିବାହ ଓ ମୃତ୍ୟୁ ସଂସ୍କାର ଆଦି ମଧ୍ୟ ମଧ୍ୟ ଓଡ଼ିଆର ସ୍ୱତନ୍ତ୍ର ପରିଚୟ। ତାହା ଲୋପ ପାଇଲେ ଓଡ଼ିଆ ଆଉ ଓଡ଼ିଆ ହୋଇ ରହିବ ନାହିଁ। ତେବେ ଇଂରାଜୀ ସଂସ୍କୃତି ପ୍ରଭାବିତ ଓଡ଼ିଶା ସରକାରଙ୍କ ନୂଆ-ଓ ପରି ବହୁ କାର୍ଯ୍ୟକ୍ରମ ଇତିମଧ୍ୟରେ ଓଡ଼ିଆ ସଂସ୍କାର ଓ ସଂସ୍କୃତିକୁ ନ୍ୟୁନ କରିଚାଲିଛି। ଶାସକ ଗୋଷ୍ଠୀର ଭୋଟ୍‌ନିଶା ଯୋଗୁଁ ଇତିମଧ୍ୟରେ ବହୁ ଅଣଓଡ଼ିଆ ପର୍ବ ଓଡ଼ିଶା ଜନଜୀବନର ମୁଖ୍ୟସ୍ରୋତରେ ସାମିଲ ହୋଇ ଓଡ଼ିଆ ସଂସ୍କୃତିକୁ ପ୍ରଦୂଷିତ କରିଚାଲିଛି। ଏହା ଓଡ଼ିଆ ସ୍ୱାଭିମାନକୁ ଦୁର୍ବଳ କରୁଛି।

୭. ସ୍ୱାଭିମାନ ପାଇଁ ସ୍ୱାବଲମ୍ବନ ମୌଳିକ ଭାବେ ଅପରହାର୍ଯ୍ୟ। ଜଣେ ଯଦି ସ୍ୱାବଲମ୍ବୀ ନୁହେଁ ତେବେ ସେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସ୍ୱାଭିମାନକୁ ବନ୍ଧା ପକେଇବାକୁ ବାଧ୍ୟ ହୁଏ। ଆର୍ଥିକ ଅବଲମ୍ବନ ପାଇଁ ଅନେକ ସମୟରେ ପ୍ରଚଣ୍ଡ ସ୍ୱାଭିମାନୀ ମଧ୍ୟ ନିଜତ୍ୱ ହରେଇ ଗୋଲାମ ହେବାକୁ ପସନ୍ଦ କରେ, ବାଧ୍ୟ ବଶତଃ। ଏ ଜାତି ଏକଦା ‘ଛତରଖିଆ’ ହେବାକୁ ପସନ୍ଦ କରୁନଥିଲା। ଏହା ଥିଲା ଓଡ଼ିଆ ସ୍ୱାଭିମାନ। ଗୋଦାବରୀଶ ମହାପାତ୍ରଙ୍କ ‘ଏବେ ମଧ୍ୟ ବଞ୍ଚିଛି’ ଗଳ୍ପର ବେଣୁଧର ହେଉଛି ଏଇ ସ୍ୱାଭିମାନର ପ୍ରତୀକ, ସର୍ବୋତ୍କୃଷ୍ଟ ଉଦାହରଣ। ନ ଅଙ୍କ ଦୁର୍ଭିକ୍ଷ ସମୟରେ ଦିନ ଦିନ ସପ୍ତାହ ସପ୍ତାହ ଧରି ଲୋକେ ଖାଇବାକୁ ନପାଇ ଦେହତ୍ୟାଗ କରିବା ପରିସ୍ଥିତିରେ ସିରେଇ ଗାଁରେ ସାହାଯ୍ୟ କେନ୍ଦ୍ର ଖୋଲିଛି, ସରକାରଙ୍କ ତରଫରୁ ଖାଦ୍ୟଦ୍ରବ୍ୟ ଯୋଗାଇ ଦିଆଯାଉଛି। ବହୁ ଲୋକ ଯାଉଛନ୍ତି, ସହାୟତା ଆଣୁଛନ୍ତି। ମାତ୍ର, ବେଣୁଧର ଭିକ ମାଗି ପେଟ ପୋଷିବା, ଛତରଖାଇ ବଞ୍ଚି ରହିବାକୁ ଆଦୌ ଗ୍ରହଣ କରିପାରି ନାହିଁ। ସେ ବୁଝିଛି, ଜୀବନ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ! ଆଜି ଓଡ଼ିଶାର ସରକାରଙ୍କ ଯୋଗୁଁ ଘରେ ଘରେ ଛତରଖିଆ। ଓଡ଼ିଆଙ୍କୁ ସ୍ୱାବଲମ୍ବନର ସାଧନ ନଯୋଗାଇ ଛତରଖିଆ କରିବା ସରକାରଙ୍କର ଏକ ସ୍ୟାଡିଷ୍ଟିକ ପ୍ଲିଜର ବା ଉତ୍ପୀଡ଼କ ଆନନ୍ଦ ହୋଇଯାଇଛି। ଭୋଟ ବ୍ୟାଙ୍କ ବୃଦ୍ଧି କରିବା ପାଇଁ ସରକାର ହିତାଧିକାରୀଙ୍କ ସଂଖ୍ୟା ବଢ଼େଇ ଚାଲିଛନ୍ତି, କିନ୍ତୁ ସେମାନଙ୍କୁ ସ୍ଥାୟୀ ରୋଜଗାର ପନ୍ଥା ଯୋଗାଉ ନାହାନ୍ତି। ଏହା ଫଳରେ ଅନେକ ଲୋକ ଦେଶାନ୍ତରୀ ହୋଇଯାଉଛନ୍ତି, ଅନେକ ଲୋକ କେବଳ ସରକାରୀ ଛତର ବା ସହାୟତା ଉପରେ ନିର୍ଭରଶୀଳ ହୋଇ କାଳ କାଟୁଛନ୍ତି।

୮. ଓଡ଼ିଆଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବା ଓଡ଼ିଆ ଲୋକେ ସ୍ୱାବଲମ୍ବୀ ହେବା ପାଇଁ ଓଡ଼ିଶାରେ ପ୍ରଚୁର ସମ୍ବଳ ରହିଛି। ପ୍ରକୃତି ଓଡ଼ିଶାକୁ ଏତେ ସଂପତ୍ତି ଦେଇଛି ଯେ ବାହାର ଲୋକେ ୧୯୬୦ ଦଶକୁ ଲୁଟି ଚାଲିଥିଲେ ମଧ୍ୟ ଏଯାଏଁ ତାହା ସରିନାହିଁ, ଯଦିଓ ଓଡ଼ିଶା ଶାସନରେ ଅଣଓଡ଼ିଆ ଶାସନ ଓ କମ୍ପାନୀଙ୍କର ପ୍ରଭାବ ଆଉ ୫-୧୦ ବର୍ଷ ଅବ୍ୟାହତ ରହିଲେ ଏହା ଶେଷ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଓଡ଼ିଶା ହେଉଛି ବିଶ୍ୱର ସବୁଠୁଁ ଧନୀ ରାଜ୍ୟ, ମାତ୍ର ଓଡ଼ିଆ ହେଉଛି ଦରିଦ୍ର। ‘ପ୍ରାଚୁର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟ କାହିଁକି’ ସ୍ଲୋଗା ଦେଇଦେଇ ଓଡ଼ିଶାର କେତେ ଜଣ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଖଣିଜ ସଂପଦକୁ ବିଦେଶ ପଠାଇବାର ଧାରା ଅବ୍ୟାହତ ରଖିଛନ୍ତି। ଏହା ଫଳର ଓଡ଼ିଶାର ଲୁହା ପଥର, କୋଇଲା, ମାଙ୍ଗାନିଜ, କ୍ରୋମାଇଟ୍‌, ବକ୍ସାଇଟ୍‌, ପ୍ଲାଟିନମ, ଟାଇଟାନିୟମ, ଡୋଲୋମାଇଟ୍‌, ଟିଣ, ରତ୍ନ ପଥର ଆଦି ଅଣଓଡ଼ିଆଙ୍କୁ ପୁଞ୍ଜିପତି କରିଚାଲିଛି ଓ ଓଡ଼ିଆ ପୁଞ୍ଜିହୀନ ହୋଇ ସରକାରୀ ସହାୟତାକୁ ଅନେଇ ବସିଛି। ଏହି କିଛି ବର୍ଷ ହେଲା ଓଡ଼ିଶାର ସମସ୍ତ ଗୁରୁ ଖଣିଜ ସମେତ ବାଲି, ମୋରମ ଓ ବଜୁରୀ ଆଦି ସମସ୍ତ ଲଘୁ ଖଣିଜ ମଧ୍ୟ ଲୁଟ୍‌ ହୋଇ ଅଣଓଡ଼ିଆଙ୍କୁ ଧନୀ କରିଚାଲିଛି। ସେଇ ଲୁଟ୍‌ ଟଙ୍କାରେ ଓଡ଼ିଶାର ରାଜନୀତିକୁ କବ୍ଜା କରିଛନ୍ତି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ। ସେମାନଙ୍କ ସହାୟତାରେ ବାହାର ଲୋକମାନେ ଓଡ଼ିଶାର ସମ୍ବଳ ଲୁଟି ନେଉଥିବାବେଳେ ଓଡ଼ିଆ ଲୋକମାନେ ‘ମାରିନେଲେ ମହାପାତ୍ରେ ଚାହିଁଛନ୍ତି ଜଳକା’ ପରି ଅସହାୟ ହୋଇଯାଇଛନ୍ତି।

୯. ଏହିସବୁ ଖଣିଜ ପଦାର୍ଥକୁ ବିନିଯୋଗ କରି ଯଦି ଓଡ଼ିଶାରେ ଯଦି ବିଭିନ୍ନ ଦରବର କାରଖାନା ଖୋଲାଯାଆନ୍ତା ତେବେ ଅଧିକ ଓଡ଼ିଆ ଲୋକ ନିଯୁକ୍ତି ସୁଯୋଗ ପାଆନ୍ତେ। କିନ୍ତୁ ଏବେ ଓଡ଼ିଶାରେ ଶିଳ୍ପ ନାମରେ କେବଳ ମାଟିଝଡ଼ା କାରଖାନା ଖୋଲାଯାଉଛି। ଲୁହା ପଥରକୁ ପିଗ୍‌ ଆଇନର୍‌, ସ୍ପଞ୍ଜ ଆଇରନ୍‌ କିମ୍ବା ପେଲେଟ୍‌ ବା ଲୁହା ଗୁଣ୍ଡାରେ ପରିଣତ କରିବା ପାଇଁ କାରଖାନା ଖୋଲିଛି। ନାମକୁ ମାତ୍ର ଦୁଇ ତିନିଟି ଷ୍ଟିଲ କାରଖାନା ଖୋଲିଛି ଯେ ସେଥିରୁ ଉତ୍ପାଦିତ ଷ୍ଟିଲ ଚଦର ଆଦି ବାହାରକୁ ରପ୍ତାନୀ ହେଉଛି। ଠିକ ସେହିପରି ବକ୍ସାଇଟ୍‌ରୁ ଆଲୁମିନିୟମ ପ୍ଲେଟ୍‌ ଆଦି ତିଆରି ହୋଇ ବାହାରକୁ ଯାଉଛି। ଓଡ଼ିଶାରେ ଷ୍ଟିଲ ବାସନ ଓ ଅନ୍ୟାନ୍ୟ ସାମଗ୍ରୀର କାରଖାନା ଖୋଲି ନାହିଁ, ସାଇକେଲ୍‌ କି ମୋଟରଯାନ ଶିଳ୍ପ ବସିନାହିଁ, ଛୁଞ୍ଚି କାରଖାନା ମଧ୍ୟ ନାହିଁ। ଏବେ ବି ଆମର ନେଲ୍‌ କଟର ବିଦେଶରୁ ଆସୁଛି, ଛୁରୀ କଇଁଚି ଆଦି ଆମଦାନୀ ହେଉଛି। ଏସବୁ ଶିଳ୍ପରେ ଅଧିକ ଲୋକ ନିଯୁକ୍ତି ପାଇଥାନ୍ତେ। ଖାଲି ଖଣି ଶିଳ୍ପରେ ଅଳ୍ପ କିଛି ଶ୍ରମିକ ଲାଗିଛନ୍ତି, ସେମାନଙ୍କୁ ବି ମେସିନ୍‌ ହଟେଇବାରେ ଲାଗିଛି।

୧୦. ଆମ ରାଜ୍ୟର କପା ଅନ୍ୟ ରାଜ୍ୟର ସୂତାକଳରେ ବ୍ୟବହୃତ ହେଉଛି। ଆମର ଏଠି ଶାଢ଼ୀ, ଧୋତି କଳ ନାହିଁ। ଧୋତି ଓ ଶାଢ଼ୀ ହେଉଛି ଓଡ଼ିଆଙ୍କର ଜାତୀୟ ପୋଷାକ। ଏଠା କପା ସହିତ ଶ୍ରମିକ ବି ସୁରଟ ଯାଉଛନ୍ତି। ଓଡ଼ିଶା ସରକାରଙ୍କର ସେବାବଦରେ ଚିନ୍ତା ହିଁ ନାହିଁ। ଏଠା ଆଳୁ, ବିଲାତି ବାଇଗଣ ଓ ପିଆଜ ଆଦି ଅନ୍ୟ ରାଜ୍ୟକୁ ଶସ୍ତାରେ ଚାଲାଣ ହୋଇ ପୁଣି ଚଢ଼ା ଦରରେ ଓଡ଼ିଶା ଫେରୁଛି। କାରଣ ଓଡ଼ିଶାରେ ଶୀତଳ ଭଣ୍ଡାର ନାହିଁ। ଓଡ଼ିଶା ସରକାରଙ୍କର ସେ ବାବଦରେ ଚିନ୍ତା ହିଁ ନାହିଁ। ଓଡ଼ିଶାକୁ ଆଚାର ବି ଆସୁଛି ବାହାରୁ। ଏଠାରେ ଖାଦ୍ୟ ପ୍ରକ୍ରିୟକରଣ ଶିଳ୍ପର ଘୋର ଅଭାବ। ଓଡ଼ିଶା ସରକାରଙ୍କୁ ଚିନ୍ତା ନାହିଁ।

୧୧. ଓଡ଼ିଶାର ପୁରୁଣା କୌଳିକ ବୃତ୍ତି ଅନ୍ୟ ରାଜ୍ୟର ଶିଳ୍ପାୟନ ପ୍ରଭାବରେ ବୁଡ଼ିଗଲା। ଏବେ ସେହି କୌଳିକ ବୃତ୍ତିର ଲୋକମାନେ ବେକାର। ସେମାନଙ୍କୁ କେବଳ ଭୋଟର ଭାବେ ଗଣନା ଗରାଯାଉଛି, ରାଜ୍ୟର ସ୍ୱାଭିମାନୀ ନାଗରିକ ଭାବେ ନୁହେଁ। ଏଇ ଭୋଟରମାନଙ୍କୁ ହିତାଧିକାରୀ ସଜାଇ ସରକାର ଆତ୍ମତୃପ୍ତି ଲାଭ କରୁଛନ୍ତି, ଲୋକେ ବି ସରକାରଙ୍କୁ ଦାନୀକର୍ଣ୍ଣ ଭାବେ ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି, କାରଣ ସେମାନଙ୍କୁ ଓଡ଼ିଶା ଓ ଓଡ଼ିଆଙ୍କର ସମ୍ବଳ ଓ ଶକ୍ତି ବିଷୟରେ କିଛି ଜଣାନାହିଁ, ଜଣାଯାଉ ନାହିଁ।

୧୨. ଓଡ଼ିଆ ଲୋକଙ୍କୁ ନିରୋଗ ନିରାମୟ ରଖିବା ପାଇଁ ଯୋଜନା ହେଉ ନାହିଁ। ବରଂ ସରକାରୀ ପ୍ରୋତ୍ସାହିତ ବେସରକାରୀ ଡାକ୍ତରଖାନା ଲାଭରେ ଚାଲିବା ପାଇଁ ଅଧିକରୁ ଅଧିକ ରୋଗୀ ସୃଷ୍ଟି କରାଯାଉଛି। ଓଡ଼ିଆ ଲୋକଙ୍କୁ ଶିକ୍ଷାରେ ଶକ୍ତିଶାଳୀ କରିବାକୁ ସ୍କୁଲ ଖୋଲୁ ନାହିଁ, ବରଂ ସେମାନଙ୍କୁ ପ୍ରତିଯୋଗିତାରୁ ବାଦ ଦେବାକୁ ଘରୋଇ ଶିକ୍ଷାନୁଷ୍ଠାନକୁ ମଜବୁତ କରାଯାଉଛି, ପ୍ରତି ସହରରେ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ବିଜ୍ଞାନ ତଥା ବୈଷୟିକ କଲେଜ ଖୋଲି ସମସ୍ତ ପ୍ରକାର ବୃତ୍ତି ଓ ବେଉସା ଅକ୍ତିଆର କରିବା ପାଇଁ ଆଥିର୍କ ଦୃଷ୍ଟିରୁ ସମର୍ଥ ଗୋଷ୍ଠୀକୁ ସୁଯୋଗ ଦିଆଯାଉଛି, ଏହି ପ୍ରକ୍ରିୟାରେ ଗରୀବ ଓ ନିମ୍ନ ମଧ୍ୟବିତ୍ତ ବର୍ଗକୁ ଅଧିକ ଦୁର୍ବଳ କରାଯାଉଛି।

୧୩. ସ୍ୱାଭିମାନର ପୁନଃ ପ୍ରତିଷ୍ଠା ପାଇଁ ଓଡ଼ିଆଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ସମ୍ବଳର ସୁରକ୍ଷା ତଥା ବିକାଶ ପାଇଁ ସରକାରୀ ସ୍ତରରେ ଯୋଜନା ଓ ଆଭିମୁଖ୍ୟରେ ସଂଶୋଧନ ହେବାର ଆବଶ୍ୟକତା ରହିଛି। ସରକାର ଓଡ଼ିଆଙ୍କ ପାଇଁ ଉତ୍ସର୍ଗୀକୃତ ରହିବା ଦରକାର, ଅଣଓଡ଼ିଆଙ୍କ ହାତବାରିସି ହେବା ହୀନମନ୍ୟତାର ସଂକ୍ରମଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story