କେବେ ବଦଳିବ ଆମ ଭାଗ୍ୟ ? ଆଦିବାସୀ ଯୁବତୀ ସୋନାଲି ଓରାମଙ୍କ ପ୍ରଶ୍ନ

ଖାଲି ସୋନାଲି କାହିଁକି ଗ୍ରାମର ୭୭ ଆଦିବାସୀ ପରିବାର ମଧ୍ୟ ପଚାରିଛନ୍ତି ସମାନ ପ୍ରଶ୍ନ।

Tribal Sonali Oram PhotoOR

ବିପଦସଙ୍କୁଳ ଖପରା ଘରେ ରହୁଥିବା ଆଦିବାସୀ ଯୁବତୀ ସୋନାଲି ଓରାମ

Niranjan Mishra
  • Published: Monday, 15 May 2023
  • Updated: 15 May 2023, 06:38 PM IST

କେବେ ବଦଳିବ ଆମ ଭାଗ୍ୟ ? ଆମକୁ କ’ଣ ପକ୍କା ଘର ମିଳିବନି? ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳବାସୀଙ୍କୁ ପକ୍କାଘର ଦେଉଛନ୍ତି, ଆମ ଗାଁ ଲୋକଙ୍କୁ କାହିଁକି ଦେଉନାହାନ୍ତି? ଆମେ ପିଲା ଛୁଆ ଧରି କ’ଣ ଏମିତି ମାଟି ଖପରା ଘରେ ପଡ଼ିଥିବୁ ? ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକର ଦରଞ୍ଜିଜ ପଂଚାୟତର ମଧୁପୁର ଗ୍ରାମରେ ରହୁଥିବା ଆଦିବାସୀ ଯୁବତୀ ସୋନାଲି ଓରାମ ସରକାରଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି। ଖାଲି ସୋନାଲି କାହିଁକି ଗ୍ରାମର ୭୭ ଆଦିବାସୀ ପରିବାର ମଧ୍ୟ ପଚାରିଛନ୍ତି ସମାନ ପ୍ରଶ୍ନ।

କାରଣ ଏହି ଗାଁରେ କୌଣସି ପରିବାରଙ୍କ ପକ୍କା ଘର ନାହିଁ। ସମସ୍ତେ ବିପଦସଙ୍କୁଳ ଝାଟିମାଟିରେ ତିଆରି ଚାରିକାନ୍ଥ ଭିତରେ ବସବାସ କରନ୍ତି। ମୁଣ୍ଡ ଉପରେ ଖରାବର୍ଷା ସରିବାକୁ ପଡ଼ିଛି ଖପରା। ବର୍ଷା ହେଲେ ଖପରା ଛପର ସନ୍ଧିରେ ପାଣି ଗଳୁଛି, ଦିନରେ ଖରା ଓ ରାତିରେ ଜହ୍ନ ଦେଖାଯାଉଛି। ପବନ ହେଲେ ଖପରା ଛପର ଉଡ଼ି ଯାଉଛି। ଜୀବନ ସୁରକ୍ଷିତ ନହେଲେ ବି ସମସ୍ତେ ଏହି ବିପଦସଙ୍କୁଳ ଘରେ ବସବାସ କରୁଛନ୍ତି। ଗୋଟିଏ ଘରେ ପିଲା ଛୁଆ ସହ ଗୃହପାଳିତ ପଶୁପକ୍ଷୀଙ୍କୁ ଧରି ରହୁଛନ୍ତି। ଯେଉଁଠି ଛେଳି, କୁକୁଡ଼ା ରହୁଛନ୍ତି; ମଣିଷ ମଧ୍ୟ ତାଙ୍କରି ପାଖରେ ଶୋଉଛି ଓ ଖାଉଛି। କାହିଁକି ନା ଝାଟିମାଟିର ଅନ୍ୟ ଗୋଟିଏ ଘର କରିବାକୁ ମଧ୍ୟ ସେମାନଙ୍କ ଅଣ୍ଟିରେ ଧନ ନାହିଁ।

Also Read

ସରକାର ଆଦିବାସୀଙ୍କ ଉନ୍ନତି ଓ ସୁରକ୍ଷା ନିମନ୍ତେ ମାଳମାଳ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ସ୍ୱାଧୀନର ୭୫ ବର୍ଷ ପରେ ମଧ୍ୟ କାହିଁକି ସେମାନେ ଏପରି ଦୁରାବସ୍ଥାରେ ଅଛନ୍ତି ? ଏଥିପାଇଁ ଦାୟୀ କିଏ ? ସରକାରଙ୍କ କାନରେ ପଡ଼ୁନିକି ଏମାନଙ୍କ ଗୁହାରୀ? ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଓ ସମସ୍ୟା ବୁଝୁ ନାହାନ୍ତି କି?

ଏନେଇ ୭୫ ବର୍ଷିୟ ଗାଙ୍ଗି ଓରାମ କହିଛନ୍ତି, ଏହି ଗାଁରେ ୭୭ ପରିବାର ବାସ କରନ୍ତି। ଲୋକସଂଖ୍ୟା ୩୪୨। ପିଢ଼ି ପରେ ପିଢ଼ି ସେମାନେ ଏହି ବିପଦସଙ୍କୁଳ ଘରେ ରହୁଛନ୍ତି। ଅଭାବ ଅନାଟନ ଭିତରେ ଝାଟିମାଟି ଘର ମରାମତି କରି ହେଉନି, ପକ୍କାଘର କରିବେ ବା କେମିତି। ସରକାର ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଥିବା ଘୋଷଣା କରିଛନ୍ତି। ହେଲେ ଏହାର ସୁବିଧା ମଧୁପୁର ଗାଁ ଲୋକଙ୍କୁ ମିଳୁନି। ନେତାମାନେ ନିର୍ବାଚନ ବେଳେ ଆସୁଛନ୍ତି, ଭୋଟ ଦେଲେ ପକ୍କାଘର ସମେତ ଅନ୍ୟାନ୍ୟ ସୁବିଧା କରିଦେବେ ବୋଲି କହୁଛନ୍ତି। ଭୋଟର କାର୍ଡ ଓ ଆଧାର କାର୍ଡ ଜେରକ୍ସ ନେଇ ଯାଉଛନ୍ତି। ହେଲେ ଭୋଟ ଜିତିବା ପରେ ସେମାନେ ଆଉ ପଚାରୁନାହାନ୍ତି। ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କେବଳ ହତାଶ ହେବା ସାରାଂଶ ହୋଇଛି।

tribalଜଣେ ଆଦିବାସୀ ମହିଳାଙ୍କ ଘର

୭୭ ବର୍ଷିୟ ଲଙ୍ଗା ମହାନ୍ତ କହିଛନ୍ତି, ଆମେ ମଲା ପରେ ମଧ୍ୟ ସରକାର ପକ୍କା ଘର ଦେବେ କି ନାହିଁ ସନ୍ଦେହ। ଏବେ ଝାଟିମାଟି କୁଡ଼ିଆରେ ଯେଉଁଠି ଛେଳି, ସେଇଠି କୁକୁଡ଼ା, ସେଇଠି ରୋଷେଇ କରି ମଣିଷକୁ ଶୋଇବାକୁ ପଡ଼ୁଛି। ଘର ଛପର ଭାଙ୍ଗିଗଲେ ପଲିଥିନ୍ ଘୋଡ଼ାଇ ରହିବାକୁ ପଡ଼ୁଛି। ସରକାର ପକ୍କା ଦେଉନାହାନ୍ତି। ଆଉ କେତେ ବା ଅଭିଯୋଗ କରିବୁ?, ହତାସା ଲାଗୁଛି।

ଲହୁଣୀପଡା ବିଡ଼ିଓ ଅନୁରାଗ ମିଶ୍ର କହିଛନ୍ତି, ଏହି ଗାଁରେ ଲୋକେ ବିପଦସଙ୍କୁଳ ଘରେ ଥିବା ଖବର କିମ୍ବା ଅଭିଯୋଗ ମିଳିନି। ସେ ମଧ୍ୟ ଏ ବାବଦରେ ଜାଣିନାହାନ୍ତି। ତେବେବି ପିଇଓଙ୍କ ଜରିଆରେ ତଦନ୍ତ କରାଯାଇ ଭବିଷ୍ୟତରେ ଲୋକଙ୍କୁ ସହୟତା କରିବାକୁ ପଦକ୍ଷେପ ନିଆଯିବ।

ରିପୋର୍ଟ- ବଣାଇରୁ ରଂଜିତ ଚୌଧୁରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story