କେଉଁ ନଈ ପବିତ୍ର, କେଉଁ କ୍ଷେତ୍ର ତୀର୍ଥ?

କୁରୁକ୍ଷେତ୍ର ଗୟା ଗଙ୍ଗା ପ୍ରଭାସ ପୁଷ୍କରାଣି ଚ, ଏତାନି ପୂଣ୍ୟ ତୀର୍ଥାନି ଜଳେସ୍ମିନ୍ ସନ୍ନିଧ୍ୟଂ କୁରୁ। ଏହି ମନ୍ତ୍ର ଜରିଆରେ ସ୍ନାନ ସମୟରେ କୁରୁକ୍ଷେତ୍ର, ଗୟା, ଗଙ୍ଗା, ପ୍ରଭାସ ଓ ପୁଷ୍କର ଆଦି ତୀର୍ଥ କ୍ଷେତ୍ରଙ୍କୁ ଜଳରେ ଉପସ୍ଥିତ ହେବାକୁ ଆବାହନ କରାଯାଏ ଏହି ବିଶ୍ୱାସରେ ଯେ ସେସବୁ ତୀର୍ଥକୁ ଯାଇଁ ଗାଧୋଇବା ଯାହା ସେମାନଙ୍କୁ ସ୍ମରଣ କରି ଏଇଠି ଗାଧୋଇବା ମଧ୍ୟ ସେଇଆ।

Mahakumbha

ସାଧୁସନ୍ଥ ପକାଉଛନ୍ତି ବୁଡ଼

Debendra Prusty
  • Published: Monday, 17 February 2025
  • Updated: 17 February 2025, 05:20 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ସନାତନ ବା ହିନ୍ଦୁ ଧର୍ମରେ ଯେକୌଣସି ଦେବାଦେବୀଙ୍କ ପୂଜା କିମ୍ବା ଯଜ୍ଞାନୁଷ୍ଠାନ ସମୟରେ କଳସ ସ୍ଥାପନ ପାଇଁ କର୍ତ୍ତାଙ୍କୁ ସ୍ନାନ କରିବାକୁ ପଡ଼େ। ସ୍ନାନ ସମୟରେ ବ୍ରାହ୍ମଣ ମନ୍ତ୍ରପାଠ କରିଥାନ୍ତି। ଯେଉଁଠି କର୍ତ୍ତା ସ୍ନାନ କରିସାରିଥାନ୍ତି ସେଠାରେ ତାଙ୍କୁ ଶୁଦ୍ଧପବିତ୍ର କରିବା ପାଇଁ ତାଙ୍କ ଉପରେ ବ୍ରାହ୍ମଣ ପାଣି ସିଞ୍ଚି ମନ୍ତ୍ରପାଠ କରିଥାନ୍ତି।

ସେହି ମନ୍ତ୍ରରୁ ଦୁଇଟି ମନ୍ତ୍ର ଏଠାରେ ଉଲ୍ଲେଖ କରାଯାଉଛି।

Also Read

ଆଉ ଗୋଟିଏ ମନ୍ତ୍ର ହେଲା- ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ, ନର୍ମଦେ ସିନ୍ଧୁ କାବେରୀ ସ୍ନାନକାଳେ ଭବନ୍ତ୍ୟୁହ। ଯେକୌଣସି ନଈ, ପୋଖରୀ କିମ୍ବା ନାଳରେ ଗାଧୋଇବା ସମୟରେ ଏହି ପବିତ୍ର ନଦୀମାନଙ୍କର ନାମ ସ୍ମରଣ କରିବାର ଉଦ୍ଦେଶ୍ୟ ହେଲା ସେଠାକୁ ନଯାଇ ମଧ୍ୟ ସେହି ନଦୀରେ ଗାଧୋଇବାର ଫଳ ପାଇବା।

ଏଦୁଇଟି ମନ୍ତ୍ର କେବଳ ବ୍ରାହ୍ମଣମାନେ ପୂଜାପାଠ ପାଇଁ ଉଚ୍ଚାରଣ କରି ନଥାନ୍ତି। ଅନେକ ସମୟରେ ସନାତନ ଧର୍ମ ଓ ସଂସ୍କୃତି ସଂପର୍କରେ ଶିକ୍ଷିତ ଲୋକମାନେ ମଧ୍ୟ ଗାଧୋଇବା ସମୟରେ ଏହି ଶ୍ଳୋକ ଦୁଇଟି ପାଠ କରିଥାନ୍ତି। ସେମାନଙ୍କର ବିଶ୍ୱାସ ଏହିସବୁ ନଦୀ ଓ ତୀର୍ଥମାନଙ୍କୁ ସ୍ମରଣ କରି ଗାଧୋଇଲେ ସେଠାକୁ ଯିବାର ଆବଶ୍ୟକତା ନାହିଁ।

ସ୍କନ୍ଦ ପୁରାଣରେ ମଧ୍ୟ ଏହି ସମାନ କଥା କୁହାଯାଇଛି- ମନସା ସ୍ମରଣଂ ପୂଣ୍ୟଂ ଗଙ୍ଗାୟା ଦର୍ଶନଂ ତଥା, ଅର୍ଥାତ ଗଙ୍ଗାକୁ ମନରେ ସ୍ମରଣ କଲେ ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ।

ଆଉ ଓଡ଼ିଆ ଆଧ୍ୟାତ୍ମବାଦୀମାନେ ତ ଏହାର ଯଥେଷ୍ଟ ଊର୍ଦ୍ଧ୍ୱକୁ ଉଠିଯାଇଛନ୍ତି। ସେମାନଙ୍କ ପାଇଁ ମନରେ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସ ରଖି ଗାଧୋଇଲେ ଯେକୌଣସି ନଦୀ ଗଙ୍ଗା, କୁଆଡ଼େ ନଯାଇ ଗୋଟିଏ ସ୍ଥାନରେ ରହି ଈଶ୍ୱରଙ୍କୁ ସ୍ମରଣ କଲେ ତାହା ଯେକୌଣସି ତୀର୍ଥାଟନ ସହ ସମାନ।

ଓଡ଼ିଆ କହେ, ଏଇ ମନ ବୃନ୍ଦାବନ ଏଇ ମନ କାଶୀ/ ଏଇ ମନ ବଦ୍ରିନାଥ ପୁରୀ ବାରାଣାସୀ। ମନକୁ ପବିତ୍ର ରଖିଲେ ବୃନ୍ଦାବନ ନଯାଇ ବି ସେଠାକୁ ଯିବାର ଅନୁଭବ ଓ ଫଳ ମିଳିଯିବ। ସେହିପରି କାଶୀ, ବଦ୍ରିନାଥ, ପୁରୀ ଓ ବାରାଣାସୀ ଆଦି ଯିବାର କୌଣସି ଆବଶ୍ୟକତା ନାହିଁ। ମନକୁ ସେହିସବୁ ତୀର୍ଥ କ୍ଷେତ୍ର ପରି ପବିତ୍ର ରଖିଲେ ହେଲା।

ଏଇ ଓଡ଼ିଆ କହେ, ମନ ଯଦି ନିର୍ମଳ ଗଡ଼ିଆ ପାଣି ଗଙ୍ଗା ଜଳ। ଅର୍ଥାତ ମନକୁ ସ୍ୱଚ୍ଛ ନିର୍ମଳ ରଖିଲେ ଗଡ଼ିଆ ପାଣ ବି ଗଙ୍ଗା ଜଳ ପରି ପବିତ୍ର ହୋଇଯିବ। ମନକୁ ଯଦି ଅସ୍ୱଚ୍ଛ ରଖିବା ତେବେ ଗଙ୍ଗାରେ ଗାଧୋଇଲେ ଗଙ୍ଗା ପାଣି ଅଳିଆ ହେବ ସିନା ଦେହ ଓ ମନ ପବିତ୍ର ହେବ ନାହିଁ। ଏଭଳି ଲୋକଙ୍କ ପାଇଁ ଗଙ୍ଗାରେ ବୁଡ଼ ପକେଇବା ଗୋଟେ ଦେଖାଣିଆ କଥା। ସେମାନେ ବୁଡ଼ ପକଉଛନ୍ତି, ତେଣୁ ମୁଁ ପକେଇବି। ସେମାନେ ଯାଉଛନ୍ତି, ତେଣୁ ମୁଁ ଯିବି। ସେଠି ବୁଡ଼ ନପକେଇଲେ ମୁଁ ମୋକ୍ଷ ପାଇବି ନାହିଁ। ସେଠି ମହାଯୋଗ ପଡ଼ିଛି, ୧୪୪ ବର୍ଷ ପରେ ମହାକୁମ୍ଭ ଯୋଗ, ଆଉ ଜୀବନକାଳରେ ଏ ଯୋଗ ଆସିବ ନାହିଁ, ତେଣୁ ମୁଁ ଯାଇଁ ବୁଡ଼ ପକେଇ ଆସିବି। ଏଭଳି ଭାବନା ସହିତ ସେଠାକୁ ଯିବା ଓ ବୁଡ଼ ପକେଇବା ଅହଂକାର ଓ ଅଭିମାନର କଥା ହୋଇପାରେ, ଆଧ୍ୟାତ୍ମିକ ଅନୁଭବର କଥା ଆଦୌ ନୁହେଁ।

ମନରେ କେଉଁ ଭାବ ଅଛି, କେଉଁ ଚିନ୍ତା ଅଛି, ତାହା ହିଁ ବଡ଼ କଥା। ମହାକୁମ୍ଭ ଆୟୋଜକଙ୍କ ପ୍ରଚାର, ପ୍ରାୟୋଜନ ଓ ଦାବି- ଆମେ ଏମିତି କଲୁ, ସେମିତି କଲୁ, ବିଶ୍ୱର ସବୁଠୁ ବଡ଼ ମେଳା ପରିଚାଳନା କଲୁ, ୫୦ କୋଟି ଲୋକଙ୍କୁ ଗଙ୍ଗାରେ ବୁଡ଼ ପକେଇବାର ସୁଯୋଗ ସୁବିଧା ଦେଲୁ, ଗିନିଜ୍‌ ବୁକ୍‌ରେ ନାଁ ଲେଖେଇଲୁ- ଆଦି ଅହଂକାର ଓ ଅହମିକାର କଥା। ସେଥିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ ନାହିଁ। ହଁ, ବେପାର ଓ ରାଜନୀତି ପାଇଁ ତାହା ଏକ କୌଶଳ ହୋଇପାରେ।

ମହାକୁମ୍ଭର ଆୟୋଜକ ରାଜ୍ୟ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରି ୨ ଲକ୍ଷ କୋଟି ଟଙ୍କାର କାରବାର ଆଶା କରିଛନ୍ତି। ପ୍ରୟାଗ ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇବା ପାଇଁ ଉତ୍ତର ପ୍ରଦେଶ ବାହାରୁ ଯାଉଥିବା ପ୍ରତ୍ୟେକ ଲୋକଙ୍କୁ ଯଦି ସେହି ରାଜ୍ୟରେ ସେଥିପାଇଁ ମାତ୍ର ଦୁଇ ଦିନ ରହିବାକୁ ପଡ଼େ ତେବେ ସେହି ଦୁଇ ଦିନରେ ତାଙ୍କୁ ଅତି କମ୍‌ରେ ୪ ଓଳି ମୁଖ୍ୟ ଖାଦ୍ୟ ଓ ଚାରି ଓଳି ଜଳଖିଆ ଖାଇବାକୁ ପଡ଼ିପାରେ। ଗୋଟିଏ ମିଲ୍‌କୁ ଯଦି ଅତି କମ୍‌ରେ ୫୦ ଟଙ୍କା ହିସାବ କରାଯାଏ ତେବେ ଚାରିଟି ମିଲ୍‌ର ଦାମ ୨୦୦ ଟଙ୍କା ହେବ। ସେହିପରି ଚାରି ଥର ଜଳଖିଆ ଖର୍ଚ୍ଚ ମଧ୍ୟ ୧୦୦ ଟଙ୍କା ହୋଇପାରେ। ଏହା ଭିନ୍ନ ଅନ୍ୟାନ୍ୟ ଖର୍ଚ୍ଚ ରହିଛି। ଗାଡ଼ି ଓ ବାଟ ରହଣି ଖର୍ଚ୍ଚ। ଜଣକା ଖାଇବା ଖର୍ଚ୍ଚ ଯଦି ୩୦୦ ଟଙ୍କା ହୁଏ ତେବେ ୫୦ କୋଟି ଲୋକଙ୍କର କେବଳ ଖାଇବା ଖର୍ଚ୍ଚ ୧୫,୦୦୦ କୋଟି ଟଙ୍କା ହେବ।

ଏହା ବାଦ ଟ୍ରେନ ଓ ବିମାନ ଟିକେଟ, ଟ୍ୟାକ୍ସି ଓ ଅଟୋ ଭଡ଼ା। ଗଙ୍ଗାକୂଳରେ ଲାଗିଥିବା ବିଳାସପୂର୍ଣ୍ଣ ତମ୍ବୁରେ ରହିବା କିମ୍ବା ଆଖପାଖର ହୋଟେଲରେ ରହିବା ଖର୍ଚ୍ଚ ଅଛି। ଯାତ୍ରୀ ବଢ଼ିଲେ ବିମାନ ଭଡ଼ା ବଢ଼ି ଯାଉଛି। ସାଧାରଣ ସମୟରେ ପ୍ରୟାଗରାଜ ଯିବା ପାଇଁ ଯଦି ବିମାନ ଟିକଟ ଦାମ ୫ ହଜାର ଟଙ୍କା ପଡ଼ୁଥିଲା, ଗହଳି ବୃଦ୍ଧି ସଙ୍ଗେ ତାହା ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିବାରୁ ଖବର ଆସୁଛି। ଏହିପରି ନିଶ୍ଚୟ ଅନ୍ୟାନ୍ୟ ଖର୍ଚ୍ଚ ହୋଇଥିବ। ଓଡ଼ିଶାର ଅଧିକାଂଶ ସହରରେ ଦୁର୍ଗାପୂଜା ସମୟରେ ପଡ଼ୁଥିବା ମେଳାରେ ଯେପରି ଖାଇବା ଜିନିଷର ଦାମ ତାହାର ମାନ ତୁଳନାରେ ବଢ଼ିଯାଏ ସେହିପରି କଥା ସବୁଠି। ମେଳା ଓ ଭିଡ଼ ନେତାଙ୍କ ପ୍ରଚାର ଓ ବେପାରୀଙ୍କ କାରବାର ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରେ। ଭିଡ଼ ଭିତରେ ଆଧ୍ୟାତ୍ମିକ ଉପଲବ୍ଧି କିମ୍ବା ଐଶ୍ୱରିକ ସତ୍ତାର ଅନୁଭବ ମିଳିବା ପ୍ରାୟତ ସମ୍ଭବ ନୁହେଁ। ବୋଧହୁଏ ସେଇଥିପାଇଁ ପ୍ରାଚୀନ ଯୁଗରେ ଭାରତବର୍ଷର ଋଷିମୁନୀମାନେ ଜନପଦ ଛାଡ଼ି ଜଙ୍ଗଲରେ ସାଧନା କରୁଥିଲେ। ନଗର ଜୀବନ ଛାଡ଼ି ହିମାଳୟରେ ଯାଇଁ ତପସ୍ୟା କରୁଥିଲେ। ସହରୀ ମେଳାର ଭିଡ଼ରେ ଯଦି ବ୍ରହ୍ମବୋଧ ହେଉଥାନ୍ତା ତେବେ ସେମାନେ ଏତେ କଷ୍ଟକରି ବଣପାହାଡ଼ର ନିର୍ଜନତାକୁ ବାଛି ନଥାନ୍ତେ।

ଆଉ ଯଦି ଏହିପରି କୌଣସି ମେଳାର ଭିଡ଼ରୁ, କୌଣସି ନଈରେ ବୁଡ଼ ପକାଇବାରୁ ଜୀବନରୁ ମୋକ୍ଷ ବା ମୁକ୍ତି କିମ୍ବା ଜୀବନ ପାଇଁ ପୂଣ୍ୟ ଅର୍ଜନ ହେଉଥାନ୍ତା ତେବେ ମଧ୍ୟ ମହାକୁମ୍ଭ ନାମରେ ପ୍ରୟାଗରାଜ ଯିବାର ଆବଶ୍ୟକତା ନିର୍ବୋଧତା ନହେଲେ ଅଳ୍ପବୁଦ୍ଧିର କଥା ହୋଇପାରେ। ଯଦି ଶ୍ରଦ୍ଧା, ବିଶ୍ୱାସ ଓ ଭକ୍ତିର ସହିତ ଯେକୌଣସି ନଈରେ ଗାଧୋଇବା ଗଙ୍ଗାରେ ଗାଧୋବା ସହିତ ସମାନ ତେବେ ଟଙ୍କା ଖର୍ଚ୍ଚ କରି ସମୟ ନଷ୍ଟ କରି ଦେହକୁ ଯନ୍ତ୍ରଣା ଦେଇ ଏତେ ବାଟ ଯିବାର ଆବଶ୍ୟକତା କ’ଣ? ଅନ୍ୟକୁ ବ୍ୟାବସାୟିକ ଓ ରାଜନୀତିକ ଫାଇଦା ଦେବା କ’ଣ ଏକ ଆଧ୍ୟାତ୍ମିକ ଓ ଧାର୍ମିକ ଆବଶ୍ୟକତା?

ଯଦି ଗଙ୍ଗାରେ କୁମ୍ଭସ୍ନାନ ଏତେ ବଡ଼ ପବିତ୍ର କାର୍ଯ୍ୟ ତେବେ ସାଗରମେଳାରେ ସ୍ନାନ ଓ ବୈତରଣୀରେ ବାରୁଣୀ ସ୍ନାନର କ’ଣ ପବିତ୍ର ନୁହେଁ? ଚନ୍ଦ୍ରଭାଗାରେ ମାଘ ସ୍ନାନର ମହତ୍ୱଠାରୁ ପ୍ରୟାଗରାଜର କୁମ୍ଭ ସ୍ନାନ କ’ଣ ଅଧିକ ପୂଣ୍ୟର କଥା? ଓଡ଼ିଆରେ କଥାଟିଏ ଅଛି- ସାତ ଥର ଯିବୁ ଗଙ୍ଗା, ଥରେ ଯାଇଥିବୁ ଚନ୍ଦରଭାଗା ମୁହଁ ପଡ଼ିଯିବ ରଙ୍ଗା। ଆମ ନଈ ପବିତ୍ର, ତାଙ୍କ ନଈ ପବିତ୍ର ନୁହେଁ, ଆମ ଠାକୁର ବଡ଼, ତାଙ୍କ ଠାକୁର ବଡ଼ ନୁହେଁ, ଏଇ ମନ୍ଦିରକୁ ଗଲେ ପୂଣ୍ୟ ମିଳେ, ଆର ମନ୍ଦିରକୁ ଗଲେ ମିଳେନି- ଏପରି ସବୁ ଧାରଣା ଧାର୍ମିକ ବିଭ୍ରାନ୍ତି ଓ ବିକାର। ଘରେ ଯେଉଁ ଠାକୁରଙ୍କ ମୂର୍ତ୍ତି ବା ଫଟୋଙ୍କୁ ପୂଜା କରିବା, ଗାଁ ବା ସହରରେ ସେଇ ଠାକୁରଙ୍କର ଅନ୍ୟ ଏକ ମୂର୍ତ୍ତିଙ୍କୁ ପୂଜା କରି ଅଧିକ ପୂଣ୍ୟ ବା ଜ୍ଞାନ ହେଲା ବୋଲି ଭାବିବା, ପୁଣି ଅନ୍ୟ କେଉଁ ବଡ଼ ସହରରେ ବଡ଼ ମନ୍ଦିରରେ ସେହି ଠାକୁରଙ୍କର ଅନ୍ୟ ଏକ ବଡ଼ ବା ସୁନ୍ଦର ମୂର୍ତ୍ତିଙ୍କୁ ପୂଜା ବା ଦର୍ଶନ କରି ଆହୁରି ଅଧିକ ପୂଣ୍ୟ ବା ଜ୍ଞାନ ହେଲା ବୋଲି ବିଶ୍ୱାସ କରିବା ଭାକ୍ତିକ ଭ୍ରଷ୍ଟାଚାରର କଥା- ଏହା ଆଧ୍ୟାତ୍ମିକ ଅନ୍ୱେଷଣ ନୁହେଁ, ସାଂସାରିକ ପର୍ଯ୍ୟଟନର କଥା।

ସନାତନ ଧର୍ମ ତ କହିଲା, ପିଣ୍ଡରୁ ବ୍ରହ୍ମାଣ୍ଡ ଯାଏଁ ଈଶ୍ୱର ସବୁଠି ବିଦ୍ୟମାନ ଅଛନ୍ତି। ପୁଣି ଏ ଠାକୁର, ସେ ଠାକୁର କ’ଣ? ଏ ନଈ, ସେ ନଈ କ’ଣ? ବ୍ୟାସଦେବଙ୍କ ବିରଚିତ ଶ୍ରୀମଦଭାଗବତରେ ଅଛି- ଆକାଶତ ପତିତଂ ତୋୟଂ ଯଥା ଗଚ୍ଛତି ସାଗରଂ, ସର୍ବଦେବଂ ନମସ୍କୃତ୍ୟଂ କେଶବଂ ପ୍ରତିଗଚ୍ଛତି। ଆକାଶରୁ ପଡ଼ୁଥିବା ପାଣି ଯେମିତି ସମୁଦ୍ରକୁ ଗଡ଼ିଯାଏ ଠିକ ସେହିପରି ଯେକୌଣସି ଦେବତାଙ୍କୁ ନମସ୍କାର କଲେ ତାହା କେଶବ ବା କୃଷ୍ଣଙ୍କୁ ପ୍ରାପ୍ତ ହୋଇଥାଏ। ଏଇ ଭାଗବତର ଓଡ଼ିଆ ଅନୁବାଦ କରିଛନ୍ତି ଅତିବଡ଼ି ଜଗନ୍ନାଥ ଦାସ। ସେ ଲେଖିଛନ୍ତି, ମନ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ? ମନ ହିଁ ବଡ଼ କଥା। ମନର ମୂଳେ ଏ ଜଗତ। ମନକୁ ଯେମିତି ଗଢ଼ିବା, ଯେମିତି ଚଲେଇବା ସେ ଆମକୁ ସେମିତି ଚଲେଇବ।

ମନକୁ ଯଦି ଆମେ ନେତାଙ୍କ ପଛରେ ଗୋଡ଼େଇବା ଆମେ ନେତାଙ୍କ ପଛରେ ଗୋଡ଼େଇବା। ମନକୁ ଯଦି ଆମେ ବେପାରୀଙ୍କ ପଛରେ ଗୋଡ଼େଇବା ସେ ଆମକୁ ବେପାରୀଙ୍କ ପଛରେ ଗୋଡ଼େଇନେବ। ଆମେ ତ ଯିବା ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇବା, ତା’ର ଫଟୋ ଓ ଭିଡିଓ ଉଠେଇ ଅଧିକ ଲୋକଙ୍କ ମଧ୍ୟରେ ପ୍ରସାରଣ କରିବା କାହିଁକି? ତାହାକୁ ଦେଖି ଆଉ କାହାର ମନ ସେଭଳି କରିବାକୁ ପ୍ରେରିତ ଓ ପ୍ରରୋଚିତ ହେବା ଉଦ୍ଦେଶ୍ୟରେ ନୁହେଁକି? କରୋନା କାଳରେ ଅନେକ ଭିଆଇପି ନେତା, ବେପାରୀ, ସେଲିବ୍ରିଟି ଟିକା ନେଇ ଏମିତି ଫଟୋ ଓ ଭିଡିଓ ଛାଡ଼ିଥିଲେ। ଏବେ ମହାକୁମ୍ଭ ଅବସରରେ ମଧ୍ୟ ଅନେକ ନେତା ଓ ବ୍ୟବସାୟୀ ପ୍ରୟାଗରାଜରେ ବୁଡ଼ ପକାଇ ଫଟୋ ଓ ଭିଡିଓ ଛାଡ଼ୁଛନ୍ତି। ଏହା ଗୋଟେ ପ୍ରଚାର କୌଶଳ। ପୂଣ୍ୟ କ’ଣ ପ୍ରଚାର ପ୍ରକ୍ରିୟାର ପରିଣାମ?

ସନାତନ ଧର୍ମ ପରା କହେ, ଦାନଧର୍ମ କରି ଗୁପ୍ତ ରଖିବ, କାହାକୁ କହିବ ନାହିଁ! ଇଏ କ’ଣ ଚାଲିଛି? ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଓଡ଼ିଶାରେ ଗୋଟେ କିମ୍ବଦନ୍ତୀ ଅଛି- ରାଜା ଇନ୍ଦ୍ରଦ୍ୟୁମ୍ନ କାଳେ ମନ୍ଦିର ପ୍ରତିଷ୍ଠା କରି ବର ମାଗିଲେ, ମୋ ବଂଶରେ କେହି ନରହନ୍ତୁ, ତାଙ୍କର ଆଶଙ୍କା ଥିଲା ତାଙ୍କ ଦାୟାଦମାନେ କହି ବୁଲିବେ ଏ ମନ୍ଦିରଟା ମୋ ବାପା, ଗୋସେଇଁବାପା କରିଛି ବୋଲି କହି ବୁଲିବେ, ତାହା ଦ୍ୱାରା ଧର୍ମ ନଷ୍ଟ ହେବ, ପୂଣ୍ୟ କ୍ଷୟ ପାଇବ। ସେଇ ମନ୍ଦିରରେ ଆଜି ଆମେ ମାର୍ବଲ ଖଣ୍ଡେ ପକେଇ ଦେଇ ତା’ ଉପରେ ଲେଖି ଦେଉଛୁ, ଦେବେନ୍ଦ୍ର ପୃଷ୍ଟି, ପିତା- ଜଗନ୍ନାଥ ପୃଷ୍ଟି, ସାକିନ ବିଦ୍ୟାଧରପୁର, ଜିଲ୍ଲା ଯାଜପୁର। ଏହା ଧର୍ମର କଥା ନା ଅଧର୍ମର? ଏଥିରୁ ଯେଉଁ ମାନସିକ ତୃପ୍ତି ମିଳୁଛି ତାହା ଧର୍ମ ନା ପୂଣ୍ୟ? ତା ବିଶୁଦ୍ଧ ଅହଂକାରର ପରିତୃପ୍ତି?

ସନାତନ ଧର୍ମ ବିଶ୍ୱାସ ଅନୁସାରେ ‘ଈଶାବାସ୍ୟମିଦମ ସର୍ବମ ଯତକିଞ୍ଚିତଜଗତ୍ୟାଜଗତ’। ଏହି ଜଗତ ଓ ଅଜଗତରେ ଥିବା ସବୁକିଛି ହେଲା ଈଶ୍ୱରଙ୍କର। ଏହି ଦିନ, ରାତି, ତିଥି, ବାର, ବେଳା, ଯୋଗ ସବୁ କିଛି ଈଶ୍ୱରଙ୍କର। ତାଙ୍କରି ଇଚ୍ଛାରେ ଚନ୍ଦ୍ରସୂର୍ଯ୍ୟ ଆତଯାତ ହୋଇଥାନ୍ତି। ତାଙ୍କରି ଇଚ୍ଛାରେ ପବନ ବହେ, ବର୍ଷା ହୁଏ। ଯଦି ସବୁ ଦିନ ବାର ତାଙ୍କର ତେବେ ସେଥିରୁ ପୁଣି କେଉଁଟା ଖରାପ କେଉଁଟା ଭଲ?

ନଈରେ ଗାଧୋଇବା ପାଇଁ, ମନ୍ଦିରରେ ଠାକୁରଙ୍କୁ ପୂଜିବା ପାଇଁ କ’ଣ ତିଥି, ବାର, ଯୋଗ, ମହାଯୋଗକୁ ଅପେକ୍ଷା କରିବାକୁ ହେବ? ଯିଏ ଗଙ୍ଗାକୂଳରେ ରହୁଛି, ଦୈନିକ ଗଙ୍ଗାସ୍ନାନ କରୁଛି ତା’ ପାଇଁ ମହାକୁମ୍ଭର ଯୋଗ କେବେ? ଯିଏ ଦୈନିକ ବୈତରଣୀରେ ସ୍ନାନ କରେ ତା’ ପାଇଁ ବାରୁଣୀ ସ୍ନାନ କେବେ? ଏସବୁ ତିଥି, ବାର, ବେଳା ଆମର ସହଜ ଜ୍ଞାନରେ କାଳ ଗଣନା କରିବା ପାଇଁ ଠିକ। ମାତ୍ର, ପବିତ୍ର ହେବାକୁ, ଈଶ୍ୱରଙ୍କୁ ପୂଜା କରିବାକୁ କ’ଣ ଏହି ତିଥି, ବାର, ବେଳାକୁ ଅପେକ୍ଷା କରିବାକୁ ହେବ? ସବୁ ସମୟ ତାଙ୍କର, ସବୁ ସ୍ଥାନ ତାଙ୍କର। ତାଙ୍କୁ ସେଥିରୁ ବାହାର କରିଦେବା ପୂଣ୍ୟ ନା ପାପ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story