ମେଣ୍ଟ ଚାହୁଁଛି କିଏ?

ତା’ ହେଲେ, ଏ ଦୁଇ ଦଳ ମଧ୍ୟରେ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ହେଉ ବୋଲି କିଏ ଚାହୁଁଛି? କ’ଣ କୌଣସି ତୃତୀୟ ପକ୍ଷ? ଅବଶ୍ୟ ତୃତୀୟ ପକ୍ଷମାନେ ଯେତେବେଳେ ଓଡ଼ିଶା ରାଜନୀତିକୁ ନିୟନ୍ତ୍ରିତ କରୁଛନ୍ତି ସେତେବେଳେ ଏପରି ସମ୍ଭାବନା ଆଦୌ ନିରାଧାର ନୁହେଁ।

Patnaik And Pandian

Patnaik And Pandian

Debendra Prusty
  • Published: Monday, 11 March 2024
  • Updated: 12 March 2024, 12:55 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ସଭାପତି ମନମୋହନ ସାମଲ ଏଯାଏଁ ତାଙ୍କ ଦଳ ବିଜୁ ଜନତା ଦଳ ସହିତ ମେଣ୍ଟ ନେଇ ଆଗ୍ରହ ପ୍ରକାଶ କରିନାହାନ୍ତି। ଅଧିକନ୍ତୁ ସେ ପ୍ରଥମ ଥର ଦିଲ୍ଲୀ ଯିବା ପୂର୍ବରୁ ଓ ଦିଲ୍ଲୀରୁ ଫେରିବା ପରେ ତାଙ୍କ ଦଳ ମେଣ୍ଟ ଆଲୋଚନା କରିନାହିଁ ବୋଲି କହିଛନ୍ତି। ତାଙ୍କ ଦଳର ଅନ୍ୟ ବହୁ ନେତା ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ବାରମ୍ବାର କହିଚାଲିଛନ୍ତି। ଏପରିକି ଦଳର ଜଣେ ଆଗ ଧାଡ଼ିର ନେତା ପୃଥ୍ୱୀରାଜ ହରିଚନନ୍ଦନ ତାଙ୍କ ଦଳ ଏକଲା ଲଢ଼ିବ ଓ ମେଣ୍ଟ ହେବାର ସମ୍ଭାବନା ନାହିଁ ବୋଲି ମଧ୍ୟ କହିଛନ୍ତି।

ଠିକ ସେହିପରି ମେଣ୍ଟ ନେଇ ଗଣମାଧ୍ୟମରେ ଚର୍ଚ୍ଚା ବଢ଼ିବା ସହିତ ବିଜେପି ନେତାମାନେ ମେଣ୍ଟ ଆଲୋଚନାକୁ ଅସ୍ୱୀକାର କରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ କଥା ବୁଝୁଥିବା ପୂର୍ବତନ ବାବୁ ଓ ଏବେକାର ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ମଧ୍ୟରେ ଗୋଟେ ଧାଡ଼ିକିଆ ଆଲୋଚନାର ଭିଡିଓ ବିଜେଡି ତରଫରୁ ଜାରି ହେଲା, ଯେଉଁଥିରେ ନବୀନ ପଟ୍ଟନାୟକ କହୁଛନ୍ତି ଗୁଜବ ଏକ ମିଛ କଥା। ଏହା ଏକ ଚିରନ୍ତନ ସତ୍ୟ। ଗୁଜବ ଏକ ମିଛ କଥା ବୋଲି ପିଲାଠୁଁ ବୁଢ଼ାଯାଏଁ ସମସ୍ତେ ଜାଣିଛନ୍ତି। ନବୀନବାବୁ କାହିଁକି ଏକଥା କହିଲେ? ରାଜ୍ୟ ରାଜନୀତିରେ ଉଠିଥିବା ମେଣ୍ଟ ଚର୍ଚ୍ଚା ଓ ତାହାକୁ ବିଜେପି ଖାରଜ କରିଚାଲିଥିବାରୁ ସେ ଏହି କଥା କହି ବିଜେପିକୁ ଗୁଜବ ରଟନାକାରୀ ବୋଲି ଇଙ୍ଗିତ କରିଛନ୍ତି ଓ ସେମାନେ ଯାହା କହୁଛନ୍ତି ତାହା ମିଛ ବୋଲି ପରୋକ୍ଷ ବାର୍ତ୍ତା ଦେଇଛନ୍ତି। ଏହି ଭିଡ଼ିଓଟି ପାଣ୍ଡିଆନଙ୍କ ତରଫରୁ ହିଁ ପ୍ରଘଟ କରାଯାଇଛି। ତେବେ, ଯଦି ଏହି ଭିଡ଼ିଓ ବାର୍ତ୍ତା ଜରିଆରେ ମେଣ୍ଟ ଗୁଜବ ଏକ ମିଛ କଥା ବୋଲି କହିବାକୁ ଚାହିଁଥିବେ ତେବେ ବୁଝିବାକୁ ହେବ ଯେ ସେ ବା ପାଣ୍ଡିଆନ ମଧ୍ୟ ବିଜେପି ସହିତ ମେଣ୍ଟ କରିବାକୁ ଚାହୁଁ ନାହାନ୍ତି।

୨୦୦୯ ମସିହାରେ ବିଜେପିର ଚନ୍ଦନ ମିତ୍ରଙ୍କୁ ନବୀନ ନିବାସରୁ ବିଦାୟ ଦେଇ ମେଣ୍ଟରୁ ଓହରି ଆସିବା ପରଠାରୁ ନବୀନବାବୁଙ୍କ ଦଳ ଓଡ଼ିଶାରେ ଅଧିକରୁ ଅଧିକ ଆସନ ଓ ଭୋଟ୍‌ ପାଇ ଚାଲିଛି। ଏପରିକି ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସହଯୋଗୀ ଅମିତ ଶାହ ନବୀନବାବୁଙ୍କର ଯାବତ ଅପାରଗତା, ଦୁର୍ନୀତି ଓ ଉଦାସୀନତା ବିରୋଧରେ ପ୍ରଚାର କଲେ ମଧ୍ୟ ତାଙ୍କ ପାର୍ଟି ଆଶାନୁରୂପକ ସଫଳତା ପାଇଲା ନାହିଁ, ଓଲଟି ବିଜେଡି ଅଧିକ ଭୋଟ ଓ ଆସନ ପାଇଲା। ଏହି ରେକର୍ଡ଼କୁ ଆଖି ଆଗରେ ରଖି ବିଜେଡି ନେତାମାନେ ବାରମ୍ବାର ଦାବି କରି ଆସୁଛନ୍ତି ଯେ ୨୦୨୪ରେ ବିଜେଡି ସବୁ ରେକର୍ଡ଼ ଭାଙ୍ଗିବ ଓ ୧୨୮ ବିଧାନସଭା ଆସନ ପାଇବ। ମେଣ୍ଟ ଚର୍ଚ୍ଚା ଜୋର୍‌ ଧରିବା ପରେ ତାହାକୁ ଖାରଜ କରିବା ଢଙ୍ଗରେ ଜଣେ ବିଜେଡି ନେତା କହିଛନ୍ତି ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ ଆସନରୁ କମ୍‌ ପାଇବ ନାହିଁ। ବିଜେଡି ଏକ ଆଞ୍ଚଳିକ ଦଳ। ଏହା ଦିଲ୍ଲୀରେ ସରକାର ଗଠନ କରିପାରିବ ନାହିଁ। ଓଡ଼ିଶାରେ ଶାସନ କ୍ଷମତାରେ ରହିବା ଓ ଦଳୀୟ ଏମପିମାନେ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଚାପ ପକାଇବା ହେଉଛି ବିଜେଡିର ଏକମାତ୍ର ରାଜନୀତିକ ଉଦ୍ଦେଶ୍ୟ। ଯଦି ଦଳ ଏକଲା ଲଢ଼ି ସରକାର ଗଠନ କରିପାରୁଛି, ନବୀନବାବୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି ତେବେ ୧୫ ବର୍ଷ ତଳେ ବିଜେପିକୁ ସାଂପ୍ରଦାୟିକ ଦଳ କହି ମେଣ୍ଟରୁ ଓହରି ଆସିଥିବା ନବୀନବାବୁ ପୁଣି କେଉଁ ବାଧ୍ୟବାଧକତାରେ ସେହି ଦଳ ସହିତ ବୁଝାମଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି?

ଠିକ ସେହିପରି ବିଜେଡିକୁ ସାଙ୍ଗରେ ନନେଲେ ଯେ ନରେନ୍ଦ୍ର ମୋଦିଙ୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ସାକାର ହେବ ନାହିଁ, ଏଭଳି ପରିସ୍ଥିତି ଏବେ ଭାରତୀୟ ରାଜନୀତିରେ ଦେଖାଯାଉ ନାହିଁ। ମୋଦିଙ୍କର ଏନଡିଏ ମେଣ୍ଟ ପାଇଁ ଚାଲେଞ୍ଜ ସୃଷ୍ଟି କରିବ ବୋଲି ଆଶା କରାଯାଉଥିବା ଇଣ୍ଡି ମେଣ୍ଟ ଗଠନ ପରଠୁଁ ଦୁର୍ବଳ ହୋଇଚାଲିଥିବା ବେଳେ ଏନଡିଏରେ ନୂଆ ନୂଆ ପାର୍ଟି ଯୋଡ଼ି ହୋଇଚାଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେବି ଦେଶର ସବୁଠୁ ଲୋକପ୍ରିୟ ନେତା। ବିଶ୍ୱ ରାଜନୀତିରେ ମଧ୍ୟ ତାଙ୍କର ପ୍ରଭାବ ଓ ପତିଆରା ପ୍ରତିଷ୍ଠିତ। ବିପକ୍ଷରେ ତାଙ୍କ ସମକକ୍ଷ ଦକ୍ଷ ଓ ଲୋକପ୍ରିୟ ନେତା ନାହାନ୍ତି କହିଲେ ଚଳେ। ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଓ ଗୁଜରାଟ ଆଦି ଦେଶର ବଡ଼ ବଡ଼ ରାଜ୍ୟରେ ବିଜେପି ଏକଲା କିମ୍ବା ଅନ୍ୟ ଦଳ ସହ ମେଣ୍ଟ କରି ସରକାରରେ ଅଛି। ଏହି ଛଅଟି ରାଜ୍ୟରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୨୪୮। ସେହିପରି ଆସାମ, ହରିଆଣା, ଗୋଆ, ଛତିଶଗଡ଼, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ୪୨ଟି ଲୋକସଭା ଆସନ ରହିଛି। ଏସବୁ ରାଜ୍ୟରେ ଏବେ ବିଜେପିର ଏକକ ସରକାର କ୍ଷମତାସୀନ। ଏହା ବାଦ ପଶ୍ଚିମ ବଙ୍ଗ, କର୍ଣ୍ଣାଟକ ଓ ଓଡ଼ିଶାରେ ମଧ୍ୟ ବିଜେପି ଗତ ଲୋକସଭା ନିର୍ବାଚନରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲା। ଏଥର ସେହି ପ୍ରଦର୍ଶନ ନବଢ଼ିଲେ ବି ବିଜେପି ଲୋକସଭାରେ ଏକକସଂ ଖ୍ୟାଗରିଷ୍ଠତା ପାଇବା ଓ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ। ତଥାପି, କାହିଁକି ବିଜେପି ଓଡ଼ିଶାରେ ବିଜେଡିକୁ ପୁଣି ଥରେ ସାଙ୍ଗରେ ନେବାକୁ ଚାହୁଁଛି?

ଏହାର ଦୁଇଟି କାରଣ ଥାଇପାରେ। ଗୋଟିଏ କାରଣ ହେଉଛି ଓଡ଼ିଶାରେ ନବୀନ ପଟ୍ଟନାୟକ ଯେପରି ଗଲା ୨୪ ବର୍ଷ ଧରି ବିରୋଧୀ ଦଳଙ୍କୁ ନିର୍ମୂଳ କରି ଏକନାୟକତ୍ୱ ଚଳାଇଛନ୍ତି ହୁଏତ କେନ୍ଦ୍ରରେ ତାହାର ପୁନରାବୃତ୍ତି କରିବାକୁ ଚାହୁଁଥାଇ ପାରନ୍ତି ନରେନ୍ଦ୍ର ମୋଦି ଓ ଅମିତ ଶାହ। ନବୀନ ପଟ୍ଟନାୟକଙ୍କ ରାଜନୀତିରେ ଓଡ଼ିଶାରେ କୌଣସି ବିପକ୍ଷ ଦଳ କି ବିକଳ୍ପ ନେତା ଉଧେଇ ପାରି ନାହାନ୍ତି। ଯିଏ ଯେଉଁଠି ଟିକେ ମୁଣ୍ଡ ଟେକିଛି ତାଙ୍କୁ ନବୀନବାବୁ ବିଭିନ୍ନ ପ୍ରକାର ପ୍ରରୋଚନା ଓ ପ୍ରଲୋଭନରେ ନିଜର କରିସାରିଛନ୍ତି। ଏହି କ୍ରମରେ ସେ ବିଜେପି ସହାୟତାରେ ପ୍ରଥମେ କଂଗ୍ରେସକୁ ଦୁର୍ବଳ କଲେ। ଏ ଧାରା ୨୦୦୦ରୁ ୨୦୦୯ ଯାଏଁ ଚାଲିଥିଲା। ୨୦୦୯ ପରେ ସେ କଂଗ୍ରେସ ଓ ଅନ୍ୟ ଧର୍ମନିରପେକ୍ଷ ଦଳଙ୍କ ସହାୟତାରେ ବିଜେପିକୁ ଦୁର୍ବଳ କଲେ। ପୁଣି ୨୦୧୪ ନିର୍ବାଚନ ସମୟରୁ କଂଗ୍ରେସକୁ ମୂଳପୋଛ କରି ନିଜ ଦଳକୁ ଶକ୍ତିଶାଳୀ କଲେ। ୨୦୧୪ରୁ ଇତିମଧ୍ୟରେ କଂଗ୍ରେସ ନେତା ତତ୍କାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, କଂଗ୍ରେସ ବିଧାୟକ ଦଳ ନେତା ଅନୁପ ସାଏ, ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ପ୍ରମୁଖ କଂଗ୍ରେସ ପରିତ୍ୟାଗ କରି ରାଜ୍ୟରେ କଂଗ୍ରେସକୁ ଗାଦିଚ୍ୟୁତ କରିଥିବା ବିଜେଡିକୁ ଶକ୍ତିଶାଳୀ କରିଛନ୍ତି। ଏବେ ଠିକ ସେହିପରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିକୁ ସାଙ୍ଗରେ ନେଇ ନବୀନବାବୁ ନିଜକୁ ସଂପୂର୍ଣ୍ଣ ବିପକ୍ଷମୁକ୍ତ କରିବାକୁ କୌଶଳ କରିଥାଇ ପାରନ୍ତି।

ନବୀନବାବୁଙ୍କର ଏହି କୌଶଳରୁ ନରେନ୍ଦ୍ର ମୋଦି ମଧ୍ୟ କିଛି ଶିକ୍ଷା ଗ୍ରହଣ କରିଥାଇପାରନ୍ତି। ଯେପରି ମହାରାଷ୍ଟ୍ରରେ ବିରୋଧୀ ଶିବ ସେନା ଓ ଏନସିପିକୁ ଭାଙ୍ଗି ବିଜେପି ସେମାନଙ୍କ ସହିତ ମିଶି ସରକାରରେ ଅଛି, ଠିକ ସେହିପରି ବିହାରରେ ଏନଡିଏ ଛାଡ଼ି ଆରଜେଡି ସହ ହାତ ମିଳାଇଥିବା ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ସହିତ ଯୋଡ଼ି ହୋଇ ସେଠାରେ ଆରଜେଡି ଓ ଅନ୍ୟ ଦଳଗୁଡ଼ିକୁ ଶାସନ ବାହାରେ ରଖି ପାରିଛି। ତ୍ରିପୁରା ଓ ଉତ୍ତରପୂର୍ବାଞ୍ଚଳରେ ମଧ୍ୟ ଦଳ ସମାନ ପ୍ରକାର ରଣନୀତି ଆପଣେଇଛି। ଉତ୍ତର ପ୍ରଦେଶ ଓ ହରିଆନାରେ ଅପନା ଦଳ, ଆରଏଲଡି, ଆଇଏନଏଲଡି ଆଦି ଦଳ ସହିତ ବିଜେପି ବୁଝାମଣାରେ ଅଛି। ପୂର୍ବରୁ ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସ, ଓଡ଼ିଶାର ବିଜେପି ଓ ଆନ୍ଧ୍ର ପ୍ରଦେଶର ଟିଡିପି ସହିତ ବିଜେପି ମେଣ୍ଟ କରିଥିଲା। ଏ ତିନି ଦଳ ପର୍ଯ୍ୟାୟକ୍ରମେ ଏନଡିଏରୁ ଅଲଗା ହୋଇଥିଲେ ମଧ୍ୟ ଇତିମଧ୍ୟରେ ଟିଡିପି ପୁଣି ଏନଡିଏକୁ ଫେରିଗଲାଣି। ବିଜେଡିକୁ ସାଙ୍ଗରେ ନେଇଗଲେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରଙ୍କୁଶ କ୍ଷମତାର ଅଧିକାରୀ ହୋଇପାରିବେ।

ତେବେ, ୨୦୧୪ ବିଶେଷକରି ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ପ୍ରତି ବିଜେଡିର ଆଭିମୁଖ୍ୟ ଦେଖିଲେ ଏହା ଯେ ତାଙ୍କର ଏକ ମିତ୍ରଦଳ ହୋଇ ରହିଛି ତାହା ସୂର୍ଯ୍ୟାଲୋକ ପରି ସତ୍ୟ। ୨୦୧୪ ନିର୍ବାଚନ ପୂର୍ବରୁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଦେଶ ପାଇଁ ବିପର୍ଯ୍ୟୟ ହେବେ ବୋଲି ମନ୍ତବ୍ୟ ଦେଇଥିବା ନବୀନବାବୁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେଡିର ସମସ୍ତ ସାଂସଦଙ୍କୁ ସାଙ୍ଗରେ ନେଇ ତାଙ୍କୁ ଭେଟି ଦେଇଥିଲେ। ତା’ ପରଠାରୁ ତାଙ୍କ ସରକାର ସହିତ ନବୀନବାବୁଙ୍କ ଦଳର ମଧୁର ସଂପର୍କ ରହିଛି। ବିଜେଡି ସଂସଦରେ ନରେନ୍ଦ୍ର ମୋଦି ସରକାରଙ୍କର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଓ ନିଷ୍ପତ୍ତିକୁ ସମର୍ଥନ କରିଆସିଛି। ଏଭଳିକି ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ଓଡ଼ିଶାର ପୂର୍ବତନ ବାବୁ ଅଶ୍ୱିନ ବୈଷ୍ଣବଙ୍କୁ ମଧ୍ୟ ଦୁଇ ଦୁଇ ଥର ସମର୍ଥନ କରି ନବୀନବାବୁ ବିଜେପି ପ୍ରତି ରହିଥିବା ନିଜର ଦୁର୍ବଳତାର ପ୍ରମାଣ ଦେଇସାରିଛନ୍ତି। ଏବେ ରାଜ୍ୟ ଓ କେନ୍ଦ୍ର ରାଜନୀତିକ ସ୍ଥିତି ଯାହା ସେଥିରେ ବିଜେଡି ସହିତ ବିଜେପି ମେଣ୍ଟ କରୁ କି ନକରୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିଜେଡିର ସମର୍ଥନ ଜାରି ରହିବାର ସମ୍ଭାବନା ଅଧିକ। ବିଜେଡି ନିଜ ଆଡ଼ୁ ମୋଦି ସରକାରଙ୍କୁ ନିଃସର୍ତ୍ତ ସମର୍ଥନ ଯାଚି ଦେଉଥିବାବେଳେ ତାଙ୍କ ସହିତ ମେଣ୍ଟ ବାନ୍ଧିବାକୁ ଆଲୋଚନା କାହିଁକି କରୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ?

ବାସ୍ତବ କଥା ହେଉଛି, କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ବିଜେଡି ଓ ବିଜେପି କେହି କାହା ପାଇଁ ନିହାତି ଆବଶ୍ୟକ ନୁହନ୍ତି। ତେବେ କାହାର ଆବଶ୍ୟକତା ପାଇଁ ଉଭୟ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର୍‌ ଧରିଛି ଓ ମେଣ୍ଟ ହେବା ମଧ୍ୟ ନିଶ୍ଚିତ ପ୍ରାୟ ବୋଧ ହେଉଛି? ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ବନ୍ଧାଇ ଉଭୟ ସରକାରରୁ ଫାଇଦା ନେବାକୁ ଚାହୁଁଥିବା ଏହି ଗୋଷ୍ଠୀ ହେଲେ ତୃତୀୟ ପକ୍ଷ। ଅବଶ୍ୟ ଏହି ତୃତୀୟ ପକ୍ଷର ଏଜେଣ୍ଟ ଏବେ ରାଜନୀତିରେ ସକ୍ରିୟ। ସର୍ବଭାରତୀୟ ଅଫିସର ଭାବେ ଓଡ଼ିଶାକୁ ଚାକିରି କରିବାକୁ ଆସିଥିବା ଦୁଇ ଜଣ ବ୍ୟକ୍ତି ଏବେ ଓଡ଼ିଶା ରାଜନୀତିର ମଙ୍ଗୁଆଳ ସାଜିଛନ୍ତି। ଜଣେ କେନ୍ଦ୍ର ସରକାରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥିବାବେଳେ ଜଣେ ରାଜ୍ୟ ସରକାରଙ୍କୁ ନିୟନ୍ତ୍ରିତ ଓ ପରିଚାଳିତ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଉଭୟଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଖଣି ଠିକାଦାର କମ୍ପାନୀ ସହିତ ସଂପର୍କ ରହିଛି। ଏହି କମ୍ପାନୀର ଖଣିଠିକା କାମ ବେଆଇନ ଥିଲା ବୋଲି ଏମବି ଶାହ କମିଶନ ରିପୋର୍ଟ ଦେଇଥିଲେ। ସେଥିପାଇଁ ସେ କମ୍ପାନୀ ବିରୋଧରେ ସିବିଆଇ ତଦନ୍ତ ସୁପାରିଶ କରିଥିଲେ। ମାତ୍ର, ପ୍ରଥମେ ଉପା ସରକାର ଓ ପରେ ଏନଡିଏ ସରକାର ସେହି କମ୍ପାନୀ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇନାହାନ୍ତି, ଅଧିକନ୍ତୁ ସେ ଯେଉଁସବୁ ନିୟମ ଉଲ୍ଲଙ୍ଘନ କରିଥିଲେ ତାହାକୁ ବଦଳାଇ ଦିଆଯଇଛି। ଏବେ ଏ ଦୁଇ ଜଣ ବାବୁ-ନେତାଙ୍କ ଜରିଆରେ ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟ ହେଲେ ଏହି କମ୍ପାନୀ ସହିତ ଏହାର ସହଯୋଗୀ ଓ ସଂପୃକ୍ତ କମ୍ପାନୀଗୁଡ଼ିକ ଓଡ଼ିଶାରେ ବାଧାହୀନ ଖଣି ବେପାର କରିପାରିବେ। ସମ୍ଭବତଃ ସେଇଥିପାଇଁ ମେଣ୍ଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story