Advertisment

NH: ଜାତୀୟ ରାଜପଥରେ ଅସୁବିଧାରେ ପଡ଼ିଲେ କିଏ କରିବ ସାହାଯ୍ୟ, ଜାଣି ନିଅନ୍ତୁ

ଆପଣ ଜାତୀୟ ରାଜ ପଥରେ ଯାଉଛନ୍ତି। ଯଦି ଆପଣଙ୍କ ପେଟ୍ରୋଲ ସରିଯାଏ ? ଯଦି ଆପଣଙ୍କ ଗାଡି ଖରାପ ହୋଇଯାଏ ? ଯଦି ଆପଣଙ୍କ ଗାଡିକୁ କିଏ ଧକ୍କା ଦିଏ ? ଯଦି ଏନଏଚ ଅବୋରଧ ଥାଏ ? ଯଦି ରାସ୍ତା ଖରାପ ଥାଏ ? ଏ ସବୁ ଯଦି ଘଟେ ଆପଣ କରିବେ କଣ ?

author-image
OR Desk
NHR

ଆପଣ ଜାତୀୟ ରାଜପଥରେ ଯାଉଛନ୍ତି। ଯଦି ଆପଣଙ୍କ ପେଟ୍ରୋଲ ସରିଯାଏ ? ଯଦି ଆପଣଙ୍କ ଗାଡି ଖରାପ ହୋଇଯାଏ ? ଯଦି ଆପଣଙ୍କ ଗାଡିକୁ କିଏ ଧକ୍କା ଦିଏ ? ଯଦି ଏନଏଚ ଅବୋରଧ ଥାଏ ? ଯଦି ରାସ୍ତା ଖରାପ ଥାଏ ? ଏ ସବୁ ଯଦି ଘଟେ ଆପଣ କରିବେ କଣ ? ଆପଣଙ୍କୁ କିଏ କରିବ ସାହାଯ୍ୟ ? କିଏ ଆପଣଙ୍କ ପାଖରେ ତୁରନ୍ତ ପହଞ୍ଚିବ ? ୧୦୩୩ ନମ୍ବର ବିଷୟରେ ଜାଣିଛନ୍ତି କି? ଏହି ନମ୍ବରରେ ଫୋନ୍ କଲେ ଆପଣକୁ ମିଳିବ ସବୁ ସୁବିଧା। ଏନ୍‌ଏଚ୍‌ କଡ଼ରେ ଆପଣମାନେ ଏହି ନମ୍ବରଟିକୁ ଦେଖିଥିବା ନିଶ୍ଚୟ। ଏହି ନମ୍ବର ଯେଉଁଟି ବି ଲେଖାଥିବ ସେଠାରେ ଏମରଜନ୍ସି ବୋଲି ଲେଖାଯାଇଥିବ। କିନ୍ତୁ ଆପଣ ଜାଣନ୍ତି କେଉଁ କେଉଁ ଏମରଜେନ୍ସି ପାଇଁ ଏହା କାମରେ ଆସିବ? 
୧ : ଆପଣ ଯଦି ଗାଡ଼ି ନେଇ ବାହାରିଛନ୍ତି ଆଉ ରାସ୍ତାରେ ଆପଣଙ୍କୁ ଗାଡ଼ି ଯଦି ଛୋଟ ବଡ଼ ଦୁର୍ଘଟଣାର ସାମନା କରୁଛି ତେବେ ତୁରନ୍ତ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। NHAI ଦ୍ବାରା ଆପଣଙ୍କୁ ଆମ୍ବୁଲାନ୍ସ ସେବା ମାଗଣାରେ ଯୋଗାଇଦେବ । ଯେଉଁ ଆମ୍ବୁଲାନ୍ସରେ ଜଣେ ପାରାମେଡ଼ିକାଲ ଷ୍ଟାଫ ମଧ୍ୟ ଉପସ୍ଥିତ ଥିବେ। ସେ ପ୍ରଥମେ ଫାଷ୍ଟ ଏଡ଼େ ଟ୍ରିଟମେଣ୍ଟ କରିବେ। ଆବଶ୍ୟକ ସ୍ଥଳେ ଆପଣଙ୍କୁ ଫ୍ରି ଅଫ କଷ୍ଟରେ ମେଡ଼ିକାଲ ମଧ୍ୟ ନେଇ ଯିବ । 

Advertisment

୨ : ଆପଣ ଯଦି ଗାଡ଼ିରେ ଯିବା ସମୟରେ ଆପଣଙ୍କ ଗାଡ଼ି ବ୍ରେକ ଡ଼ାଉନ ହେଉଛି, ତେବେ ଏହି ନମ୍ବର ଆପଣଙ୍କ ପାଇଁ ଦେବଦୁତ ସାଜିବ। କିପରି ବୋଲି ଭାବୁଥିବେ ନିଶ୍ଚେ। ଗାଡ଼ି ବ୍ରେକ ଡ଼ାଉନ ହେବା ମାତ୍ରେ ଏହି ନମ୍ବରରେ ଫୋନ କଲେ ଆପଣଙ୍କ ପାଖରେ NHAIର ଟିମ ପହଞ୍ଚିବ। ପ୍ରଥମେ ଗାଡ଼ିକୁ ରାସ୍ତା କଡ଼କୁ ଆଣିବ। ଏହା ପରେ ଆପଣଙ୍କ ପାଇଁ ମେକାନିକ ବ୍ୟବସ୍ତା ମଧ୍ୟ କରିପାରିବା। କିନ୍ତୁ ଆପଣଙ୍କୁ ମେକାନିକ ପାଇଁ ଟଙ୍କା ଦେବାକୁ ପଡ଼ିବ।

୩ : ଯଦି କେଉଁଠି ରାସ୍ତା ଖରାପ ରହିଛି ସେଠାରେ ମଧ୍ୟ ଏହି ନମ୍ବରରେ ଯୋଗାଯୋଗ କରି ନିଜ ଅଭିଯୋଗ ଦେଇପାରିବେ। ଯଦି ରାସ୍ତାଟି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅବରୋଧ ଅଛି ତେବେ ଆପଣଙ୍କୁ ସାହାଯ୍ୟ ମିଳିବ।  

Advertisment

୪ : ଏହା ହେଉଛି ସବୁଠାରୁ ଗୁରତ୍ବପୂର୍ଣ୍ଣ କଥା, ଯଦି ଆପଣ NHରେ ଯାଉଯାଉ କେବେ ପେଟ୍ରୋଲ ସରିଯାଉଛି। ଏହି କ୍ଷେତ୍ରରେ ମଧ୍ୟ ଏହି ନମ୍ବରରେ ଫୋନ କଲେ ସାହାଯ୍ୟ ପାଇପାରିବେ।