ସାରା ବିଶ୍ୱକୁ ଦୋହଲାଇଦେଇଛି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନେଇ (Ayatollah Khamenei)ଙ୍କ ହତ୍ୟା ଖବର। ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଥରହର ଇରାନ। ଧ୍ୱଂସସ୍ତୁପ ତଳେ ନୀରବି ଯାଇଛନ୍ତି ଖାମେନେଇ। ତେବେ ଖାମେନେଇଙ୍କ ମୃତ୍ୟୁ ପରେ ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ। ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କଣ ଆପଣ ଜାଣନ୍ତି କି, ପୂର୍ବରୁ ମଧ୍ୟ ଖାମେନେଇଙ୍କୁ ମାରିବା ପାଇଁ ରଚାଯାଇଥିଲା ବଡ଼ ଷଡ଼ଯନ୍ତ୍ର। ଆଜକୁ ଠିକ ୪୫ ବର୍ଷ ତଳେ ତାଙ୍କୁ ହତ୍ୟା କରିବାକୁ ହୋଇଥିଲା ଉଦ୍ୟମ। ଆଉ ସେବେଠୁ ବଦଳିଯାଇଥିଲା ତାଙ୍କ ଜୀବନ। ଗୋଟିଏ ହାତରେ ଇରାନର କାର୍ଯ୍ୟଭାର ସମ୍ଭାଳିଥିଲେ ଖାମେନେଇ। ଆପଣମାନେ ନିଶ୍ଚୟ ଦେଖିଥିବେ, ସେ ସବୁବେଳେ ନିଜର ଗୋଟିଏ ହାତକୁ ଚାଦର ତଳେ ଲୁଚାଇ ରଖୁଥିଲେ। ସ୍ୱଭାବିକ ଭାବରେମନକୁ ପ୍ରଶ୍ନ ଆସୁଥିବ, କାହିଁକି ସେ ଗୋଟିଏ ହାତକୁ ଲୁଚାଉଥିଲେ? କ’ଣ ରହିଥିଲା ଖାମେନେଇଙ୍କ ଡାହାଣ ହାତର ରହସ୍ୟ? ଆସନ୍ତୁ ଜାଣିବା।
୧୯୮୧ ମସିହା ଜୁନ୍ ୨୭ ତାରିଖ। ସେଦିନ ଥିଲା ଶନିବାର। ସେତେବେଳେ ଇରାନର ରାଷ୍ଟ୍ରପତି ଥିଲେ ଖାମେନେଇ। ଇରାନ-ଇରାକ ଯୁଦ୍ଧରୁ ଫେରିବା ପରେ, ତେହରାନର ଏକ ମସଜିଦକୁ ସେ ପ୍ରାର୍ଥନା କରିବାକୁ ଯାଇଥିଲେ। ପ୍ରାର୍ଥନା ସରିବା ପରେ ମସଜିଦରେ ଧାର୍ମିକ ଭାଷଣ ଦେଉଥିଲେ। ଏହି ସମୟରେ ତାଙ୍କ ଭାଷଣ ରେକର୍ଡ କରିବାକୁ ସେଠି ଉପସ୍ଥିତ ଜଣେ ଯୁବକ ଖାମେନେଇଙ୍କ ସାମ୍ନାରେ ଏକ ଟେପ୍ ରେକର୍ଡରଥୋଇଲେ। ଆଉ ଏହାର ବଟନ ଚିପି ଦେଲେ। ତା ପରେ ଯାହା ଘଟିଲା, ସେଠି ଉପସ୍ଥିତ ଥିବା କେହି ମଧ୍ୟ ଏହା ଚିନ୍ତା କରିନଥିଲେ।
ପିଲାଟି ଟେପ୍ ରେକର୍ଡରର ସୁଇଚ୍ ଟିପିଲା ମାତ୍ରେ ହିଁ ଏହା ଭୟଙ୍କର ବିସ୍ଫୋରଣ। ପରେ ଜଣାପଡ଼ିଲା, ଏହା ଥିଲା ଖାମନେଇଙ୍କୁ ହତ୍ୟା କରିବାକୁ ଏକ ସୁସଂଗଠିତ ଉଦ୍ୟମ। ଖାମନେଇଙ୍କ ଭାଷଣ ରେକର୍ଡ କରିବାକୁ ଥୁଆ ଯାଇଥିବା ଟେପ୍ ରେକର୍ଡର ଭିତରେ ଥିଲା ମରଣାନ୍ତକ ବୋମା। ଏଠାରେ ଧାର୍ମିକ ମୌଲବୀ କ୍ଷମତା ବ୍ୟବସ୍ଥାକୁ ବିରୋଧ କରୁଥିବା ଫୋରକାନ ନାମକ ସଂଗଠନ ଏହି ବିସ୍ଫୋରଣ ଘଟାଇଥିଲା। ଏଥିରେ ଖାମେନେଇ ତ ବଂଚି ଯାଇଥିଲେ, କିନ୍ତୁ ତାଙ୍କ ଡାହାଣ ହାତଟି ସମ୍ପୂର୍ଣ୍ଣ ନଷ୍ଟ ଓ ଅଚଳ ହୋଇଯାଇଥିଲା। ତାଙ୍କର ଗଣ୍ଠି, ଫୁସଫୁସ ଓ ଭୋକାଲ କର୍ଡ୍ସ ମଧ୍ୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା।
ଏହି ଘଟଣା ପରଠୁ ଖାମେନେଇଙ୍କ ଡାହାଣ ହାତ ଆଉ କାମ କରିନଥିଲା। ହାତଟି ଅଚଳ ହୋଇଯିବା ପରେ ଖାମେନେଇ ଥରେ କହିଥିଲେ,(GFX) ‘ମୋ ପାଇଁ ଏ ହାତଟିର ଆଉ ଆବଶ୍ୟକତା ନାହିଁ। ଯେତେଯାଏଁ ମୋ ମସ୍ତିଷ୍କ ଓ ଜିଭ କାମ କରୁଛି ସେତିକି ଯଥେଷ୍ଟ।'ଏହାପରେ ସେ ନିଜର ଅଭ୍ୟାସ ବଦଳାଇ, ଲେଖିବାଠାରୁ ନିତ୍ୟକର୍ମ ଯାଏଁ ସବୁ କାମ ସେ ବାଁ ହାତରେ କରିବା ଆରମ୍ଭ କରିଥିଲେ।୧୯୮୧ ମସିହା ପରଠୁ ମୃତ୍ୟୁ ପର୍ଯ୍ୟନ୍ତ, ଦୀର୍ଘ ୪୫ ବର୍ଷ ଯାଏଁ, ସାର୍ବଜନିକ ସ୍ଥାନରେ ଖାମନେଇ ସବୁବେଳେ ତାଙ୍କ ଡାହାଣ ହାତଟିକୁ ଚାଦର ତଳେ ଲୁଚାଇ ରଖୁଥିଲେ, ଯାହା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟପାଲଟି ଯାଇଥିଲା।
୧୯୮୧ ଜୁନ ୨୭ ତାରିଖ। ସେଦିନଥିଲା ଶନିବାର। ଶକ୍ତିଶାଳୀ ବିସ୍ଫୋରଣକୁ ମାତ୍ ଦେଇଥିଲେ ଖାମନେଇ। ତାହା ହୁଏତ ତାଙ୍କୁ ପଙ୍ଗୁ କରିଦେଇଥିଲା, କିନ୍ତୁ ଜୀବନ ନେଇପାରି ନଥିଲା। ମୃତ୍ୟୁକୁ ମାତ୍ ଦେଇଥିଲେ ଖାମେନେଇ। ହେଲେ ଏଥର ଶନିବାରଟି ତାଙ୍କ ପାଇଁ ଥିଲା ଅଧିକ ଘାତକ। ୨୦୨୬ ଫେବ୍ରୁଆରୀ ୨୮ ତାରିଖ ମଧ୍ୟ ଥିଲା ସେଇ ଶନିବାର। ଆମେରିକା ଓ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକରେ ସବୁଦିନ ପାଇଁ ଇହଧାମ ତ୍ୟାଗ କରିଛନ୍ତି ଖାମେନେଇ।
ବ୍ୟୁରୋ ରିପୋର୍ଟ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/02/khamenei-2026-03-02-15-54-58.jpg)