Advertisment

କୋରାପୁଟର ଟେଣ୍ଡକା ଫୁଲ; କ’ଣ ପାଇଁ ଏତେ ଡିମାଣ୍ଡ?

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଧାନ, ବାଜରା, ମାଣ୍ଡିଆ, ସୁଆଁ, କାନ୍ଦୁଲ, ଚିନାବାଦାମ ପ୍ରମୁଖ ସଂରକ୍ଷଣରେ ବେଳେ ଏହି ଫଳର ବ୍ୟବହାର ହୋଇଥାଏ। ଏହି ସବୁ ଖାଦ୍ୟ ସାମଗ୍ରୀ ସହିତ ଶୁଖିଲା ଟେଣ୍ଡେରା ଫୁଲ ମିଶ ରଖିଲେ ପୋକ ଲାଗନ୍ତି ନାହିଁ।

Koraput

Koraput

Advertisment

ଆଦିବାସୀ ମୁଲକରେ ଟେଣ୍ଡକା ଫୁଲ ଚାହିଦା ବହୁ ରହିଛି। ତେଣୁ ରାଜ୍ୟ ବାହାର ବ୍ୟବସାୟୀମାନେ କୋରାପୁଟର ଦୁର୍ଗମ ଗାଁରେ ଡେରା ପକାଉଛନ୍ତି। ଆଉ ଶାଗ ମାଛ ଦରରେ ସେହି ମୂଲ୍ୟବାନ ଫୁଲକୁ ନେଇଯାଉଛନ୍ତି। ତା’ ବଦଳରେ ଆଦିବାସୀଙ୍କୁ ଧରାଇ ଦେଉଛନ୍ତି କେଜିଏ ଲୁଣ। ଅର୍ଥାତ କେଜିଏ ଟେଣ୍ଡକା ଫୁଲ ଦେଲେ ମିଳୁଛି କେଜିଏ ଲୁଣ। ଯେଉଁ ଲୁଣ କିଲୋ ୧୦ରୁ ୨୦ ଟଙ୍କା। ସେଥିରେ ଆଦିବାସୀମାନେ ବେଶ୍‌ ଖସ୍‌। ପ୍ରକୃତରେ ଟେଣ୍ଡକା ଫୁଲ କଣ?

Advertisment

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ। ବଣପାହାଡ଼ ଘେରା ଏହି ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଫୁଟୁଛି ଟେଣ୍ଡେରା ଫୁଲ। ଏହି ଫୁଲଟି ଦେଖିବାକୁ ନାଲି ରଙ୍ଗର। ଛୋଟ ଛୋଟ ଫୁଲ। ଭାରି ସୁନ୍ଦର। ଡିସେମ୍ୱରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଫଲ ଜଙ୍ଗଲରେ ଫୁଟିଥାଏ। ଗରିବ ଶ୍ରେଣୀର ଆଦିବାସୀମାନେ ଜଙ୍ଗଲରୁ ଏହି ଫୁଲକୁ ସଂଗ୍ରହ କରନ୍ତି। ସକାଳ ହେଲେ ବାହାରି ଯାଆନ୍ତି। ମଧ୍ୟାହ୍ନରେ ଟୋକେଇରେ ଫୁଲ ଧରି ଘରକୁ ଫେରନ୍ତି। ସେହି ଫୁଲକୁ କିଏ ଘରର ଛାତ ବା ଚଟାଣରେ ଶୁଖାନ୍ତି। ଶୁଖିଗଲା ପରେ ବିକ୍ରି କରିଥାଆନ୍ତି। ବିକ୍ରିର ଅର୍ଥ ଟଙ୍କା ନୁହେଁ, ଫୁଲ ବଦଳରେ ଲୁଣ କିଣି ନେଇଥାଆନ୍ତି। କେଜିଏ ଲୁଣ ଦେଲେ, କେଜିଏ ଶୁଖିଲା ଫୁଲ ଦେବାକୁ ପଡ଼ିଥାଏ।

ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଜଙ୍ଗଲୀ ଟେଣ୍ଡେରା ଫୁଲ କ’ଣ ଅଛି? କାହିଁକି ଏହି ଫୁଲର ରହିଛି ଏତେ ଡିମାଣ୍ଡ? ଏହାର ପ୍ରକୃତ ବଜାର ମୂଲ୍ୟ କେତେ? ଟେଣ୍ଡେରା ଫୁଲର ବଜାର ମୂଲ୍ୟ ସମ୍ପର୍କିତ ତଥ୍ୟ କାହା ପାଖରେ ନାହିଁ। ତେବେ ରାଜ୍ୟ ବାହାରେ ଭଲ ଡିମାଣ୍ଡ ରହିଛି। ସେଥିପାଇଁ ରାଜ୍ୟ ବାହାରର ବଡ଼ ବଡ଼ କମ୍ପାନୀ ଡେରା ପକାଇ ଫୁଲକୁ କିଣି ନେଉଛନ୍ତି। ଶୁଣିବାକୁ ମିଳୁଛି, ସେହି ଫୁଲର ବହୁ ଔଷଧୀୟ ଗୁଣ ରହିଛି। ଯେଉଁଥିପାଇଁ ବେପାରୀମାନେ କିଣି ନେଉଛନ୍ତି।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଧାନ, ବାଜରା, ମାଣ୍ଡିଆ, ସୁଆଁ, କାନ୍ଦୁଲ, ଚିନାବାଦାମ ପ୍ରମୁଖ ସଂରକ୍ଷଣରେ ବେଳେ ଏହି ଫଳର ବ୍ୟବହାର ହୋଇଥାଏ। ଏହି ସବୁ ଖାଦ୍ୟ ସାମଗ୍ରୀ ସହିତ ଶୁଖିଲା ଟେଣ୍ଡେରା ଫୁଲ ମିଶ ରଖିଲେ ପୋକ ଲାଗନ୍ତି ନାହିଁ। ତେଣୁ ଖାଦ୍ୟଶସ୍ୟ ସୁରକ୍ଷିତ ରହିଥିଏ। ଏହାଛଡ଼ା ମଦ ପ୍ରସ୍ତୁତିରେ ଏହି ଫୁଲକୁ ବ୍ୟବହାର ହୋଇଥାଏ। ତେଣୁ ରାଜ୍ୟ ବାହାର ବେପାରୀମାନେ ଲୁଣ କେଜିଏ ଦେଇ କେଜିଏ ଲେଖାଏଁ ଫୁଲ ନେଇଯାଉଛନ୍ତି।

ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର କହିଛନ୍ତି, ଆଗରୁ ଖାଦ୍ୟଶସ୍ୟ ସାଇତି ରଖିବାରେ ଟେଣ୍ଡେରା ଫୁଲ ବ୍ୟବହାର ହୋଇଥାଏ। ଲୋକଙ୍କ ଭିତରେ ଧାରଣା ରହିଛି ଖାଦ୍ୟଶସ୍ୟ ସହିତ ଶୁଖିଲା ଫଲକୁ ମିଶାଇ ରଖିଲେ ପୋକ ଲାଗନ୍ତି ନାହିଁ। ଏବେ କିନ୍ତୁ ବହୁ ବଡ଼ ବଡ଼ କମ୍ପାନୀ ଏହି ଫୁଲକୁ କିଣି ନେଉଛନ୍ତି। ରୋଷେଇ ହୋଇଥିବା ଖାଦ୍ୟକୁ ବେଶୀ ସମୟ ପର୍ଯ୍ୟନ୍ତ ସାଇତି ରଖିବାରେ ଏହି ଫୁଲ ବ୍ୟବହାର ହେଉଥିବା ଶୁଣିବାକୁ ପାଉଛୁ ବୋଲି ସୁରେନ୍ଦ୍ର କହିଛନ୍ତି।

ଦନୁ ମୁଦୁଲି କହିଛନ୍ତି, ଆଗରୁ ଲୁଣ ପାଇଁ ବହୁ ଅସୁବିଧାରେ ପଡ଼ୁଥିଲୁ। ଏବେ ଫୁଲ ଦେଲେ ଲୁଣ ମିଳୁଛି। ଆମର ଦୁଃଖ ଯାଇଛି। ତେଣୁ ସକାଳ ହେଲେ ଫୁଲ ତୋଳିବାକୁ ଯାଉଛୁ। ମଧ୍ୟାହ୍ନ ହେଲେ ଘରକୁ ସମସ୍ତେ ପଳାଇ ଆସୁଛି। ତାକୁ ଶୁଖାଇ ବେପାରୀକୁ ଦେଉଛୁ। ତା’ ବଦଳରେ ଲୁଣ ନେଉଛୁ ବୋଲି ଦନୁ ମୁଦୁଲି କହିଛନ୍ତି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe