Advertisment

ପ୍ରଥମ ଯାତ୍ରୀ ଭାବେ ମହିଳା କାହିଁକି ବସରେ ଚଢ଼ିପାରିବେନି?

ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଗ୍ରହଣ ନକରିବା ଭଳି ମହିଳା ବିରୋଧୀ ପ୍ରଥା ସମ୍ପର୍କରେ ଅନେକ ହୁଏତ ଅବଗତ ନଥିବେ। କିନ୍ତୁ ବସ୍‌ କର୍ମଚାରୀ ବିଶେଷକରି କଣ୍ଡକ୍ଟରମାନେ ଏ ଅନ୍ଧବିଶ୍ୱାସକୁ ଅଲିଖିତ ନିୟମ ଭାବେ ପାଳନ କରିଥାନ୍ତି।

Stand

Bus

Advertisment

ଆଜିର ଦିନରେ ରାଷ୍ଟ୍ରର ମୁଖ୍ୟ ଭାବେ ଅବସ୍ଥାପିତ ହୋଇ ଗୌରବ ପାଲଟିଛନ୍ତି ଓଡ଼ିଆ ଝିଅ। କିନ୍ତୁ ଏପଟେ ରାଜ୍ୟରେ ଆଜି ମଧ୍ୟ ଲୋପ ପାଇନି ମହିଳା ବିରୋଧୀ କୁତ୍ସିତ ପ୍ରଥା। ବସ୍ ଯାତ୍ରା ଆରମ୍ଭ ବେଳେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁନି। ଏପରି କୁତ୍ସିତ ପ୍ରଥା ବନ୍ଦ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା।

Advertisment

ନିକଟରେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନଗିରି ଯିବାକୁ ଚାହୁଁଥିବା ଜଣେ ମହିଳା ଯାତ୍ରୀ। ସେ ବସରେ ଚଢ଼ିବାକୁ ଚାହିଁବାରୁ ବାରଣ କରିଥିଲେ କଣ୍ଡକ୍ଟର। ବସଟିରେ କେହି ପୁରୁଷ ଯାତ୍ରୀ ଚଢ଼ି ନଥିବାରୁ ମହିଳାଙ୍କୁ ପ୍ରଥମେ ବସ୍‌ ଭିତରକୁ ଯିବାକୁ ଅନୁମତି ମିଳିନଥିଲା। ଏହି ଘଟଣାକୁ ନେଇ ଘାସିରାମ ପଣ୍ଡା ନାମକ ଜଣେ ସାମାଜିକ କର୍ମୀ ରାଜ୍ୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ କମିଶନ ତାଙ୍କ ପିଟିସନକୁ ଗ୍ରହଣ କରି ସମସ୍ତଙ୍କ ଅଲକ୍ଷ୍ୟରେ ଚାଲି ଆସୁଥିବା ଏ ପ୍ରଥାକୁ ବନ୍ଦ କରିବାକୁ ପ୍ରଥମେ ପରିବହନ ବିଭାଗକୁ ଚିଠି କରିଥିଲେ। ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ପରି କୁତ୍ସିତ ପ୍ରଥା ଉଚ୍ଛେଦ ହେଉ, ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ, ସରକାରୀ ଓ ଘରୋଇ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ ବୋଲି ଚିଠିରେ ଲେଖିଛନ୍ତି।

ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଗ୍ରହଣ ନକରିବା ଭଳି ମହିଳା ବିରୋଧୀ ପ୍ରଥା ସମ୍ପର୍କରେ ଅନେକ ହୁଏତ ଅବଗତ ନଥିବେ। କିନ୍ତୁ ବସ୍‌ କର୍ମଚାରୀ ବିଶେଷକରି କଣ୍ଡକ୍ଟରମାନେ ଏ ଅନ୍ଧବିଶ୍ୱାସକୁ ଅଲିଖିତ ନିୟମ ଭାବେ ପାଳନ କରିଥାନ୍ତି। ସେଥିପାଇଁ ଅନେକ ସମୟରେ ଏଭଳି ଘଟଣା ନଜରକୁ ଆସୁଥିଲା। ଆଉ ମହିଳାମାନେ ଅପମାନିତ ହେଉଛନ୍ତି।

Advertisment

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ପ୍ରକୃତରେ କହିବାକୁ ଗଲେ ମହିଳାମାନେ ହେଉଛନ୍ତି ଲକ୍ଷ୍ମୀ। ଜଣେ ଲୋକ ଘରୁ ବାହାରିଲା ବେଳେ ତା’ ମାଆଙ୍କୁ ଜୁହାର ହୋଇ ଆସୁଛି। ତେଣୁ ମହିଳାଙ୍କୁ କିଏ କାହିଁକି ଅଟକାଇବ? ଅନ୍ଧ ବିଶ୍ୱାସରେ ବସବର୍ତ୍ତି ହୋଇ କେତେକ ଗାଡ଼ି ଏମିତି କରିଥାଇ ପାରନ୍ତି। କିନ୍ତୁ ସବୁ ଗାଡ଼ି ଏମିତି କରୁନାହାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ରାଜ୍ୟରେ ପ୍ରଚଳିତ ଏ କୁତ୍ସିତ ପ୍ରଥାକୁ ବନ୍ଦ କରିବା ସହ ବସରେ ମହିଳାଙ୍କ ପାଇଁ ସିଟ୍‌ ସଂଖ୍ୟା ୫୦ ପ୍ରତିଶତ ବଢାଇବା ଓ ମହିଳାଙ୍କ ପାଇଁ ଦିଆଯାଉଥିବା ସୁବିଧା ନେଇ ଆକସ୍ମିକ ଯାଞ୍ଚ କରିବେ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe