ସରକାର ଶୁଣୁ ନାହାନ୍ତି ଦୁଃଖ: ଭଙ୍ଗା କୁଡ଼ିଆରେ ବିତୁଛି ଦିନ

ଝିଅକୁ ଧରି ପତ୍ନୀ ନିଜ ବାପଘରକୁ ଚାଲି ଯାଇଥିବା ବେଳେ ପୁଅ ଓ ମା’ ସହ ଯନ୍ତ୍ରଣା ଜର୍ଜରିତ ଜୀବନ ବଞ୍ଚୁଛନ୍ତି ଅସହାୟ ଅଜୟ ଦଳ ବେହେରା ।

Image PhotoOR

ନିଜ ଝାଟି ମାଟି ଘରେ ଅଜୟ ।

Niharika Rout
  • Published: Tuesday, 24 January 2023
  • Updated: 27 January 2023, 05:20 PM IST

Sports

Latest News

 ଏକ ନୁଆଣିଆ ଚାଳ ଘରେ ବିତିଛୁ ଜୀବନ । ମୁଣ୍ଡ ଉପରେ ଛପର ନାହିଁ, କି ଚାରିଆଡ଼େ ଥିବା କାନ୍ଥ ବି ସବଳ ନାହିଁ। ଆଉ ଘର ଭିତରେ ଏକ ଭଙ୍ଗା ଖଟିଆରେ ଭଙ୍ଗା ଗୋଡ଼କୁ ନେଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଅଜୟ ଦଳ ବେହେରା । ପାରିବାରିବ ଜୀବନରେ ଝଡ଼ ଉଠିଥିବା ସତ୍ତ୍ୱେ ମା’ ଓ ପୁଅଙ୍କ ସହ ଭାଗ୍ୟକୁ ଆଦରି ବର୍ଷ ବର୍ଷ ଧରି ଏପରି ଦୟନୀୟ ଜୀବନ କାଟୁଥିବା ଅଜୟଙ୍କ ଉପରେ ପ୍ରଶାସନର ନଜର ପଡ଼ୁନି। ନା ଘର ମିଳୁଛି, ନା ମିଳୁଛି ଭତ୍ତା। ସମ୍ବଳ କହିଲେ ଭିନ୍ନକ୍ଷମ ଭତ୍ତା। ସେଥିରେ ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଖାଡ଼ା ଉପାସ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ରଇତ ଓଡ଼ଶର ଗ୍ରାମର ଅଜୟ ଦଳ ବେହେରା ଏପରି ଦୁର୍ବିସହ ଜୀବନ ବିତାଉଥିବା ବେଳେ ପ୍ରଶାସନ କିନ୍ତୁ ତାଙ୍କୁ ଅଣଦେଖା କରି ଚାଲିଛି।

ଅଜୟଙ୍କ ସୁନା ସଂସାର କହିଲେ ପତ୍ନୀ ଅବନ୍ତି ଦଳବେହେରା, ପୁଅ ଦୀପକ ଦଳବେହେରା, ଝିଅ ଅର୍ଚ୍ଚିତା ଦଳବେହେରା ଓ ମା’ ମାତା ଦଳବେହେରା । ସବୁ ସୁରଖୁରରେ ଚାଲିଥିଲା। ପ୍ରାୟ ୧୫ ବର୍ଷ ପୂର୍ବେ ବିବାହ କରିଥିବା ଅଜୟ ମୁଲ ଲାଗି ପରିବାର କଷ୍ଟେମଷ୍ଟେ ଚଳାଉଥିଲେ। ଏହା ମଧ୍ୟରେ ପୁଅ ଝିଅ ହେବାରୁ ସେମାନଙ୍କୁ ବି ପାଠ ପଢ଼ାଉଥିଲେ।

ହେଲେ ପ୍ରାୟ ୭ ବର୍ଷ ପୂର୍ବେ ଅଜୟଙ୍କ ଗୋଡ଼ ବିନ୍ଧା ଛିଟିକା ହେବାରୁ ପ୍ରଥମେ ଦଶପଲ୍ଲା ମେଡିକାଲ ଏବଂ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରାୟ ୧୦ ଦିନ ରହି ଘରକୁ ଫେରିଥିଲେ । ଏହାପରେ ଏକ ଘା’ ହୋଇ ତାହା ପାଚି ଆପେ ଆପେ ଭଲ ହୋଇଥିଲା।

Also Read

ଏହାପରେ ଦିନେ ଘର ପାଖ ନଳକୂପକୁ ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ ଅଜୟ । ଫଳରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ମାତ୍ର ଅର୍ଥାଭାବରୁ ଆଉ ମେଡିକାଲ ଯାଇ ପାରି ନ ଥିଲେ ଅଜୟ । ଘରେ ସେ ଦୀର୍ଘ ଦିନ ପଡ଼ି ରହିଥିବା ବେଳେ ଆର୍ଥିକ ଦୁର୍ଗତି ବଢ଼ିବାକୁ ଲାଗିଲା।

ପରିବାର ଚଳାଇବା କଷ୍ଟକର ହେବାରୁ ନିଜ ଝିଅକୁ ଧରି ଘରୁ ଗୋଡ଼ କାଢ଼ିଥିବା ଅବନ୍ତି ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଭାଗ୍ୟକୁ ଆଦରି ପୁଅ ଓ ମା’ଙ୍କ ସହ ଝାଟିମାଟି ଘରେ ପଡ଼ି ରହିଥିବା ବେଳେ କେତେବେଳେ ଖାଇବା ପାଉଛନ୍ତି ତ କେତେବେଳେ ଉପାସରେ ଶୋଉଛନ୍ତି।

ଅଜୟଙ୍କ ମା’ ମାତା ଦଳବେହେରା ପୁଅର କଷ୍ଟ ସହି ନ ପାରିଲେ ବି ନିରୂପାୟ ହୋଇ ବସି ରହିଛନ୍ତି। ପାଖରେ ଅର୍ଥ ନ ଥିବାରୁ ସେ ପୁଅର ଚିକିତ୍ସା କରାଇ ପାରୁ ନାହାନ୍ତି। ହେଲେ ପରିଣତ ବୟସରେ ମୂଲ କାମ କରି ପୁଅ ପାଇଁ କିଛି ଔଷଧ କିଣୁଥିବା ବେଳେ ବଳକା ଟଙ୍କାରେ ୩ ପ୍ରାଣୀ କୁଟୁମ୍ବ ଚଳୁଛି। ତେଣୁ କେତେବେଳେ ଚୁଲି ଲାଗୁଛି ତ କେତେବେଳେ ଖାଡ଼ା ଉପାସରେ ଶୋଉଛି ପୁରା ପରିବାର।

ଅଜୟଙ୍କ ଏପରି ଅବସ୍ଥାରେ ସାହାରା ପାଲଟିଛନ୍ତି ତାଙ୍କ ପୁଅ ଦୀପକ ଦଳବେହେରା । ବାପା ଉଠି ବସି ପାରୁ ନ ଥିବାରୁ ନବମ ଶ୍ରେଣୀରେ ପାଠ ପଢା ଛାଡ଼ି ତାଙ୍କ ପାଖେପାଖେ ରହୁଛନ୍ତି ।

ମୁଁ ବିଛଣାରୁ ଉଠି ପାରୁ ନ ଥିବା ସମୟରେ ମୋ’ ସ୍ତ୍ରୀ ମୋତେ ଛାଡ଼ି ଚାଲି ଯାଇଛି। ସେବେଠୁ ମୋ’ ମା’ ଓ ମୋ ପୁଅକୁ ଧରି ଦୁଃଖରେ ବଞ୍ଚିଛି। କେତେବେଳେ ଖାଇବାକୁ ପାଉଛି ତ କେତେବେଳେ ପାଉନି। ଘରଦ୍ୱାର କିଛି ନାହିଁ। ସରକାରୀ ସାହାଯ୍ୟ ମିଳୁନି। ବିଭିନ୍ନ ଅଫିସ ଦୌଡ଼ି ଦୌଡ଼ି ନିରାଶ ହେଉଛି। ତେଣୁ ସରକାରୀ ସହାୟତା ମିଳୁ ବୋଲି ଗୁହାରୀ କରିଛନ୍ତି ଅଜୟ ।

ସରକାରୀ ସହାୟତା କହିଲେ କେବଳ ଭିନ୍ନକ୍ଷମ ଭତ୍ତା ବ୍ୟତୀତ ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ଅଜୟଙ୍କ ପରିବାର ପାଇଁ ପାଲଟିଛି ସାତ ସପନ । ତେଣୁ ତାଙ୍କ ପରିବାରକୁ ସରକାରୀ ଏବଂ କୌଣସି ବେସରକାରୀ ସାହାଯ୍ୟ ସହଯୋଗ ମିଳିଲେ ଅଜୟ ନିଜ ଭଙ୍ଗା ଗୋଡ଼ର ଚିକିତ୍ସା କରିବା ସହ ତେଲ ଲୁଣର ସଂସାରକୁ ଠିକ୍ ଭାବେ ଚଲାଇ ପାରିବେ ବୋଲି ଗ୍ରାମବାସୀ କହିଛନ୍ତି।

ଦଶପଲ୍ଲାରୁ ସଞ୍ଜୀବ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story