Advertisment

ବିଦେଶରେ ଚମକିବ ଗଜପତିର ଝିଅ

୨୦୧୨ ମସିହାରେ ଶ୍ୱେତସ୍ୱିନୀ ସଫ୍‌ଟ ବଲ ଖେଳିବା ଆରମ୍ଭ କରିଥିଲେ। ତା’ପରେ ସେ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୭ ମସିହାରେ ଜୁନିୟର ସଫ୍‌ଟ ବଲ ବିଶ୍ୱକପ୍‌ ଟିମ୍‌ର ସଦସ୍ୟା ଥିଲେ। ବର୍ତ୍ତମାନ ଭାରତୀୟ ମହିଳା ସଫ୍‌ଟ ବଲ ଦଳ ପାଇଁ ମନୋନୀତ ହୋଇଛନ୍ତି।

Softball

Gajapati

Advertisment

ବିଦେଶରେ ଚମକିବ ଗଜପତିର ଝିଅ। ସାରା ବିଶ୍ୱ ଦେଖିବ ଓଡ଼ିଆ ଝିଅ ଶ୍ୱେତସ୍ୱିନୀ ଶବରଙ୍କ ଖେଳ ଚାତୁରୀ। ଅନ୍ତର୍ଜାତୀୟ ମହିଳା ସଫ୍‌ଟ ବଲ ପ୍ରତିଯୋଗିତାରେ ସେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳରେ ସାମିଲ୍‌ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳରୁ ସେ ଭାରତୀୟ ଦଳରେ ଯୋଗଦେଇଥିବାରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଶୁଭ କାମନା। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ବଡକଳାକୋଟ ଗାଁର ଶ୍ୱେତସ୍ୱିନୀ ଶବର। ଧର୍ମେନ୍ଦ୍ର ଓ ଶାନ୍ତି ଶବରଙ୍କ ବଡ଼ ଝିଅ ହେଉଛନ୍ତି ଶ୍ୱେତସ୍ୱିନୀ। ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ତା’ପରେ ଅର୍ଥାତ ୨୦୦୮ ମସିହାରେ ଭୁବନେଶ୍ୱର ଚାଲି ଯାଇଥିଲେ। ସେଠାରେ ଏକ ଘୋରୋଇ ସ୍କୁଲରେ ନାଁ ଲେଖାଇଥିଲେ ଶ୍ୱେତସ୍ୱିନୀ । ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ଗରିବୀ ଭିତରେ ଫେଶି ଥିଲେ ମଧ୍ୟ ପାଠ ପଢ଼ା ଓ ଖେଳଠାରୁ ଦୂରାଇ ଯାଇନଥିଲେ। ଏବେ ସେ ମନସ୍ତତ୍ତ୍ୱରେ ସ୍ନାତକୋତ୍ତର କରୁଛନ୍ତି।

୨୦୧୨ ମସିହାରେ ଶ୍ୱେତସ୍ୱିନୀ ସଫ୍‌ଟ ବଲ ଖେଳିବା ଆରମ୍ଭ କରିଥିଲେ। ତା’ପରେ ସେ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୭ ମସିହାରେ ଜୁନିୟର ସଫ୍‌ଟ ବଲ ବିଶ୍ୱକପ୍‌ ଟିମ୍‌ର ସଦସ୍ୟା ଥିଲେ। ବର୍ତ୍ତମାନ ଭାରତୀୟ ମହିଳା ସଫ୍‌ଟ ବଲ ଦଳ ପାଇଁ ମନୋନୀତ ହୋଇଛନ୍ତି। ସୋମବାର ସଫ୍‌ଟବଲ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଏଆଇ) ଏହି ଘୋଷଣା କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଖୁସି ପ୍ରକାଶ କରିଛନ୍ତି ଶ୍ୱେତସ୍ୱିନୀ।

Advertisment

ଏସିଆନ୍‌ ଗେମ୍ସରେ ଭାଗ ନେବାକୁ ଥିବା ସଫ୍‌ଟ ବଲ ଟିମ୍‌ ପାଇଁ ୩ଟି ପର୍ଯ୍ୟାୟରେ ଚୟନ କରାଯାଇଥିଲା। ସାରା ଦେଶରୁ ୫୬ ଜଣ ବଛାବଛା ଖେଳାଳୀଙ୍କୁ ନେଇ ଆରମ୍ଭ ହୋଇଥିବା ଚୟନ କ୍ୟାମ୍ପରେ ବିଭିନ୍ନ ଦିଗରୁ ପ୍ରଦର୍ଶନକୁ ଦେଖି ୧୬ ଜଣିଆ ଟିମ୍‌ ଚୟନ କରାଯାଇଛି। ଏହି ଟିମ୍ ଅକ୍ଟୋବର ମାସରେ ଚ୍ୟାନାଠାରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତକୁ ପ୍ରତିନିଧିତ୍ୱ କରିବ। ଯେଉଁଥିରେ ଶ୍ୱେତସ୍ୱିନୀ ରହିଛନ୍ତି। ବଡ଼ କଳାକୋଟ ଭଳି ଗାଁରେ ପ୍ରାଥମିକ ଶିକ୍ଷା ସାତ ସପନ ହୋଇଥିବା ବେଳେ ଏହି ଗାଁର ଜଣେ ଝିଅ ଭୁବନେଶ୍ୱରରେ ପଢିବା ଓ ଭାରତୀୟ ଦଳର ସଦସ୍ୟ ହେବା ନିଶ୍ଚିତ ଭାବେ ଏହି ଅଞ୍ଚଳର ପଛୁଆ ଝିଅମାନଙ୍କ ପାଇଁ ଆଦର୍ଶ ତଥା ଗଜପତି ଜିଲ୍ଲା ପାଇଁ ଗୌରବର କଥା ବୋଲି ସ୍ଥାନୀୟ ସରପଞ୍ଚ ଶୁଭନୀତା ରଇତ କହିଛନ୍ତି।

ରିପୋର୍ଟ-ଗଜପତିରୁ ଆଦର୍ଶ ଦାସ

Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe