Advertisment

ଜୟନ୍ତଙ୍କ ପାଇଁ ଖୁସିରେ ଝୁମୁଛି ମାଲକାନଗିରି

ମାଲକାନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତ କୁମାର ହାଲଦାର। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ କୋରାପୁଟ ପଳାଇ ଯାଇଥିଲେ। ସେଠାରେ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢିଥିଲେ।

Jayant

Jayant

Advertisment

ଉପାନ୍ତ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରଯାନ-୩ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ଥିରୁବନନ୍ତପୁରମ୍‌ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ-୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।

Advertisment

ମାଲକାନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତ କୁମାର ହାଲଦାର। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ କୋରାପୁଟ ପଳାଇ ଯାଇଥିଲେ। ସେଠାରେ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିବାରୁ ଏରୋସ୍ପେସ ଇଂଜିନିୟରିଂ କରିବା ପାଇଁ ସୁଯୋଗ ପାଇଥିଲେ। ୨୦୧୨ ମସିହାରେ ଏରୋସ୍ପେସ ଇଂଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ।

୨୦୧୨ଠାରୁ ୨୦୧୮ ମସହା ଯାଏଁ ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ର କ୍ରାୟୋଜେନିକ ପ୍ରୋପେଲର ବିଭାଗରେ କାମ କରୁଥିଲେ ଜୟନ୍ତ କୁମାର ହାଲଦାର। ପରେ ଅର୍ଥାତ ୨୦୧୮ ମସିହାଠାରୁ କେରଳ ଥିରୁବନନ୍ତପୁରମ୍‌ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରରେ ବରିଷ୍ଠ ମେକାନିକ୍ସ ବୈଜ୍ଞାନିକ ଭାବେ ଯୋଗଦେଇ ଚନ୍ଦ୍ରଯାନ-୩ ପ୍ରକଳ୍ପରେ ଭାଗ ନେଇଥିଲେ ଜୟନ୍ତ ଓ ତାଙ୍କ ଟିମ୍‌। ଆଉ ସେହି ବିଭାଗରେ ଦିନ ରାତି କାମ କରି ସଫଳତା ହାସଲ କରିଥିଲେ। ଯାହାକୁ ନେଇ ପରିବାର ସହ ଜିଲ୍ଲାବାସୀ ଗର୍ବିତ।

Advertisment

ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଜୟନ୍ତ କୁମାର ହାଲଦାରଙ୍କ ପରିବାର ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Chandrayaan-3
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe