Advertisment

କେବଳ କ୍ରୀଡ଼ାରେ ନୁହେଁ ଦେଶପ୍ରେମୀ ଭାବେ ବି ମନ ଜିଣିଲେ ନୀରଜ ଚୋପ୍ରା, କହିଲେ...

ଜଣେ କ୍ରୀଡ଼ାବିତ୍ ଭାବେ କୋଟି କୋଟି ଭାରତୀୟଙ୍କୁ ଗୌରବାନ୍ୱିତ କରିଥିବା ନୀରଜ ଚୋପ୍ରା ଏବେ ସଚ୍ଚା ଦେଶପ୍ରେମୀର ପରିଚୟ ଦେଇଛନ୍ତି।

ଅଦ୍ୟତନ ହୋଇଛି
 Neeraj Chopra giving autograph to Hungarian fan

Neeraj Chopra giving autograph to Hungarian fan

Advertisment

ଜଣେ କ୍ରୀଡାବିତ୍ ଭାବେ କୋଟି କୋଟି ଭାରତୀୟଙ୍କୁ ଗୌରବାନ୍ୱିତ କରିଥିବା ନୀରଜ ଚୋପ୍ରା ଏବେ ସଚ୍ଚା ଦେଶପ୍ରେମୀର ପରିଚୟ ଦେଇଛନ୍ତି। ଯାହାକୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରଶଂସକ। ଜଣେ ହଙ୍ଗେରୀ ଫ୍ୟାନ୍ସ ତାଙ୍କୁ ଭାରତ ପତାକାରେ ଅଟୋଗ୍ରାଫ ଦେବାକୁ କହିଥିଲେ, କିନ୍ତୁ ଏପରି କରିନାହାନ୍ତି ନୀରଜ। ରାଷ୍ଟ୍ରୀୟ ପତାକାରେ ନିଜର ଦସ୍ତଖତ ନ ଦେବା ତାଙ୍କ ଦେଶପ୍ରମର ପରିଚୟ ଦେଇଛି।

Advertisment

ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ସମ୍ମାନଜନକ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ। ଜାଭେଲିନ ଥ୍ରୋରେ ପ୍ରଥମ କରି ସେ ଏହି ବିଜୟ ହାସଲ କରିଛନ୍ତି। ଏଥିସହ ଭାରତ ୪୦ ବର୍ଷ ଯାତ୍ରାରେ ପ୍ରଥମ କରି ବିଶ୍ୱ ବିଜୟୀ ହୋଇଛି। ଏହି ଐତିହାସିକ ବିଜୟ ପରେ ନୀରଜଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। କୋଟି କୋଟି ଜନତା ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। କେବଳ ଭାରତୀୟ ନୁହଁନ୍ତି, ନୀରଜଙ୍କ ପ୍ରଦର୍ଶନରେ ହଙ୍ଗେରୀଆନ୍ ମଧ୍ୟ ଶତମୁଖ।

Advertisment

ନୀରଜ ସ୍ୱର୍ଣ୍ଣ ଜିତିବା ପରେ ଜଣେ ହଙ୍ଗେରୀ ମହିଳା ଫ୍ୟାନ୍ ତାଙ୍କ ପାଖକୁ ଭାରତ ପତାକା ନେଇ ଦୌଡ଼ି ଆସିଥିଲେ। ଆଉ ଏହି ପତାକାରେ ଅଟୋଗ୍ରାଫ୍ ଦେବାକୁ କହିଥିଲେ। କିନ୍ତୁ ନୀରଜ ମନା କରିଦେଇଥିଲେ। ରାଷ୍ଟ୍ରୀୟ ପତାକାରେ ସେ ତାଙ୍କ ଅଟୋଗ୍ରାଫ୍ ଦେବେ ନାହିଁ ବୋଲି କହିଥିଲେ। ତଥାପି ମହିଳାଙ୍କ ଡ୍ରେସରେ ଅଟୋଗ୍ରାଫ୍ ଦେଇ ବିଦେଶୀ ଫ୍ୟାନଙ୍କୁ ଖୁସି କରିବା ସହ ଦେଶବାସୀଙ୍କ ହୃଦୟ ମଧ୍ୟ ଜିଣି ନେଇଛନ୍ତି। 

ନୀରଜଙ୍କ ଏପରି କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ନେଟିଜେନ୍ସ। ଏକ୍ସ୍ ଯୋଗେ ତାଙ୍କୁ ସାବାସୀ ଜଣାଇଛନ୍ତି। ଏହି ଅବସରରେ ନୀରଜଙ୍କ ବାବଦରେ ଆଉ ଏକ କଥା ଜଣାପଡ଼ିଛି। ସେ ଭାରତୀୟ ସୈନ୍ୟ ବାହିନୀରେ ଜଣେ ସୁବେଦାର ଏବଂ ସେ ୪ ରାଜପୁତାନ ରାଇଫଲରେ ମେ 1୧୫, ୨୦୧୬ରେ ଯୋଗ ଦେଇଥିଲେ। ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେବା ସମୟରେ ଏହା କହିଛନ୍ତି ନୀରଜ। 

Neeraj Chopra World Athletics Championships Neeraj Chopra Autograph
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe