Advertisment

ସ୍ୱପ୍ନା ବର୍ମାଙ୍କ ସାଙ୍ଘାତିକ ଅଭିଯୋଗ, 'ଟ୍ରାନ୍ସଜେଣ୍ଡରଙ୍କ ପାଇଁ ହରାଇଲି ପଦକ'

2018 ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସ୍ୱପ୍ନାଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Swapna Barman & Nandini Agasara

Swapna Barman & Nandini Agasara

ମାତ୍ର କିଛି ପଏଣ୍ଟ ପାଇଁ ଏସିଆନ୍ ଗେମ୍ସରେ ମେଡାଲରୁ ବଞ୍ଚିତ ସ୍ୱପ୍ନା ବର୍ମାନଙ୍କ ସାଙ୍ଘାତିକ ଅଭିଯୋଗ। ନିଜ ସାଥୀ ଭାରତୀୟ ପ୍ରତିଯୋଗୀ ତଥା ବ୍ରୋଞ୍ଜ ବିଜୟୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱପ୍ନା। ସେ ନନ୍ଦିନୀଙ୍କୁ ଟ୍ରାନ୍ସଜେଣ୍ଡର ଭାବେ ଆକ୍ଷେପ କରିବା ସହ ତାଙ୍କ ପାଇଁ ହିଁ ପଦକରୁ ବଞ୍ଚିତ ହୋଇଥିବା ସିଧା ସିଧା କହିଛନ୍ତି। ଏଥିସହ ଜଣେ ଟ୍ରାନ୍ସଜେଣ୍ଡର ପ୍ରତିଯୋଗିତା କରିବା ନିୟମର ବାହାରେ ବୋଲି କହିଛନ୍ତି।

Advertisment

ଚଳିତ ଏସୀୟ କ୍ରୀଡାରେ ନିରାଶ ହେବା ପରେ ଏପରି ପୋଷ୍ଟ କରିଥିଲେ ସ୍ୱପ୍ନା। କିନ୍ତୁ ସେ ଏହି ପୋଷ୍ଟକୁ ପରେ ଡିଲିଟ୍ କରିଦେଇଛନ୍ତି। ଗତକାଲି 19ତମ ଏସୀୟ କ୍ରୀଡାରେ ହେପ୍ଟାଥଲନ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତର ନନ୍ଦିନୀ ଅଗସାରା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି। କିନ୍ତୁ ଅଗସାରାଙ୍କଠାରୁ 4 ପଏଣ୍ଟ ପଛରେ ରହି ଚତୁର୍ଥ ସ୍ଥାନ ପାଇଥିଲେ।  

ଫଳରେ 2018 ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସ୍ୱପ୍ନାଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡିଛି। ଏହାପରେ ସ୍ୱପ୍ନାଙ୍କ ସୋଶାଲ୍ ମଡିଆ ପୋଷ୍ଟକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। କାରଣ ସେ ଦାବି କରି କହିଥିଲେ ଯେ, ବ୍ରୋଞ୍ଜ ଜିତିଥିବା ଆଥଲେଟ୍ ଜଣେ 'ଟ୍ରାନ୍ସଜେଣ୍ଡର'। 

Advertisment
Swapna Barman Post ସ୍ୱପ୍ନା ବର୍ମନ ପୋଷ୍ଟ

ତାଙ୍କର ଏହି କାର୍ଯ୍ୟକ୍ରମରେ ଭାଗନେବା ନିୟମର ବାହାରେ। ମୋତେ ସପୋର୍ଟ କରନ୍ତୁ ବୋଲି ଶୋସାଲ୍ ମିଡିଆରେ ଅପିଲ୍ କରିଥିଲେ ସ୍ୱପ୍ନା। କିନ୍ତୁ ସେ ଏହି ପୋଷ୍ଟକୁ ପରବର୍ତ୍ତୀ ସମୟରେ ଡିଲିଟ୍ ମଧ୍ୟ କରିଦେଇଛନ୍ତି। 

ସ୍ୱପ୍ନା ଦି ବ୍ରିଜକୁ କହିଛନ୍ତି, "ଟ୍ରାନ୍ସଜେଣ୍ଡର ଆଥଲେଟ୍ସ, ଯେଉଁମାନଙ୍କର ଟେଷ୍ଟୋଷ୍ଟେରନ୍ ସ୍ତର 2.5 ରୁ ଅଧିକ, ସେମାନେ 200 ମିଟରରୁ ଅଧିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କୌଣସି ମହିଳା ଏତେ କମ୍ ସମୟ ମଧ୍ୟରେ ହେପ୍ଟାଥ୍ଲନରେ ଭାଗନେବା ଏତେ ସହଜ ନୁହେଁ। ଏଥିପାଇଁ ମୁଁ 13 ବର୍ଷ ପ୍ରଶିକ୍ଷଣ ନେଇଛି। କିନ୍ତୁ ସେ(ନନ୍ଦିନୀ) ମାତ୍ର 4 ମାସରେ ଏହି ସ୍ତରରେ ପହଞ୍ଚିପାରିଛନ୍ତି।"

ସେପଟେ ବିଜୟ ପରେ ଏକ ପୋଷ୍ଟ କରିଛନ୍ତି ନନ୍ଦିନୀ, ଯେଉଁଥିରେ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଫଳତାରେ ସେ ତାଙ୍କ ବନ୍ଧୁ, ପ୍ରିୟଜନ ଏବଂ ଶୁଭେଚ୍ଛୁଙ୍କୁ ଧନ୍ୟାବାଦ ଜଣାଇବା ସହ ସମର୍ଥନ ପାଇଁ ଭାରତ ସରକାରଙ୍କୁ ସ୍ୱେଶାଲ୍ ଥ୍ୟାଙ୍କ୍ସ ବୋଲି କହିଛନ୍ତି।

କହିରଖୁଛୁ ଯେ, ୱାର୍ଲ୍ଡ ଆଥଲେଟିକ୍ସ ନିୟମାବଳୀ ଅନୁଯାୟୀ ଯେଉଁ ପ୍ରତିଯୋଗୀଙ୍କ ଶରୀରରେ 'ମେଲ୍ ପବର୍ଟି' ଚିହ୍ନଟ ହେବ ସେମାନେ ମହିଳା ବିଶ୍ୱ ମାନ୍ୟତା ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଚଳିତ ବର୍ଷ ମାର୍ଚ୍ଚରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି। 

Asian Games Lost My Medal To Transgender Swapna Barman Allegation Nandini Agasara