Advertisment

ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣଙ୍କୁ କରୋନା

ଦୁବାଇ: ଆଇପିଏଲ ଖେଳିବାକୁ ୟୁଏଇ ଯାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଜବରଦସ୍ତ ଝଟକା ଲାଗିଛି। ଦଳ ସହ ଦୁବାଇ ଯାଇଥିବା ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୩ ଜଣଙ୍କ ମଧ୍ୟରେ ଜଣେ ଖେଳାଳି ଥିବା ବେଳେ ଅନ୍ୟମାନେ ସର୍ପୋଟ ଷ୍ଟାଫ ଓ ସୋଶାଲ ମିଡିଆ ସଦସ୍ୟ। ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି, ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେହିପରି ସେମାନଙ୍କୁ ଅନ୍ୟମାନଙ୍କ ଠାରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣଙ୍କୁ କରୋନା

vs

ଦୁବାଇ: ଆଇପିଏଲ ଖେଳିବାକୁ ୟୁଏଇ ଯାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଜବରଦସ୍ତ ଝଟକା ଲାଗିଛି। ଦଳ ସହ ଦୁବାଇ ଯାଇଥିବା ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୩ ଜଣଙ୍କ ମଧ୍ୟରେ ଜଣେ ଖେଳାଳି ଥିବା ବେଳେ ଅନ୍ୟମାନେ ସର୍ପୋଟ ଷ୍ଟାଫ ଓ ସୋଶାଲ ମିଡିଆ ସଦସ୍ୟ। ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି, ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେହିପରି ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ କରି ରଖାଯାଇଛି। କରୋନାରେ ଆକ୍ରାନ୍ତ ଦ୍ରୁତ ବୋଲର ଜଣଙ୍କ ଭାରତୀୟ ନା ବିଦେଶ ଖେଳାଳି ସେକଥା ଜଣାପଡ଼ିନାହିଁ।

Advertisment

ଆଇପିଏଲ ପାଇଁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ଲାଗୁ କରାଯାଇଛି। ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଏହାକୁ ପାଳନ କରୁଛି। ନିୟମ ଅନୁସାରେ, ଖେଳାଳିମାନେ ପହଞ୍ଚିବାର ପ୍ରଥମ ଦିନ ଓ ୩ୟ ଦିନ କରୋନା ଟେଷ୍ଟ କରାଇଥିଲେ। ଏହି ସମୟରେ ହିଁ ଜଣେ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଏସପିଓ ଅନୁସାରେ, ସର୍ପୋଟ ଷ୍ଟାଷ୍ଟମାନେ ପ୍ରଥମ, ୩ ୟ ଓ ୬ଷ୍ଠ ଦିନରେ କରୋନା ଟେଷ୍ଟ କରିବେ। ଏହି ବାଧ୍ୟତାମୂଳକ ଟେଷ୍ଟ ବେଳେ ୧୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

Advertisment

ଏବେ ୨ ସପ୍ତାହ ପାଇଁ ସମସ୍ତେ ପୃଥକବାସରେ ରହିବେ। ୨ ସପ୍ତାହ ପରେ ସଂକ୍ରମିତଙ୍କ ପୁଣି କରୋନା ଟେଷ୍ଟ କରାଯିବ। ଦୁଇଥର ଆରଟି ପିସିଆର ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଲେ, ସମସ୍ତଙ୍କୁ ଆରୋଗ୍ୟ ଘୋଷଣା କରାଯିବ।

ବିସିସିଆଇ କିମ୍ବା ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ କେମିତି ସଦସ୍ୟମାନେ କରୋନାରେ ସଂକ୍ରମିତ ହେଲେ କୁହାଯାଇ ନାହିଁ। କିନ୍ତୁ ଚେନ୍ନାଇରେ କ୍ୟାମ୍ପ ଚାଲିଥିବା ବେଳେ ସର୍ପୋଟ ଷ୍ଟାଫମାନେ ଭାଇରସ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।