Advertisment

କେବେ ଟୋକିଓ ଯିବେ ଭାରତୀୟ ଆଥଲେଟ୍?

ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକକୁ ଆଉ ୨୦ରୁ କମ୍ ଦିନ ବାକି ରହିଲା। ଅଲିମ୍ପିକ୍ ପାଇଁ ଭାରତୀୟ ଆଥଲେଟମାନେ କେବେ ଟୋକିଓ ଯିବେ, ତା’ର ସୂଚନା ଦେଇଛି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)। ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହତା କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ ପାଇଁ ଖେଳାଳିଙ୍କ ପ୍ରଥମ ଫେଜ୍ ଜୁଲାଇ ୧୪ ତାରିଖରେ ଏୟାର ଇଣ୍ଡିଆ ଚାର୍ଟାର୍ଡ ଫ୍ଲାଇଟରେ ଯାତ୍ରା କରିବ। ତେବେ ବାକି ସଦସ୍ୟ ୧୬ରୁ ୧୯ ତାରିଖ ଭିତରେ ଟୋକିଓ ଅଭିମୁଖେ […]

ଅଦ୍ୟତନ ହୋଇଛି
କେବେ ଟୋକିଓ ଯିବେ ଭାରତୀୟ ଆଥଲେଟ୍?

olympics

Advertisment

ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକକୁ ଆଉ ୨୦ରୁ କମ୍ ଦିନ ବାକି ରହିଲା। ଅଲିମ୍ପିକ୍ ପାଇଁ ଭାରତୀୟ ଆଥଲେଟମାନେ କେବେ ଟୋକିଓ ଯିବେ, ତା’ର ସୂଚନା ଦେଇଛି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)। ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହତା କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ ପାଇଁ ଖେଳାଳିଙ୍କ ପ୍ରଥମ ଫେଜ୍ ଜୁଲାଇ ୧୪ ତାରିଖରେ ଏୟାର ଇଣ୍ଡିଆ ଚାର୍ଟାର୍ଡ ଫ୍ଲାଇଟରେ ଯାତ୍ରା କରିବ। ତେବେ ବାକି ସଦସ୍ୟ ୧୬ରୁ ୧୯ ତାରିଖ ଭିତରେ ଟୋକିଓ ଅଭିମୁଖେ ଯାତ୍ରା କରିବେ । ଟୋକିଓ ପହଞ୍ଚିବା ପରେ ସବୁ ଆଥଲେଟ୍ ଓ ଅଫିସିଆଲ୍ସଙ୍କୁ ତିନି ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

Advertisment

ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିଥିବା କିଛି ଭାରତୀୟ ଖେଳାଳିଙ୍କୁ ସମ୍ମାନିତ କରିବା ଅସବରରେ ଆଇଓଏର ଅଧିକାରୀ କହିଛନ୍ତି, ଯିବା ଦିନକୁ ଶୂନ୍ୟ ଦିବସ କୁହାଯାଇଥାଏ । ତିନି ଦିନର କ୍ୱାରେଣ୍ଟାଇନ୍ ପରେ ଆମେ ବାହାରକୁ ବାହାରି ପାରିବୁ ।

ଟୋକିଓ ଅଲିମ୍ପିକର ଆୟୋଜନ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ଯାଏ ହେବ । ଆଇଓଏର ସାଧାରଣ ସମ୍ପାଦକ ସ୍ୱୀକାର କରିଛନ୍ତି ଯେ କୋଭିଡ୍ ମହାମାରୀ ଯୋଗୁ ଭାରତୀୟ ଆଥଲେଟଙ୍କ ପ୍ରସ୍ତୁତି କିଛିଟା ବାଧାପ୍ରାପ୍ତ ହୋଇଛି । ଏଥିରେ ୧୧୫ ଖେଳାଳି ଏଯାଏ ୧୮ କ୍ରୀଡ଼ା ପାଇଁ କ୍ୱାଲିଫାଏ କରିଛନ୍ତି, ଯେଉଁଥରୁ ଫେନ୍ସିଂରେ ପ୍ରଥମଥର ଐତିହାସିକ କ୍ୱାଲିଫିକେସନ୍ ମଧ୍ୟ ରହିଛି ।

Advertisment

ତାମିଲନାଡୁର ସିଏ ଭବାନୀ ଦେବୀ ଅଲିମ୍ପିକରେ ସ୍ଥାନ ପକ୍କା କରିବାରେ ପ୍ରଥମ ଭାରତୀୟ ଫେନ୍ସର ହୋଇଛନ୍ତି । ଏହି କାର୍ୟ୍ୟ କ୍ରମରେ ଭବାନୀ ଦେବୀଙ୍କ ସହ ଟେବୁଲ୍ ଟେନିସ୍ ଖେଳାଳି ଜି. ସାଥିୟାନ ଓ ଶରତ କମଲଙ୍କ ବ୍ୟତୀତ ଧାବିକା ଦୂତୀ ଚାନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe