Advertisment

୨-୧ରେ ଭାରତ ଜିତିଲା ନ୍ୟୁଜିଲାଣ୍ଡ ବିପକ୍ଷ ହକି ସିରିଜ୍

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ହକି ସିରିଜ୍ ଜିତି ଯାଇଛି ଭାରତ। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ହକି ସିରିଜକୁ ଭାରତ ୨-୧ରେ ଜିତି ଯାଇଛି। ଆଜି ଖ୍ରୀଷ୍ଟଚର୍ଚ୍ଚରେ ଏହି ସିରିଜର ଶେଷ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ ୧-୧ରେ ଡ୍ର ରହିଥିଲା। ପ୍ରଥମ ମ୍ୟାଚଟି ଭାରତ ହାରି ଯାଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଜୋରଦାର୍ ପ୍ରତ୍ୟାବର୍ତ୍ତନ କରିଥିଲା ଭାରତୀୟ ଦଳ। ତୃତୀୟ ମ୍ୟାଚରେ ଏହି ରିଦିମକୁ ବଜାୟ ରଖିଥିଲା ଓ ମ୍ୟାଚ୍ ଜିତି ଯାଇଥିଲା। ଆଜିର […]

୨-୧ରେ ଭାରତ ଜିତିଲା ନ୍ୟୁଜିଲାଣ୍ଡ ବିପକ୍ଷ ହକି ସିରିଜ୍

hockeyindia

Advertisment

hockeyindiaଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ହକି ସିରିଜ୍ ଜିତି ଯାଇଛି ଭାରତ। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ହକି ସିରିଜକୁ ଭାରତ ୨-୧ରେ ଜିତି ଯାଇଛି। ଆଜି ଖ୍ରୀଷ୍ଟଚର୍ଚ୍ଚରେ ଏହି ସିରିଜର ଶେଷ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ ୧-୧ରେ ଡ୍ର ରହିଥିଲା। ପ୍ରଥମ ମ୍ୟାଚଟି ଭାରତ ହାରି ଯାଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଜୋରଦାର୍ ପ୍ରତ୍ୟାବର୍ତ୍ତନ କରିଥିଲା ଭାରତୀୟ ଦଳ। ତୃତୀୟ ମ୍ୟାଚରେ ଏହି ରିଦିମକୁ ବଜାୟ ରଖିଥିଲା ଓ ମ୍ୟାଚ୍ ଜିତି ଯାଇଥିଲା।

Advertisment

ଆଜିର ମ୍ୟାଚରେ ବି ନ୍ୟୁଜଲାଣ୍ଡ ଉପରେ ଆଧିପତ୍ୟ ଜାହିର କରିଥିଲା ଭାରତ। ପ୍ରଥମରୁ ଘରୋଇ ଦଳ ଉପରେ ଘନ ଘନ ଆକ୍ରମଣ କରିଥିଲା। ଖେଳ ଆରମ୍ଭ ହେବାର ୧୧ ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ରୁପିନ୍ଦର ସିଂହ ପାଲ୍ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ତା’ପରେ ବି ଆକ୍ରମଣ ଜାରି ରହିଥିଲା। ମ୍ୟାଚର ପ୍ରଥମ ଦୁଇଟି କ୍ୱାର୍ଟରରେ କୌଣସି ଦଳ ଗୋଲ୍ ଦେବାରେ ସଫଳ ହୋଇ ନ ଥିଲେ। କିନ୍ତୁ ମ୍ୟାଚର ୪୧ତମ ମିନିଟରେ ଏହି ଡେଡଲକ୍ ଭାଙ୍ଗି ଥିଲା ନ୍ୟୁଜିଲାଣ୍ଡ। ନିକ୍ ରୋଜ୍ ଭାରତ ଉପରେ ଏକ ଗୋଲ୍ ଦେବାରେ ସମର୍ଥ ହୋଇଥିଲେ। କିନ୍ତୁ ଘରୋଇ ଦଳର ଏହି ଖୁସୀ ଅଧିକ ସମୟ ରହି ନ ଥିଲା। ଠିକ୍ ଦୁଇ ମିନିଟ୍ ପରେ ଭାରତର ଏସ.ଭି ସୁନୀଲ ଏକ ଗୋଲ କରିବାରେ ସଫଳ ହୋଇଥିଲେ। କିନ୍ତୁ ତା’ପରେ କେହି କାହାରି ଉପରେ ଆଉ ଗୋଲ୍ ଦେଇ ପାରିଲେ ନାହିଁ। ୫୪ ତମ୍ ମିନିଟରେ ନ୍ୟୁଜିଲାଣ୍ଡ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ଭାରତୀୟ ଗୋଲକିପର ଘରୋଇ ଦଳର ଏହି ପ୍ରୟାସକୁ ମାତ୍ ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରଥମ ମ୍ୟାଚଟି ନ୍ୟୁଜିଲାଣ୍ଡ ଜିତି ଥିଲା। ଘରୋଇ ଦଳ ଭାରତକୁ ୨-୦ରେ ହରାଇ ସିରିଜରେ ଅଗ୍ରଣୀ ଲାଭ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚଟିରେ ଭାରତୀୟ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ନ୍ୟୁଜିଲାଣ୍ଡକୁ ୩-୧ରେ ହରାଇଥିଲା। ତୃତୀୟ ମ୍ୟାଚଟିକୁ ଭାରତ ୩-୨ରେ ଜିତିଥିଲେ।

Advertisment

 ନ୍ୟୁଜିଲାଣ୍ଡ ସିନିୟର ଟିମ୍ ସହିତ ଏହି ଟେଷ୍ଟ୍ ସିରିଜ୍ ଖେଳିବା ପୂର୍ବରୁ ନ୍ୟୁଜିଲାଣ୍ଡ ‘ଏ’ ଟିମ୍ ସହିତ ଦୁଇଟି ମ୍ୟାଚ୍ ଖେଳିଥିଲା ଭାରତୀୟ ଟିମ୍ ଓ ଦୁଇଟି ଯାକରେ ବିଜୟୀ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe