Advertisment

ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୮ ଭାରତୀୟ

ଟୋକିଓ: ଆସନ୍ତାକାଲି ଠାରୁ ବାଜିବ ଟୋକିଓ ଅଲିମ୍ପିକ୍ସ ବିଗୁଲ୍। ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ୨୮ ଜଣ ସଦସ୍ୟ ଭାଗ ନେବେ। ଏ ନେଇ ଗୁରୁବାର ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ନରିନ୍ଦର ବାତ୍ରା ସୂଚନା ଦେଇଛନ୍ତି। ଉଦଘାଟନୀ ସମାରୋହରେ ୨୨ ଭାରତୀୟ ଖେଳାଳି ଓ ୬ ଅଧିକାରୀ ସାମିଲ୍ ହେବ। କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଉଦଘାଟନୀ ସମାରୋହରେ ଭାଗ ନେବାକୁଥିବା ଖେଳାଳିଙ୍କ ସଂଖ୍ୟା କମ୍ କରାଯାଇଛି। ଏହି କାରଣରୁ ଏଥର ମାତ୍ର […]

ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୮ ଭାରତୀୟ

olympics

Advertisment

ଟୋକିଓ: ଆସନ୍ତାକାଲି ଠାରୁ ବାଜିବ ଟୋକିଓ ଅଲିମ୍ପିକ୍ସ ବିଗୁଲ୍। ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ୨୮ ଜଣ ସଦସ୍ୟ ଭାଗ ନେବେ। ଏ ନେଇ ଗୁରୁବାର ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ନରିନ୍ଦର ବାତ୍ରା ସୂଚନା ଦେଇଛନ୍ତି। ଉଦଘାଟନୀ ସମାରୋହରେ ୨୨ ଭାରତୀୟ ଖେଳାଳି ଓ ୬ ଅଧିକାରୀ ସାମିଲ୍ ହେବ। କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଉଦଘାଟନୀ ସମାରୋହରେ ଭାଗ ନେବାକୁଥିବା ଖେଳାଳିଙ୍କ ସଂଖ୍ୟା କମ୍ କରାଯାଇଛି। ଏହି କାରଣରୁ ଏଥର ମାତ୍ର ୨୮ ଭାରତୀୟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ।

Advertisment

ବାତ୍ରାଙ୍କ କହିବା ଅନୁଯାୟୀ, ଜୁଲାଇ ୨୩ ତାରିଖରେ ହେବାକୁଥିବା ଉଦଘାଟନୀ ସମାରୋହରେ ହକିରୁ ଜଣେ, ବକ୍ସିଂରୁ ୮, ଟେବୁଲ୍ ଟେନିସରୁ ୪, ରୋଇଂରୁ ୨, ଜିମ୍ନାଷ୍ଟିକ୍ସରୁ ଜଣେ, ସୁଇମିଂରୁ ୧, ନୌଚାଳନାରୁ ୪, ଫେନ୍ସିଂରୁ ଜଣେ ଖେଳାଳି ରହିବେ। ସେହିପରି ୬ ଅଧିକାରୀଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ହକି ଖେଳାଳି ଉଦଘାଟନୀ ସମାରୋହରେ ଭାଗ ନେବେ ନାହିଁ, କିନ୍ତୁ ପୁରୁଷ ଟିମର କ୍ୟାପଟେନ୍ ମନପ୍ରୀତ ସିଂହ ଧ୍ୱଜାବାହକ ଥିବାରୁ ସେ ଏଥିରେ ଭାଗ ନେବେ।

ମହିଳା ବକ୍ସର ଏମସି ମ୍ୟାରୀକମ୍ ମଧ୍ୟ ଧ୍ୱଜାବାହକ ଅଛନ୍ତି ଏବଂ ସେ ଉଦଘାଟନୀ ଉତ୍ସବରେ ଭାଗ ନେବେ। ଉଦଘାଟନୀ ସମାରୋହରେ ତୀରନ୍ଦାଜୀ, ଜୁଡୋ, ବ୍ୟାଡମିଣ୍ଟନ, ଭାରୋତ୍ତୋଳନ, ଟେନିସ୍, ହକି (ମହିଳା ଓ ପୁରୁଷ) ଓ ଶୁଟିଂର ଖେଳାଳି ଭାବେ ଭାଗ ନେବେ ନାହିଁ। ଆଇଓଏ ମୁତାବକ, ଯେହେତୁ ଏହି ଇଭେଣ୍ଟର ଖେଳାଳି ମାନେ ଜୁଲାଇ ୨୩ ଓ ୨୪ ତାରିଖରେ ମ୍ୟାଚ୍ ଖେଳିବେ, ତେଣୁ ଏମାନେ ଏହି ସମୟରେ ପ୍ରାକ୍ଟିସ୍ କରିବେ। ସେଥିପାଇଁ ଏମାନଙ୍କୁ ଉଦଘାଟନୀ ସମାରୋହରୁ ଦୂରେଇ ରଖାଯାଇଛି।

Advertisment

ଉଦଘାଟନୀ ସମାରୋହର ମାର୍ଚ୍ଚ ପାଷ୍ଟ ଜାପାନୀ ବର୍ଣ୍ଣମାଳା ଅନୁସାରେ ହେବ ଏବଂ ଏହି ଆଧାରରେ ଭାରତର ନମ୍ବର ୨୧ରେ ପଡ଼ିବ। ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଶୁକ୍ରବାର ଦିନ ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରମୁଖ ଟ୍ରାକ ଏବଂ ଫିଲ୍ଡ ଇଭେଣ୍ଟ ତଥା ମହିଳା ଫୁଟବଲରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଆୟୋଜନ କରୁଥିବା ଏହି ଷ୍ଟାଡିୟମରେ ଅଗଷ୍ଟ ୮ ତାରିଖରେ ଉଦଯାପନୀ ସମାରୋହ ଆୟୋଜନ ହେବ। ଅନ୍ୟ ଦଳ ମଧ୍ୟ ଉଦ୍ଘାଟନୀ ସମାରୋହରେ ସୀମିତ ସଂଖ୍ୟକ ଆଥଲେଟ୍ ପଠାଉଛନ୍ତି। ଯେପରି ଅଷ୍ଟ୍ରେଲିଆ ୫୦ ଏବଂ ବ୍ରିଟେନ୍ ମୋଟ ୩୦ ଜଣଙ୍କୁ ଉଦଘାଟନୀ ସମାରୋହକୁ ପଠାଇବ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe