Advertisment

ଦ୍ୱିତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିତି ଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଘରୋଇ ଦଳ ବିପକ୍ଷ ୩ଟିକିଆ ସିରିଜ୍‌ର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଟସ୍‌ ଜିତି ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ଦଳ ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଛି। କୋଲକାତା ଭଳି ଏଠାରେ ମଧ୍ୟ ଏକ ଲୋ ସ୍କୋରିଂ ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ପିଚ୍‌ କ୍ୟୁରେଟର୍‌ ଦେଇଥିବା ସୂଚନା ଅନୁସାରେ, ଏଠାରେ ସିମ୍‌ ବୋଲର୍‌ଙ୍କୁ ସହାୟତା ମିଳିବା ସହ ପିଚ୍‌ରେ କିଛିଟା ଫାଟ ଥିବାରୁ ବଲ୍‌ […]

ଦ୍ୱିତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିତି ଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି

w

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଘରୋଇ ଦଳ ବିପକ୍ଷ ୩ଟିକିଆ ସିରିଜ୍‌ର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଟସ୍‌ ଜିତି ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ଦଳ ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଛି।

Advertisment

କୋଲକାତା ଭଳି ଏଠାରେ ମଧ୍ୟ ଏକ ଲୋ ସ୍କୋରିଂ ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ପିଚ୍‌ କ୍ୟୁରେଟର୍‌ ଦେଇଥିବା ସୂଚନା ଅନୁସାରେ, ଏଠାରେ ସିମ୍‌ ବୋଲର୍‌ଙ୍କୁ ସହାୟତା ମିଳିବା ସହ ପିଚ୍‌ରେ କିଛିଟା ଫାଟ ଥିବାରୁ ବଲ୍‌ ମଧ୍ୟ ଟର୍ଣ୍ଣ କରିବାର ସମ୍ଭାବନା ରହିଛି। ତେବେ ରାତିରେ କାକର ପଡ଼ୁଥିବାରୁ ଟସ୍‌ ଜିତିବା ଦଳ ଏଠାରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା।

ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଥିବା କାର୍ଲସ୍‌ ବ୍ରାଥ୍‌ୱେଟ୍‌ଙ୍କ ଭ୍ରମଣକାରୀ ଦଳ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ୧୨୦ରୁ ୧୩୦ ରନ୍‌ ମଧ୍ୟରେ ସୀମିତ ରଖିଲେ କାକରରେ ବୋଲିଂ କରିବାର ସମସ୍ୟାକୁ ନଜରରେ ରଖି ଏକ ଛୋଟିଆ ବିଜୟ ଲ୍‍କ୍ଷ୍ୟର ପିଛା କରିବାକୁ ଚାହିଁବ।

Advertisment

ଆଜିର ମ୍ୟାଚ୍‌ ପାଇଁ ଆଉଟ୍ ଅଫ୍‌ ଫର୍ମ ରୋଭ୍‌ମ୍ୟାନ୍‌ ପୱେଲ୍‌ଙ୍କ ବଦଳରେ ନିକୋଲସ୍‌ ପୁରନ୍‌ ଇଣ୍ଡିଜ୍‌ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଥିବାବେଳେ ଭାରତୀୟ ଦଳକୁ ଭୁବନେଶ୍ୱର କୁମାର୍‌ ଉମେଶ ଯାଦବଙ୍କ ସ୍ଥାନରେ ଫେରିଛନ୍ତି।

ଭାରତ ୩ ଟିକିଆ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe