Advertisment

ବାରବାଟୀରେ ହାରିଲା ଭାରତ, ୨-୦ରେ ଆଗୁଆ ଦ.ଆଫ୍ରିକା

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ବାରବାଟୀ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ଟିମ୍ ବିଜୟ ହୋଇଛି। ଭାରତ ଦେଇଥିବା ୧୪୮ ରନ୍ ଟାର୍ଗେଟକୁ ଦକ୍ଷିଣ ଆଫ୍ରିକା ୬ ୱିକେଟ ହରାଇ ୧୮.୨ ଓଭରରେ ହାସଲ କରିନେଇଥିଲା। ଫଳରେ ଘରୋଇ ମାଟିରେ ଭାରତୀୟ ଦଳ ଦ୍ୱିତୀୟ ପରାଜୟ ବରଣ କରିଛି। ୫ଟିକିଆ ସିରିଜରେ ଭାରତକୁ ଆଗକୁ କଡ଼ା ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିବ। ଦ.ଅଫ୍ରିକା ସିରିଜରେ ୨-୦ ଅଗ୍ରଣୀ ହାସଲ […]

ଅଦ୍ୟତନ ହୋଇଛି
ବାରବାଟୀରେ ହାରିଲା ଭାରତ, ୨-୦ରେ ଆଗୁଆ ଦ.ଆଫ୍ରିକା

SA

Advertisment

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ବାରବାଟୀ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ଟିମ୍ ବିଜୟ ହୋଇଛି। ଭାରତ ଦେଇଥିବା ୧୪୮ ରନ୍ ଟାର୍ଗେଟକୁ ଦକ୍ଷିଣ ଆଫ୍ରିକା ୬ ୱିକେଟ ହରାଇ ୧୮.୨ ଓଭରରେ ହାସଲ କରିନେଇଥିଲା। ଫଳରେ ଘରୋଇ ମାଟିରେ ଭାରତୀୟ ଦଳ ଦ୍ୱିତୀୟ ପରାଜୟ ବରଣ କରିଛି। ୫ଟିକିଆ ସିରିଜରେ ଭାରତକୁ ଆଗକୁ କଡ଼ା ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିବ। ଦ.ଅଫ୍ରିକା ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ମ୍ୟାଚରେ ହେନରିଚ କ୍ଲାସେନଙ୍କ ବିସ୍ଫୋରକ ଖେଳ ଦେଖିବାକୁ ମିଳିଥିଲା।

Advertisment

ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ତେମ୍ବା ବାଭୂମା ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକାର ବୋଲର ମାନେ ଉତ୍ତମ ବୋଲିଂ ପ୍ରଦର୍ଶନ କରି ଭାରତୀୟ ଟିମ୍‌କୁ ବଡ଼ ସ୍କୋର କରିବାରୁ ଅଟକାଇ ଦେଇଥିଲେ। ପୂରା ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ମାତ୍ର ୧୪୮ ରନ୍‌ କରିପାରିଥିଲା।

ଭାରତ ପକ୍ଷରୁ ରିତୁରାଜ ଗାଏକ୍ୱାର୍ଡ-୧, ଇଶାନ କିଶନ-୩୪, ଋଷଭ ପନ୍ତ-୫, ହାର୍ଦ୍ଦିକ ପାଣ୍ଡ୍ୟା-୯, ଶ୍ରେୟସ ଆୟର-୪୦, ଅକ୍ଷର ପଟେଲ-୧୦, ଦିନେଶ କାର୍ତ୍ତିକ-୩୦(ଅପରାଜିତ), ହର୍ଷଲ ପଟେଲ-୧୨(ଅପରାଜିତ) ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ୍ ନରତେଜୀ ସର୍ବାଧିକ ୨ ୱିକେଟ ନେଇଥିବା ବେଳେ କାଗିସୋ ରାବାଡା, ୱେନ ପାର୍ନେଲ, ଡ୍ୱାଇନ ପ୍ରିଟୋରିୟସ ଓ କେଶବ ମହାରାଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Advertisment

ଭାରତର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ୱାର୍ଡ ଓ ଈଶାନ କିଶନ। ସ୍କୋର ୩ ରନ୍‌ ଥିବା ବେଳେ ଋତୁରାଜ ମାତ୍ର ଏକ ରନ୍‌ କରି ଆଉଟ ହୋଇଯାଇଥିଲେ। ସେ କାଗିସୋ ରାବାଡାଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଈଶାନ ୨୧ଟି ବଲ୍‌ ଖେଳି ୩୪ ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଶ୍ରେୟସ ଆୟର ୩୫ଟି ବଲ୍‌ ଖେଳି ଭାରତ ପାଇଁ ସର୍ବାଧିକ ୪୦ ରନ୍‌ ସଂଗ୍ରହ କରିଥିଲେ। ଯାହା ଭିତରେ ୨ଟି ଚୌକା ଓ ୨ଟି ଛକା ରହିଥିଲା। ଦିନେଶ କାର୍ତ୍ତିକ ୨୧ଟି ବଲ ଖେଳି ୩୦ ରନ କରିଥିଲେ। ଯାହା ମଧ୍ୟରେ ୨ଟି ଲେଖାଏଁ ଚୌକା ଓ ଛକା ରହିଥିଲା।

ଦକ୍ଷିଣ ଆଫ୍ରିକା ଟିମ୍ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ବ୍ୟାଟିଂ କରିବାକୁ ଓହ୍ଲାଇ ପ୍ରାଥମିକ ୱିକେଟ ଶୀଘ୍ର ହରାଇଥିଲା। ତେବେ ଟିମ୍ ପକ୍ଷରୁ ଓପନର ତଥା ଅଧିନାୟକ ତେମ୍ବା ବାଭୂମା ଧର୍ଯ୍ୟପୂର୍ଣ୍ଣ ଖେଳ ଦେଖାଇଥିଲେ। ସେ ୩୦ଟି ବଲ ଖେଳି ୩୫ ‍‍ ରନ୍ କରିଥିଲେ। ଯାହା ‍ମଧ୍ୟରେ ୪ ଚୌକା ଓ ଗୋଟିଏ ଛକା ରହିଥିଲା। ଚହଲଙ୍କ ବଲରେ ସେ ଆଉଟ ହୋଇଥିଲେ। ତାଙ୍କ ପୂର୍ବରୁ ରିଜା ହେଣ୍ଡ୍ରିକ୍‌ସ ଓ ଡ୍ୱାଇନ ପ୍ରିଟୋରିୟସ ୪ ରନ୍ ଲେଖାଏଁ ଓ ରାସିଇ ଭାନ ଦିର ଦୁଶେନ ମାତ୍ର ୧ ରନ୍ କରି ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିବା ହେନରିଚ କ୍ଲାସେନ ବିସ୍ଫୋରକ ଖେଳ ଦେଖାଇଥିଲେ। ସେ ୪୬ ବଲ ଖେଳି ୮୧ ରନ କରିଥିଲେ। ଏଥିରେ ୭ ଚୌକା ଓ ୫ ଛକା ରହିଥିଲା। ହର୍ଷଲ ପଟେଲଙ୍କ ବଲରେ ସେ କ୍ୟାଚ ଆଉଟ ହୋଇଥିଲେ। ତେବେ ସେତେବେଳକୁ ଟିମକୁ ସେ ବିଜୟ ଦ୍ୱାର ଦେଶରେ ପହଞ୍ଚାଇ ସାରିଥିଲେ।

ତାଙ୍କ ପରେ ଡେଭିଡ ମିଲର ଆସି ୧୫ ବଲରେ ୨୦ ରନ କରି ବିଜୟ ଲକ୍ଷ୍ୟକୁ ଆରାମରେ ହାସଲ କରିନେଇଥିଲେ। ଏହା ଭିତରେ ତାଙ୍କର ଗୋଟିଏ ଲେଖାଏଁ ଚୌକା ଓ ଛକା ରହିଥିଲା। ଅବଶ୍ୟ ତାଙ୍କ ପରେ ଆସିଥିବା ୱେନ ପାର୍ନେଲ ମାତ୍ର ୧ ରନ କରି ଭୁବନେଶ୍ୱରଙ୍କ ବଲରେ ଆଉଟ ହୋଇଯାଇଥିଲେ। ହେଲେ ଏହା ପ୍ରତିପକ୍ଷ ଟିମର ବିଜୟରେ ବାଧା ସୃଷ୍ଟି କରିପାରି ନ ଥିଲା।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଏକମାତ୍ର ସଫଳ ବୋଲର ଭାବେ ୪ ଓଭର ବୋଲିଂ କରି ୪ଟି ୱିକେଟ ଅକ୍ତିଆର କରିଥିଲେ। ଚହଲ ଓ ହରର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୈରାଶ୍ୟଜନକ ଖେଳ ଦେଖିବାକୁ ମିଳିଥିଲା। ସେ ୩ ଓଭର ବୋଲିଂ କରି ୩୧ ରନ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe