ପୁଣି ଫସିଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍, ଫ୍ରଣ୍ଟଫୁଟ୍‌ରେ ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ: ମେଲବର୍ଣ୍ଣ ଟେଷ୍ଟରେ ବିଜୟ ଦ୍ୱାରରେ ଟିମ୍ ଇଣ୍ଡିଆ। ଭାରତୀୟ ପେସର ଓ ସ୍ପିନରଙ୍କ ଜାଲରେ ପୁଣି ଫସିଲା କଙ୍ଗାରୁ। ପ୍ରଥମ ଇନିଂସରେ ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଫଳରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୧୩୩ ରନ୍ କରିଛି। ଏଥିସହ ଅଷ୍ଟ୍ରେଲିଆ ୨ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାମରେନ୍ ଗ୍ରୀନ୍ ୧୭ […]

indvs-aus

indvs-aus

Ranjit Kumar Jena
  • Published: Monday, 28 December 2020
  • Updated: 28 December 2020, 01:10 PM IST

Sports

Latest News

ମେଲବର୍ଣ୍ଣ: ମେଲବର୍ଣ୍ଣ ଟେଷ୍ଟରେ ବିଜୟ ଦ୍ୱାରରେ ଟିମ୍ ଇଣ୍ଡିଆ। ଭାରତୀୟ ପେସର ଓ ସ୍ପିନରଙ୍କ ଜାଲରେ ପୁଣି ଫସିଲା କଙ୍ଗାରୁ। ପ୍ରଥମ ଇନିଂସରେ ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଫଳରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୧୩୩ ରନ୍ କରିଛି। ଏଥିସହ ଅଷ୍ଟ୍ରେଲିଆ ୨ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାମରେନ୍ ଗ୍ରୀନ୍ ୧୭ ଓ ପ୍ୟାଟ୍ କମିନ୍ସ ୧୫ ରନରେ ବ୍ୟାଟିଂ କରୁଥିଲେ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୨୬ ରନ୍ କରି ଅଲଆଉଟ୍ ହୋଇ ୧୩୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।

୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ଖରାପ ଆରମ୍ଭ କରିଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ଜୋ ବର୍ନସ୍ ପୁଣିଥରେ ନିରାଶ କରିଥିଲେ। ସେ ମାତ୍ର ୪ ରନ୍ କରି ଉମେଶ ଯାଦବଙ୍କ ବଲରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଧରା ପଡ଼ିଥିଲେ। ଅନ୍ୟତମ ଓପ୍ନର ମାଥ୍ୟୁ ୱେଡଙ୍କୁ ସାଥ୍ ଦେବାକୁ ଆସିଥିବା ମାର୍ନସ୍ ଲାବୁଶେନ୍ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ଲାବୁଶେନ୍ ବ୍ୟକ୍ତିଗତ ୨୮ ରନ୍ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ପିନ୍ ଜାଲରେ ଫସି ଯାଇଥିଲେ।

ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥ ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ବ୍ୟାଟିଂ କରିପାରିନଥିଲେ। ଯେଉଁ ଭାରତ ବିପକ୍ଷରେ ସ୍ମିଥ କହି କହି ଶତକ ମାରୁଥିଲେ, ଆଜି ତାଙ୍କ ବ୍ୟାଟରୁ ରନ୍ ବାହାରୁନି। ଟିମର ସ୍କୋର ୭୧ ଥିବା ବେଳେ ସ୍ମିଥ୍ (୮)ଙ୍କୁ ଭାରତର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା କ୍ଲିନ୍ ବୋଲ୍ଡ କରିଥିଲେ। ସ୍ମିଥଙ୍କ ଆଉଟ୍ ହେବା ପରେ ୱେଡ୍ ଓ ଟ୍ରାଭିଡ୍ ହେଡଙ୍କ ଉପରକୁ ସବୁ ଦାୟିତ୍ୱ ଚାଲିଯାଇଥିଲା।

ସେଟ୍ ହୋଇସାରିଥିବା ୱେଡ୍ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ୱେଡ୍ ୧୩୭ ବଲର ସାମ୍ନା କରି ୩ ଚୌକା ସହ ୪୦ ରନ୍ କରିଥିଲେ। ହେଡ୍ ପୁଣିଥରେ ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ ଏବଂ ମାତ୍ର ୧୭ ରନ୍ କରି ଡେବ୍ୟୁଟାଣ୍ଟ ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ। ପ୍ରଥମ ଟେଷ୍ଟରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ଟିମ୍ ପେନ୍ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ପେନଙ୍କୁ ଜାଡେଜା ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ।

୯୯ ରନ୍ ଭିତରେ ୬ ୱିକେଟ୍ ହରାଇବା ପରେ ଅଷ୍ଟ୍ରେଲିଆ ଉପରେ ଇନିଂସର ପରାଜୟର ବିପଦ ଦେଖା ଦେଖାଇଥିଲା। କିନ୍ତୁ ଗ୍ରୀନ୍ ଓ କମିନ୍ସ ଧୈର୍ଯ୍ୟ ଦେଖାଇଥିଲେ। ଦୁହେଁ ଭାରତୀୟ ବୋଲରଙ୍କୁ ଦୃଢ଼ତାର ସହ ମୁକାବିଲା କରିଥିଲେ ଏବଂ ସପ୍ତମ ୱିକେଟ୍ ପାଇଁ ଅପରାଜିତ ୩୪ ରନର ପାର୍ଟନରଶିପ୍ କରିଛନ୍ତି। ଗ୍ରୀନ୍ ଓ କମିନ୍ସ ଆସନ୍ତାକାଲି ବଡ଼ ପାର୍ଟନରଶିପ୍ କରି ଭାରତକୁ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ପକ୍ଷରୁ ଜାଡେଜା ୨ଟି ସଫଳତା ପାଇଥିବା ବେଳେ ବୁମ୍ରା, ଉମେଶ ଯାଦବ ଓ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୭୭/୫ରୁ ଖେଳ ଆରମ୍ଭ କରିଥିବା ଭାରତ ଆଉ ୪୯ ରନ୍ ଯୋଡ଼ିବା ପରେ ଅଲଆଉଟ୍ ହୋଇଥିଲା। ଶତକୀୟ ଇନିଂସ୍ ଖେଳିଥିବା କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ସେ ୨୨୩ ବଲରେ ୧୨ ଚୌକା ସହ ୧୧୨ ରନ୍ କରିଥିଲେ। ଜାଡେଜା (୫୭) ଜବରଦସ୍ତ ବ୍ୟାଟିଂ କରି ନିଜର ୧୫ତମ ଅର୍ଦ୍ଧଶତକ ମାରିଥିଲେ। ତେବେ ଜାଡେଜାଙ୍କ ଏହି ଇନିଂସରେ ବ୍ରେକ୍ ଲଗାଇଥିଲେ ମିଚେଲ୍ ଷ୍ଟାର୍କ। ଲୋୟର୍ ଅର୍ଡରରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧୪, ଉମେଶ ଯାଦବ ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ଓ ନେଥନ ଲିୟନ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି କମିନ୍ସ ୨ଟି ଓ ଜୋଶ୍ ହେଜଲଉଡ୍ ଗୋଟିଏ ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story