Advertisment

୫୭ ବର୍ଷରେ ଅଲିମ୍ପିକ୍ସ ମେଡାଲ୍ ଜିତିଲେ ଅବଦୁଲ୍ଲା

ଟୋକିଓ: ଯେଉଁ ବୟସରେ ଜଣେ କ୍ରୀଡ଼ାବିତ୍ ଅବସର ନେଇ ଜୀବନର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବା କଥା ସେହି ବୟସରେ ଅଲିମ୍ପିକ୍ ପଦକ ଜିତି ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି। ସେହି ଆଥଲେଟ୍ ଜଣକ ହେଉଛନ୍ତି କୁଏତର ଅବଦୁଲ୍ଲା ଅଲରଶିଦି, ଯିଏ ଟୋକିଓ ଅଲିମ୍ପିକ୍ସର ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ଜିତି ସେ ସାରା ଦୁନିଆକୁ ଦେଖାଇ ଦେଇଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା ଛଡ଼ା ଆଉ କିଛି ନୁହେଁ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୫୭ ବର୍ଷରେ ଅଲିମ୍ପିକ୍ସ ମେଡାଲ୍ ଜିତିଲେ ଅବଦୁଲ୍ଲା

abdullah-al-rashidi

ଟୋକିଓ: ଯେଉଁ ବୟସରେ ଜଣେ କ୍ରୀଡ଼ାବିତ୍ ଅବସର ନେଇ ଜୀବନର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବା କଥା ସେହି ବୟସରେ ଅଲିମ୍ପିକ୍ ପଦକ ଜିତି ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି। ସେହି ଆଥଲେଟ୍ ଜଣକ ହେଉଛନ୍ତି କୁଏତର ଅବଦୁଲ୍ଲା ଅଲରଶିଦି, ଯିଏ ଟୋକିଓ ଅଲିମ୍ପିକ୍ସର ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ଜିତି ସେ ସାରା ଦୁନିଆକୁ ଦେଖାଇ ଦେଇଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା ଛଡ଼ା ଆଉ କିଛି ନୁହେଁ।

Advertisment

୭ଥରର ଅଲିମ୍ପିଆନ୍ ଅବଦୁଲ୍ଲା ସୋମବାର ପୁରୁଷ ସ୍କିଟ୍ ଇଭେଣ୍ଟରେ ପଦକ ଜିତିଛନ୍ତି। କେବଳ ଏତିକି ନୁହେଁ ସେ ୨୦୨୪ରେ ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୪ ଅଲିମ୍ପିକ୍ସ ବେଳକୁ ତାଙ୍କର ବୟସ ୬୦ ଅତିକ୍ରମ କରିସାରିଥିବ।

Tokyo 2020: 57-year-old Al-Rashidi wins bronze for Kuwait 4 years after sporting Arsenal jersey in Rio final - Sports News

ଟୋକିଓର ଅସାଫା ଶୁଟିଂ ରେଞ୍ଜରେ ବ୍ରୋଞ୍ଜ ପଦକ ଜିତିବା ପରେ ସେ କହିଛନ୍ତି, ମୁଁ ଏବେ ୫୭ ବର୍ଷର। ସବୁଠାରୁ ବୟୋଜ୍ୟେଷ୍ଠ ଶୁଟ୍ ଏବଂ ଏହି ବ୍ରୋଞ୍ଜ ମୋ ପାଇଁ କୌଣସି ସ୍ୱର୍ଣ୍ଣ ପଦକ ଠାରୁ କମ୍ ନୁହେଁ। ମୁଁ ଏହି ପଦକ ଜିତି ବହୁତ ଖୁସି, କିନ୍ତୁ ପରବର୍ତ୍ତୀ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ନେଇ ଆଶାବାଦୀ ଅଛି।

Advertisment

ଅଲରଶିଦି ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ପ୍ରଥମଥର ଭାଗ ନେଇଥିଲେ। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ, କିନ୍ତୁ ସେତେବେଳେ ସେ ସ୍ୱାଧୀନ ଖେଳାଳି ଭାବେ ଓହ୍ଲାଇଥିଲେ। କାରଣ ସେତେବେଳେ କୁଏତ ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବ୍ୟାନ୍ ଲଗାଇଥିଲା। ସେତେବେଳେ ଅଲରଶିଦି ଆର୍ସେନାଲ ଫୁଟବଲ୍ କ୍ଲବର ଜର୍ସି ପିନ୍ଧି ଆସିଥିଲେ।

Tokyo Olympics