Advertisment

ରୋମରେ ଚମକିବେ ୬ ଓଡ଼ିଆ

ଜୁଲାଇ ୬ ରୁ ୧୪ ତାରିଖ ଯାଏ ଏହି ପ୍ରତିଯୋଗିତା ହେବାକୁ ଥିବା ବେଳେ ମାଷ୍ଟର୍ସର ବିଭିନ୍ନ ବର୍ଗରେ ଏହି ସମସ୍ତ କ୍ରୀଡ଼ାବିତ ଅଂଶଗ୍ରହଣ କରିବେ।

author-image
Hemant Lenka
Tennins

Tennins

ରୋମରେ ଚମକିବେ ଛଅ ଓଡ଼ିଆ। ଆଗକୁ ରୋମରେ ଅନୁଷ୍ଠିତ ହେବାକୁ ଥିବା ଆଇଟିଟିଏଫ ୱାର୍ଲଡ ମାଷ୍ଟର୍ସ ଟେବୁଲ ଟେନିସ ଚାମ୍ପିୟାନଶିପରେ ଯୋଗଦେବେ ୬ ଜଣ ଓଡ଼ିଆ। ରାଜ୍ୟରୁ ଦେବଦତ୍ତ ମହାନ୍ତି, ତ୍ରୈଲୋକ୍ୟ ନାଥ ରାଉତ, ସ୍ମତିରଞ୍ଜନ ଦାସ, ପି. କେ ସାମନ୍ତ ରାୟ, ବିଜନ ଦାସ ମହାପାତ୍ର ଓ ସନ୍ଦୀପ ଚକ୍ରବର୍ତ୍ତୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। 

Advertisment

ଜୁଲାଇ ୬ ରୁ ୧୪ ତାରିଖ ଯାଏ ଏହି ପ୍ରତିଯୋଗିତା ହେବାକୁ ଥିବା ବେଳେ ମାଷ୍ଟର୍ସର ବିଭିନ୍ନ ବର୍ଗରେ ଏହି ସମସ୍ତ କ୍ରୀଡ଼ାବିତ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ବିଭିନ୍ନ ଦେଶରୁ ପ୍ରାୟ ୬୦୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବା ବେଳେ ଭାରତରୁ ମଧ୍ୟ ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଓଡିଶାରୁ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳି ନିଜ ବର୍ଗରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି । 

ଏହି ସମସ୍ତ ଖେଳାଳି ନିଜ ବର୍ଗରେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଥିବା ବେଳେ ବିପକ୍ଷରେ ଥିବା ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ ଆଦି ଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରିଥିବା କହିଛନ୍ତି ।

Advertisment
Odisha Tennis