/odisha-reporter/media/post_attachments/uploads/2019/01/as-1.jpg)
as
ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ନିଆରା ବୋଲିଂ ଷ୍ଟାଇଲ୍ ପାଇଁ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ରେ ମଧ୍ୟ ବୁମ୍ରା ନିଜର ନିଆରା ଶୈଳୀରେ ବୋଲିଂ କରି ବ୍ୟାଟସ୍ମ୍ୟାନ୍ଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ। ବୁମ୍ରା ୪ଟି ମ୍ୟାଚ୍ରୁ ୨୧ଟି ୱିକେଟ୍ ଦଖଲ କରି ଟିମ୍ ଇଣ୍ଡିଆର ବୋଲିଂ ବାହିନୀର ନେତୃତ୍ୱ ନେଇଥିଲେ।
ତେବେ ବୁମ୍ରାଙ୍କ ଭଳି ବୋଲିଂ କରିବାକୁ ଜଣେ ଅଷ୍ଟ୍ରେଲିଆ ବାକଳ ପ୍ରୟାସ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓରେ ଥିବା ବାଳକ ଜଣଙ୍କ ବୟସ ୭ରୁ ୮ ବର୍ଷ ହେବ। ସେ ବୁମ୍ରାଙ୍କ ଭଳି ବୋଲିଂ କରିବାକୁ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି। ବୁମ୍ରା ନିଜେ ଏହି ଭିଡିଓକୁ ଲାଇକ୍ କରିବା ସହ ବାଳକଟିକୁ ଶୁଭେଚ୍ଛା ଜଣାଇଛନ୍ତି।
ବୁମ୍ରା ବର୍ତ୍ତମାନ ବିଶ୍ୱର ୧ ନଂ ବୋଲର ମାନ୍ୟତା ପାଇଛନ୍ତି। ସେହିପରି ଟେଷ୍ଟ୍ରେ ଗତବର୍ଷ ଠାରୁ କ୍ୟାରିୟର ଆରମ୍ଭ କରିଥିବା ବୁମ୍ରା ବେଶ ଦବଦବା ଦେଖାଇ ପାରିଛନ୍ତି।
ଦେଖନ୍ତୁ ଭିଡିଓ
https://twitter.com/twitter/statuses/1082807510967345152
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
