ଅବସର ନେଲେ ଡେଭିଲିୟର୍ସ

ନୂଆଦିଲ୍ଲୀ: କ୍ରିକେଟ୍‌କୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏ.ବି. ଡିଭିଲିୟର୍ସ। ଏ ନେଇ ଆଜି ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଅବସର ଘୋଷଣା ପରେ ସେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଓ ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଜର ୧୪ ବର୍ଷ କ୍ରିକେଟ କ୍ୟାରିୟରରେ ଡିଭିଲିୟର୍ସ ୧୧୪ ଟେଷ୍ଟ , ୨୨୮ ଦିନିକିଆ ଓ ୭୮ଟି ଟି-ଟ୍ୱଣ୍ଟି ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସେ ୨୨୮ଟି ମ୍ୟାଚରୁ ୯ ହଜାର ୫୭୭ ରନ […]

ab

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 09:52 PM IST

ନୂଆଦିଲ୍ଲୀ: କ୍ରିକେଟ୍‌କୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏ.ବି. ଡିଭିଲିୟର୍ସ। ଏ ନେଇ ଆଜି ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଅବସର ଘୋଷଣା ପରେ ସେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଓ ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଜର ୧୪ ବର୍ଷ କ୍ରିକେଟ କ୍ୟାରିୟରରେ ଡିଭିଲିୟର୍ସ ୧୧୪ ଟେଷ୍ଟ , ୨୨୮ ଦିନିକିଆ ଓ ୭୮ଟି ଟି-ଟ୍ୱଣ୍ଟି ମ୍ୟାଚ୍ ଖେଳିଛନ୍ତି।

ଦିନିକିଆରେ ସେ ୨୨୮ଟି ମ୍ୟାଚରୁ ୯ ହଜାର ୫୭୭ ରନ ସଂଗ୍ରହ କରିଛନ୍ତି। ୧୧୪ଟି ଟେଷ୍ଟ ମ୍ୟାଚ ଖେଳି ଡିଭିଲିୟର୍ସ ୮ ହଜାର ୭୬୫ରନ ସଂଗ୍ରହ କରିଛନ୍ତି। ସେହିପରି ୭୮ଟି ଟି-ଟ୍ୱଣ୍ଟିରୁ  ୧୬୭୨ ରନ ସଂଗ୍ରହ କରିଛନ୍ତି।

Related story